ETV Bharat / bharat

ସାଂସଦଙ୍କୁ ଧମକପୂର୍ଣ୍ଣ ଚିଠି ପଠାଯିବା ମାମଲା, ଥାନାରେ ମାମଲା ଦାୟର - ସାଂସଦ ନବନୀତ୍ ରବି ରାଣା

ଲୋକସଭାରେ ମହାରାଷ୍ଟ୍ରର ଅମ୍ରାବତୀର ସାଂସଦ ନବନୀତ୍ ରବି ରାଣାଙ୍କ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଛି।

ସାଂସଦଙ୍କୁ ଧମକପୂର୍ଣ୍ଣ ଚିଠି ପଠାଯିବା ମାମଲା
ସାଂସଦଙ୍କୁ ଧମକପୂର୍ଣ୍ଣ ଚିଠି ପଠାଯିବା ମାମଲା
author img

By

Published : Feb 16, 2021, 10:58 PM IST

ନୂଆଦିଲ୍ଲୀ: ଅମରାବତୀର ସାଂସଦ ନବନୀତ୍ ରବି ରାଣାଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି ପଠାଯିବା ମାମଲା । ଲୋକସଭାରେ ମହାରାଷ୍ଟ୍ରର ଅମରାବତୀର ସାଂସଦ ନବନୀତ୍ ରବି ରାଣାଙ୍କ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ସେ କହିଛନ୍ତି ଯେ, ଫେବୃଆରୀ 13 ରେ କେହି ଜଣେ ତାଙ୍କ ବାସଭବନକୁ ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି। ଏହି ଚିଠି ଶିବସେନା ନାମରେ ଲେଖାଯାଇଛି। ପୋଲିସ ତାଙ୍କ ଅଭିଯୋଗ ନେଇ ଏକ ମାମଲା ରୁଜୁ କରିଛି ।

ଏ ସମ୍ପର୍କରେ ତଦନ୍ତ କରାଯାଉଛି। ସୂଚନା ଅନୁଯାୟୀ, ନବନୀତ୍ ରବି ରାଣା ମହାରାଷ୍ଟ୍ରର ଅମରାବତୀର ଜଣେ ସ୍ୱାଧୀନ ସାଂସଦ। ତାଙ୍କୁ ଉତ୍ତର ଆଭେନ୍ୟୁ ଅଞ୍ଚଳରେ ସାଂସଦଙ୍କୁ ଏକ ଫ୍ଲାଟ ମିଳିଛି । ତେବେ ଗତ ଫେବୃଆରୀ 13 ରେ, କେହି ଜଣେ ତାଙ୍କ ଫ୍ଲାଟରେ ଏକ ଚିଠି ଛାଡିଥିଲେ ଯାହାକି ଶିବସେନାର ନାମରେ ଚିଠିଟି ଲେଖାଯାଇଥିଲା ।

ଏହି ଚିଠିରେ ତାଙ୍କ ବିଷୟରେ ଅପମାନଜନକ ଶବ୍ଦ ଲେଖିଯିବା ସହ ତାଙ୍କୁ ଧମକ ଦିଆଯାଇଥିଲା। ସେ କହିଛନ୍ତି ଯେ, ସେ ଲୋକସଭାରେ ଶିବସେନାଙ୍କ ବିରୋଧରେ କହିଥିଲେ । ଏହି କାରଣରୁ ତାଙ୍କ ଉପରେ ରାଗ ରଖି ତାଙ୍କୁ ଧମକ ଦିଆଯାଉଛି। ସେ ନେଇ ସମସ୍ତ ମାମଲା ନେଇ ଉତ୍ତର ଏଭେନ୍ୟୁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ସାଂସଦଙ୍କ ଅଭିଯୋଗ ନେଇ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.