ETV Bharat / bharat

ମଦ୍ୟପାନ କରୁଥିବା ବ୍ୟକ୍ତି ମହାପାପୀ, ଭାରତୀୟ ନୁହେଁ: ନୀତିଶ କୁମାର - ନୀତିଶଙ୍କ ମଦ ମନ୍ତବ୍ୟ

ବିହାରରେ ପାରିତ ହେଲା Bihar Prohibition and Excise (Amendment) Bill-2022 । ଗୃହରେ ମଦ୍ୟପଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କହିଲେ ମଦ୍ୟପାନ କୁରଥିବା ବ୍ୟକ୍ତି ଭାରତୀୟ ନୁହନ୍ତି ବରଂ ମହାପାପୀ । ଅଧିକ ପଢନ୍ତୁ

ମଦ୍ୟପାନ କରୁଥିବା ବ୍ୟକ୍ତି ଭାରତୀୟ ନୁହେଁ, ମହାପାପୀ: ନୀତିଶ କୁମାର

author img

By

Published : Mar 31, 2022, 8:01 PM IST

ପାଟନା: ମଦ୍ୟପଙ୍କ ଉପରେ ବର୍ଷିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତକାଲି ବିଧାନସଭାରେ ଏହି ପ୍ରସଙ୍ଗରେ ନୀତିଶ କହିଛନ୍ତି ମଦ୍ୟପାନ କରୁଥିବା ବ୍ୟକ୍ତି ଭାରତୀୟ ନାଗରିକ ହୋଇପାରିବେ ନାହିିଁ, ବରଂ ସେମାନେ ମହାପାପୀ । ସେହିପରି ମଦ ବନ୍ଦ ଥିବା ବିହାରରେ ଅନେକାଂଶରେ ବିଷାକ୍ତ ମଦମୃତ୍ୟୁ ମାମଲା ସାମ୍ନାକୁ ଆସୁଥିବାବେଳେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ତାଙ୍କ ସରକାର କୌଣସି ରିଲିଫ ପ୍ରଦାନ କରିପାରିବେ ନାହିଁ ବୋଲି ମଧ୍ୟ ସିଧା କହିଛନ୍ତି ନୀତିଶ ।

ଗାନ୍ଧୀବାଦର ଉଦାହରଣ ଦେଇ ନୀତିଶ କହିଛନ୍ତି ମହାତ୍ମା ଗାନ୍ଧୀ ନିଶାକୁ ବିରୋଧ କରୁଥିବାବେଳେ ସମ୍ପୂର୍ଣ୍ଣ ନିଶାମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ । ମଦ୍ୟାପାନ ସ୍ବାସ୍ଥ୍ୟ ପ୍ରତି ହାନୀକାରକ ଜାଣି ସୁଦ୍ଧା ସେମାନେ ସେବନ କରୁଛନ୍ତି । ଏପରି ସ୍ଥଳେ କୌଣସି ଘଟୁଥିବା ଅଘଟଣ ପାଇଁ ସେମାନେ ନିଜେ ହିଁ ଦାୟୀ । ରାଜ୍ୟ ସରକାର ଏଥିପାଇଁ କାହିଁକି ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ।

ଗତକାଲି ବିହାର ବିଧାନସଭାରେ Bihar Prohibition and Excise (Amendment) Bill-2022 ଆଗତ ଓ ପାରିତ ହେବା ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ ଏପରି ମନ୍ତବ୍ୟ ରଖିଥିଲେ । ପୂର୍ବରୁ ରାଜ୍ୟରେ ମଦ ବ୍ୟାନ ହୋଇସାରିଥିବା ବେଳେ ଏହି ସଂଶୋଧିତ ଆଇନରେ କଟକଣା ସତ୍ତ୍ବେ ମଧ୍ୟ ମଦ୍ୟପାନ କରୁଥିବା ଜଣାପଡିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରାବଧାନ ରହିଛି । ରାଜ୍ୟରେ ମଦ ବ୍ୟାନ ସତ୍ତ୍ବେ ମଧ୍ୟ ମଦମୃତ୍ୟୁ ମାମଲା ମଧ୍ୟ ସାମାନାକୁ ଆସିବା ସରକାରଙ୍କ ଆଇନ କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠିଛି । ଏପରିସ୍ଥଳେ ପୂର୍ବ ଆଇନରେ ଆହୁରି କଠୋରତା ଆଣିଛନ୍ତି ସରକାର ।

ଗତକାଲି ପାରିତ ହୋଇଥିବା Bihar Prohibition and Excise (Amendment) Bill, 2022 ରେ ମଦ ପାନ କରି ଧରାପଡିଲେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ପ୍ରବଧାନ ରହିଛି । କେବଳ ଆର୍ଥିକ ଜୋରିମାନା ନୁହେଁ ବରଂ କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କ ଠାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବେଲ ମଧ୍ୟ ନେବାକୁ ପଡିବାର ନୂଆ ବ୍ୟବସ୍ଥା ଅଣାଯାଇଛି । ବିହାରରେ ମଦ ବ୍ୟାନ ନିଷ୍ପତ୍ତିକୁ ବିରୋଧୀ ଦଳ ବିରୋଧ କରି ଆସୁଛି । ଏହି ନିଷ୍ପତ୍ତି ପାଇଁ ପୂର୍ବରୁ ମଧ୍ୟ ନୀତିଶ ରାଜନୈତିକ ପ୍ରତିଦ୍ବନ୍ଦୀଙ୍କ ଠାରେ ସମାଲୋଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.