ମୁମ୍ବାଇ: ବଲିଉଡ ତାରକା ସଲମାନ ଖାନଙ୍କୁ ଦିଆଯାଇଥିବା ହତ୍ୟା ଧମକପୂର୍ଣ୍ଣ ଚିଠି ଏକ ପବ୍ଲିସିଟି ଷ୍ଟଣ୍ଟ । ଜେଲରେ ବନ୍ଦ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏପରି କରାଯାଇଥିବା ମୁମ୍ବାଇ ପୋଲିସ ଆଜି ପ୍ରକାଶ କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ବର୍ତ୍ତମାନ କାନାଡାରେ ଥିବା ଲରେନ୍ସର ସହଯୋଗୀ ବିକ୍ରମ ବାରଦାର ନିର୍ଦ୍ଦେଶରେ ଏହି ଧମକ ଦିଆଯାଇଥିଲା ।
ପୋଲିସର ସୂଚନାନୁସାରେ, ତିନି ଜଣ ଅପରାଧୀ ଧମକପୂର୍ଣ୍ଣ ଚିଠି ପଠାଇବା ପାଇଁ ମୁମ୍ବାଇ ଆସିଥିଲେ । ସେମାନେ ସିଦ୍ଧୁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ସୁଟର ସୌରଭ ମହାକାଲକୁ ମଧ୍ୟ ଭେଟିଥିଲେ । ମହାକାଲକୁ ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପଚରାଉଚରା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିକୁ ପୋଲିସ ମଧ୍ୟ ଚିହ୍ନଟ ମଧ୍ୟ କରିଛି । ପଚରାଉଚରା ବେଳେ ସୁଟର ମହାକାଲକୁ ଏହା ମଧ୍ୟ ପ୍ରକାଶ କରିଛି ଯେ, ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପଛରେ ବିକ୍ରମ ବାରାଦର ନିର୍ଦ୍ଦେଶ କାମ କରୁଛି । ବିକ୍ରମ ବର୍ତ୍ତମାନ କାନାଡାରେ ଥାଇ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ନିର୍ଦ୍ଦେଶରେ ଏହି ସବୁ କାର୍ଯ୍ୟକୁ ପରିଚାଳନା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ