ETV Bharat / bharat

ଭାରତ-କାନାଡା କୂଟନୈତିକ ସମ୍ପର୍କ ପାଇଁ ଏବେ ବି ଏକ ସ୍ଥାନ ଅଛି: ଜୟଶଙ୍କର - ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲା

ଭାରତ-କାନାଡା କୂଟନୈତିକ ସମ୍ପର୍କ ପାଇଁ ଏବେ ବି ଏକ ସ୍ଥାନ ଅଛି କହିଲେ ବିଦେଶ ମନ୍ତ୍ରୀ । କିନ୍ତୁ ଅଭିବ୍ୟକ୍ତିର ସ୍ବାଧୀନତା କେବେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦର ଲାଇସେନ୍ସ ଭାବେ ବ୍ୟବହାର କରାଯାଇ ପାରିବନାହିଁ । ଉଭୟ ପକ୍ଷରୁ ସନ୍ତୁଳନ ଆବଶ୍ୟକ । ଅଧିକ ପଢନ୍ତୁ

ଭାରତ-କାନାଡା କୂଟନୈତିକ ସମ୍ପର୍କ ପାଇଁ ଏବେ ବି ଏକ ସ୍ଥାନ ଅଛି: ଜୟଶଙ୍କର

author img

By ETV Bharat Odisha Team

Published : Nov 5, 2023, 8:25 PM IST

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ପରେ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ କୂଟନୈତିକ ସମ୍ପର୍କ ଏବେ ଚରମ ତିକ୍ତତାପୂର୍ଣ୍ଣ ସ୍ତରରେ ରହିଛି । ଏହାରି ମଧ୍ୟରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବାର ଏକ ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି । ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପାଇଁ ଏବେ ବି ଏକ ସ୍ଥାନ ଅଛି । ମାତ୍ର ଦୁଇ ଦେଶ ଏହି ପ୍ରସଙ୍ଗରେ ଆଭିମୁଖ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି । ଭାରତ ସମେତ ଅନେକ ଦେଶରେ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି । ମାତ୍ର ଏହା ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ପାଇଁ ଓକିଲାତିର ଲାଇସେନ୍ସ ହୋଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି ।

ଆଜି ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜୟଶଙ୍କର କହିଛନ୍ତି,‘‘ଭାରତ ସମେତ ଏକାଧିକ ଦେଶରେ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି । କିନ୍ତୁ ହିଂସା ଏବଂ ଧମକକୁ ପ୍ରୋତ୍ସାହନ ଦେବା କିମ୍ବା ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ପ୍ରଚାର ପାଇଁ ଏହାକୁ ଲାଇସେନ୍ସ ଭାବେ ବ୍ୟବହାର କରାଯାଇ ପାରିବନାହିଁ । ଏଭଳି କାର୍ଯ୍ୟକଳାପକୁ ସ୍ୱାଧୀନତା ନାମରେ ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲାଇସେନ୍ସ ଭାବେ ବ୍ୟବହାର କରାଯାଉଛି । ଏହି କାରଣରୁ ଭାରତ ଏପରି କିଛି ସମସ୍ୟାର ସମ୍ମୁଖୀନ ହେଉଛି ।

‘‘ଏବେ ମୁଁ ଅନୁଭବ କରୁଛି ଯେ, ଭାରତ କାନାଡା ସମ୍ପର୍କ ପାଇଁ ଏବେ ମଧ୍ୟ ସ୍ଥାନ ଅଛି । ମୋର କାନାଡା ପ୍ରତିପକ୍ଷ ମଧ୍ୟ ତାହା ହିଁ ପୂର୍ବରୁ କହିସାରିଛନ୍ତି । ଆମେ ପରସ୍ପର ସହ ସମ୍ପର୍କରେ ମଧ୍ୟ ରହିଛୁ । ମୁଁ ଆଶାବାଦୀ ଆମେ ଏହି ଦିଗରେ କୌଣସି ଏକ ଫଳପ୍ରଦ ରାସ୍ତା ବାହର କରିବାରେ ସଫଳ ହେବୁ । ଏ ବିଷୟରେ କାନାଡା ସହ କଥା ହେବାକୁ ଭାରତ ଅପେକ୍ଷା କରିଛି । ମାତ୍ର ଏହା କେବେ ହୋଇପାରିବ ନାହିଁ, ଯଦି ପ୍ରତିପକ୍ଷ ଭାରତର ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦିଏ । ମୁଁ ଭାବୁଛି ଏହି ପ୍ରସଙ୍ଗରେ ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ ।’’

ଏହା ମଧ୍ୟ ପଢନ୍ତୁ :- Chhattisgarh Election: ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ମଙ୍ଗଳବାର 20 ଆସନରେ ମତଦାନ

ଦିଲ୍ଲୀରେ ଆୟୋଜିତ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରି ସ୍ବଦେଶ ଫେରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟାରେ ଭାରତୀୟ ଏଜେନ୍ସି ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲା । ଏହା ପରେ ଭାରତ-କାନାଡା ଦ୍ବିପାକ୍ଷିକ ସମ୍ପର୍କ ଚମର ତିକ୍ତତାରେ ପହଞ୍ଚିଥିଲା । ଭାରତ ବାରମ୍ବାର ଏହି ଅଭିଯୋଗ ସମ୍ପର୍କରେ କାନାଡାଠୁ ପ୍ରମାଣ ମାଗିଥିବା ବେଳେ କାନାଡା ସେଥିରେ ସହଯୋଗ କରିନାହିଁ । ମାତ୍ର ଏବେ କୂଟନୈତିକ ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି । ଭାରତ ପକ୍ଷରୁ ବନ୍ଦ କରାଯାଇଥିବା ଭିସା ସେବା ଆଶିଂକ ଭାବେ କାର୍ଯ୍ୟକ୍ଷମ ହୋଇଛି । କିଛି ନିର୍ଦ୍ଦିଷ୍ଟ ଶ୍ରେଣୀବର୍ଗରେ ଭାରତ କାନାଡାକୁ ଭିସା ପ୍ରଦାନ କରିଛି । ଆଗକୁ ସ୍ଥିତିରେ ସୁଧାର ଆସିଲେ ଅନ୍ୟ ନିଷ୍ପତ୍ତି କଥା ଚିନ୍ତା କରାଯାଇପାରେ ବୋଲି ବିଦେଶ ମନ୍ତ୍ରୀ ଜୟଶଙ୍କର ପୂର୍ବରୁ କହିସାରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.