ETV Bharat / bharat

ଦେଶରେ 1510 ଆଇଏଏସ ପଦବୀ ଖାଲି - MP Sasmit Patra

ଦେଶରେ ଖାଲି ପଡିଛି 1510 ଆଇଏଏସ ଓ 908 ଆଇପିଏସ ପଦବୀ । ଅଧିକ ପଢନ୍ତୁ...

ଆଇଏଏସ ପଦବୀ ଖାଲି
ଆଇଏଏସ ପଦବୀ ଖାଲି
author img

By

Published : Feb 11, 2021, 1:36 PM IST

Updated : Feb 11, 2021, 2:02 PM IST

ନୂଆଦିଲ୍ଲୀ: ଦେଶରେ 1510 ଆଇଏଏସ ଓ 908 ଆଇପିଏସ ପଦବୀ ଖାଲି ରହିଛି । 2020 ଜାନୁଆରୀ 1 ତାରିଖ ସୁଦ୍ଧା ଏହି ପଦବୀ ଖାଲି ପଡିଥିବା ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ପ୍ରଧାନମନ୍ତ୍ରୀ ଅଫିସ୍‌ର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ।

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ସେ । ଏହା ସହ ଏହି ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପରୀକ୍ଷା ମାଧ୍ୟମରେ ଅଧିକ ଆଇଏଏସ ଓ ଆଇପିଏସ ନିଯୁକ୍ତି ଦେଉଛନ୍ତି ।

ସେହିପରି ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ପ୍ରମୋସନ ଦେଇ ଆଇଏଏସ ପଦବୀ ପୂରଣ କରାଯାଉଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ସୂଚନାଥାଉକି, ଦେଶର ସମସ୍ତ ରାଜ୍ୟରେ କେତେ ସଂଖ୍ୟକ ଆଇଏଏସ ଓ ଆଇପିଏସ ପଦବୀ ଖାଲି ପଡିଛି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ ।

Last Updated : Feb 11, 2021, 2:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.