ETV Bharat / bharat

10ବର୍ଷରେ ଦେଶରେ ବୃଦ୍ଧି ପାଇଛି 82% ମେଡିକାଲ ଏବଂ ନର୍ସିଂ କଲେଜ

Health Ministry says there is an increase in medical colleges in India : ୨୦୧୪ ମସିହା ପୂର୍ବରୁ ଦେଶରେ ୩୮୭ ଟି ମେଡିକାଲ କଲେଜ ଥିଲା ଯାହାର ସଂଖ୍ୟା ଏବେ ୮୨ ପ୍ରତିଶତ ବୃଦ୍ଧି ପାଇ ୭୦୬ ହୋଇଛି । ଏଭଳି ତଥ୍ୟ ରାଜ୍ୟସଭାରେ ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 6, 2023, 6:38 PM IST

ସ୍ବାସ୍ଥ୍ୟକ୍ଷେତ୍ରରେ ସୃଦୃଢ଼ ହେଉଛି ଭାରତ , ବଢିଛି ମେଡିକାଲ ଏବଂ ନର୍ସିଂ କଲେଜ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ ସ୍ବାସ୍ଥ୍ୟକ୍ଷେତ୍ରର ଭିତ୍ତିଭୂମି ବିକାଶ ହେବା ସହ ଭାରତରେ ବଢିଛି ମେଡିକାଲ କଲେଜ ଏବଂ ଏମବିବିଏସ ସିଟ ସଂଖ୍ୟା । ଗତକାଲି (ମଙ୍ଗଳବାର) ଦିନ ରାଜ୍ୟସଭାରେ ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ସମଗ୍ର ଦେଶରେ ୨୦୧୪ ମସିହା ପୂର୍ବରୁ ୩୮୭ ଟି ମେଡିକାଲ କଲେଜ ଥିଲା ଯାହାର ସଂଖ୍ୟା ଏବେ ୮୨ ପ୍ରତିଶତ ବୃଦ୍ଧି ପାଇ ୭୦୬ ହୋଇଛି । ସେହିପରି ଏମବିବିଏସ ସିଟ ରେ ୧୧୨ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ ମସିହା ପୂର୍ବରୁ ଏହାର ସଂଖ୍ୟା ୫୧୩୪୮ ଥିବା ବେଳେ ବର୍ତ୍ତମାନ ୧,୦୮,୯୪୦ ସିଟ ରହିଛି ।

ନ୍ୟାସନାଲ ମେଡିକାଲ କମିଶନ ଏବଂ ଇଣ୍ଡିଆନ ନର୍ସିଙ୍ଗ କାଉନସିଲର ତଥ୍ୟ ମୁତାବକ ବର୍ତ୍ତମାନ ଦେଶରେ ମୋଟ ୭୦୬ ଟି ମେଡିକାଲ କଲେଜ ଏବଂ ୨୨୬୮ ଟି ନର୍ସିଙ୍ଗ କଲେଜ ରହିଛି । ସେ କହିଛନ୍ତି ଯେ ୨୦୨୩-୨୪ ଶିକ୍ଷାବର୍ଷରେ ସର୍ବମୋଟ ୧,୦୮,୯୪୦ ଏମବିବିଏସ ଛାତ୍ର ଏବଂ ୧,୨୦,୫୮୫ ନର୍ସ ମାନେ ଗ୍ରାଜୁଏଟ ହେବେ । କିନ୍ତୁ ଏମାନଙ୍କ ମଧ୍ୟରୁ ଶିକ୍ଷା ହାସଲ କରିବା ପରେ ବିଦେଶକୁ ଯାଉଥିବା ଶିକ୍ଷାର୍ଥୀଙ୍କ ତଥ୍ୟ ମନ୍ତ୍ରଣାଳୟ ପାଖରେ ନାହିଁ ।

ଏହା ମଧ୍ୟ ପଢନ୍ତୁ ... ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ ମଡେଲ କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଷ୍ଟେଟ ମେଡିକାଲ କାଉନସିଲ ଏବଂ ଜାତୀୟ ମେଡିକାଲ କମିଶନର ଜୁନ ୨୦୨୨ ର ତଥ୍ୟ ଅନୁସାରେ ଦେଶରେ ୧୩,୦୮, ୦୦୯ ଜଣ ଏଲୋପାଥିକ ଡାକ୍ତର ପଞ୍ଜିକୃତ ହୋଇଥିବା ବେଳେ ଦେଶରେ ଡାକ୍ତର ଏବଂ ଲୋକଙ୍କ ଅନୁପାତ ୧: ୮୪୩ ରହିଛି । ଇଣ୍ଡିଆନ ନର୍ସିଙ୍ଗ କାଉନସିଲର ତଥ୍ୟ ମୁତାବକ ଦେଶ ରେ ୩୬.୧୪ ଲକ୍ଷ ପଞ୍ଜିକୃତ ନର୍ସ ଅଛନ୍ତି । ସେହିପରି ଭାରତରେ ତାମିଲନାଡୁ ରେ ସର୍ବାଧିକ ୭୪ ଟି ମେଡିକାଲ କଲେଜ ରହିଥିବା ବେଳେ ଏହା ପଛକୁ କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ୬୮ ଲେଖାଏଁ ମେଡିକାଲ କଲେଜ ରହିଛି ।

ବର୍ତ୍ତମାନର ଶୈକ୍ଷିକ ବର୍ଷରେ ଦେଶରେ ମେଡିକାଲ ଶିକ୍ଷାରେ ପିଜି ଏବଂ ୟୁଜିରେ ଖାଲିଥିବା ସିଟ ସଂଖ୍ୟା ଏବଂ ଖାଲି ରହିବାର କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏହି ସିଟ ଗୁଡିକର କାଉନସେଲିଙ୍ଗ ମେଡିକାଲ କାଉନସେଲିଙ୍ଗ କମିଟି ଦ୍ବାରା ସୁପ୍ରିମକୋର୍ଟର ସୂତ୍ର ଅନୁସାରେ ହେଉଛି । ବର୍ତ୍ତମାନର ଶିକ୍ଷାବର୍ଷରେ ୪୮୫ ଟି ୟୁଜି ସିଟ ଖାଲି ରହିଥିବା ବେଳେ ୨୪୭ ଟି ସିଟ ଅଲ ଇଣ୍ଡିଆ କୋଟାରୁ ପିଜି ପାଇଁ ଖାଲି ରହିଛି । ଏବଂ ଖାଲି ରହିଥିବା ସିଟ ପାଇଁ ସ୍ବତନ୍ତ୍ର ଭାକାନ୍ସି ରାଉଣ୍ଡ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.