ETV Bharat / bharat

ତିନି ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ - ଚେନ୍ନାଇରେ ତିନି ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ

ତିନି ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ । ତାମିଲନାଡୁର ଚେନ୍ନାଇରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

The UPSC aspirant girl fell from third floor and died in chennai
ତିନି ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ
author img

By

Published : Jun 11, 2022, 11:44 AM IST

ଚେନ୍ନାଇ: ତିନି ମହଲା ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ । ତାମିଲନାଡୁର ଚେନ୍ନାଇରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। 25 ବର୍ଷିୟ ମଖିଲ ମତି ନମକ୍କଲ ଅଞ୍ଚଳର ହୋଇଥିବାବେଳେ ସେ ଚେନ୍ନାଇର ଜାମବଜାର ନିକଟରେ ରହି UPSC ପରୀକ୍ଷା ପାଇଁ ଅଧ୍ୟୟନ କରୁଥିଲେ। ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ମଖିଲ ମତିଙ୍କ ବନ୍ଧୁ ତାଙ୍କ ଘରେ ଆସି ରହିଥିଲେ ।

ସେ ସନ୍ଧ୍ୟାରେ କ୍ଲାସ ସାରି ଫେରିବାବେଳେ ଘର କବାଟ ବନ୍ଦ ଥିଲା ଏବଂ କବାଟ ଖୋଲିବା ପାଇଁ ଯେତେ ଡାକିଥିଲେ ମଧ୍ୟ ତାଙ୍କ ବନ୍ଧୁ ଖୋଲି ନଥିଲେ । ଏଥିସହ ମଖିଲଙ୍କ ଫୋନ ଉଠାଇନଥିଲେ । ସେ ବ୍ୟସ୍ତ ହୋଇ ତୃତୀୟ ମହଲା ବାଲକୋନୀରୁ ଓହ୍ଲାଇ ପଛ ଦ୍ବାର ଦେଇ ଘରକୁ ଭିତରକୁ ଯିବାକୁ ଯୋଜନା କଲେ । ଏହାପରେ ସେ ଏକ ସାଢ଼ୀକୁ ଦଉଡି ସାହାଯ୍ୟରେ ବାନ୍ଧି ତୃତୀୟ ମହଲାରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ଦୁର୍ଭାଗ୍ୟବଶତଃ ଶାଢ଼ୀଟି ଛିଣ୍ଡି ଯିବାରୁ ସେ ତଳେ ପଡ଼ିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଜାମବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା । ଏହି ଘଟଣାର ଏକ ମାମଲା ରୁଜୁ କରି ମଖିଲଙ୍କ ବନ୍ଧୁଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.