ETV Bharat / bharat

Operation Ajay: ଚତୁର୍ଥ ବ୍ୟାଚରେ ଇସ୍ରାଏଲରୁ ଫେରିଲେ 274 ଭାରତୀୟ

author img

By ETV Bharat Odisha Team

Published : Oct 15, 2023, 7:32 AM IST

Updated : Oct 15, 2023, 2:09 PM IST

ତୃତୀୟ ବ୍ୟାଚରେ ଇସ୍ରାଏଲରୁ ୧୯୭ ଭାରତୀୟ ଫେରିବା ପରେ ଚତୁର୍ଥ ବ୍ୟାଚ୍‌ରେ 274 ଭାରତୀୟ ଫେରିଛନ୍ତି । ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

Operation Ajay
Operation Ajay

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସର ଘମାଘୋଟ ଲଢେଇ ମଧ୍ୟରେ ସ୍ବଦେଶ ଫେରୁଛନ୍ତି ଭାରତୀୟ । ଯୁଦ୍ଧଗ୍ରସ୍ତ ଦେଶରୁ ତୃତୀୟ ଓ ଚତୁର୍ଥ ବ୍ୟାଚରେ ଯଥାକ୍ରମ ୧୯୭ ଏବଂ ୨୭୪ ଜଣ ଭାରତୀୟଙ୍କୁ ନେଇ ଚାର୍ଟାର ବିମାନ ଆଜି(ରବିବାର) ଭୋର୍ ସକାଳୁ ଦିଲ୍ଲୀରେ ପହଞ୍ଚିଛି । କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ଜାତୀୟ ପତାକା ଦେଇ ସ୍ବାଗତ କରିଛନ୍ତି । ଭାରତ ସରକାରଙ୍କ 'ଅପରେସନ ଅଜୟ' ଜରିଆରେ ଯୁଦ୍ଧଭୂମିରୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ।

ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଏପରି ସ୍ଥିତିରେ ଭାରତ ସରକାର ମଧ୍ୟ ଉଦ୍ଧାର ଅପରେସନକୁ ଜୋରଦାର କରିଛନ୍ତି । ଏନେଇ ଜଣେ ଇସ୍ରାଏଲ ଫେରନ୍ତା କହିଛନ୍ତି ଯେ, ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ । ଅକ୍ଟୋବର ୭ରେ ହମାସ୍ ଆକ୍ରମଣ ପରେ ଆମେମାନେ ଇସ୍ରାଏଲରେ ଆତଙ୍କିତ ଓ ଭୟଭୀତ ଅବସ୍ଥାରେ ରହିଥିଲୁ । ଅପରେସନ ଅଜୟ ସରକାରଙ୍କ ଏକ ଭଲ ପଦକ୍ଷେପ । ଏହି ଅପରେସନ ଯୋଗୁଁ ଆମେ ନିଜ ଦେଶକୁ ଫେରିଆସିଛୁ । ତେବେ ସ୍ବଦେଶ ଫେରିବାକୁ ବିମାନରେ ପହଞ୍ଚିବା ପରେ ଭାରତୀୟମାନେ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ନାରା ଦେଇଥିବା ଶୁଣିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: Operation Ajay: ଇସ୍ରାଏଲରୁ ଫେରିଲେ ଆଉ 235 ଭାରତୀୟ

ଅପରେସନ ଅଜୟ ଅନ୍ତର୍ଗତ ଚତୁର୍ଥ ବ୍ୟାଚ ମଧ୍ୟ ଦିଲ୍ଲୀକୁ ଉଡାଣ ଭରି ସାରିଛି । ଆଜି ସକାଳୁ ୨୭୪ ଭାରତୀୟଙ୍କୁ ନେଇ ଚତୁର୍ଥ ବିମାନ ଇସ୍ରାଏଲର ତେଲ ଅଭିଭ୍‌ରୁ ଦିଲ୍ଲୀ ଅଭିମୁଖେ ବାହାରି ପହଞ୍ଚି ସାରିଛି । ଏ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ (ପୂର୍ବର ଟ୍ବିଟର) ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଇସ୍ରାଏଲ୍‌ରେ ଫସିଥିବା ୧୮ ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଅପରେସନ ଅଜୟ ଲଞ୍ଚ ହୋଇଛି । ଏଥିପାଇଁ ଗୁରୁବାରଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ତେଲ୍ ଅଭିଭ୍‌ରୁ ଚତୁର୍ଥ ବ୍ୟାଚରେ ୨୭୪ ଭାରତୀୟଙ୍କୁ ନେଇ ବିମାନ ଦିଲ୍ଲୀରେ ଅବତରଣ କରିଛି ।"

ଶନିବାର ସକାଳେ ଦ୍ବିତୀୟ ବ୍ୟାଚରେ ୨୩୫ ଜଣ ଭାରତୀୟ ନାଗରିକ ଦିଲ୍ଲୀରେ ପହଞ୍ଚିଥିଲେ । କେନ୍ଦ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିଥିଲେ । ପର୍ଯ୍ୟାୟକ୍ରମେ ଇସ୍ରାଏଲରୁ ସବୁ ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Last Updated : Oct 15, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.