ETV Bharat / bharat

ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ଅମିତ ଶାହଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ - ନରେନ୍ଦ୍ର ସିଂହ ତୋମାର

ନୂତନ କୃଷି ବିଲକୁ ନେଇ ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପୀୟୁଷ ଗୋୟଲ। ନୂତନ କୃଷି ବିଲ ସଂଶୋଧନକୁ ନେଇ ଚାଷୀ ପ୍ରତିନିଧିଙ୍କ ପାଞ୍ଚ ପାଞ୍ଚ ଥର ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ଅଧିକ ପଢ଼ନ୍ତୁ...

The Union Minister met Amit Shah before holding talks with the farmers regarding farm bill protest
ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ଅମିତ ଶାହଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
author img

By

Published : Dec 29, 2020, 9:23 PM IST

ନୂଆଦିଲ୍ଲୀ: ନୂତନ କୃଷି ବିଲକୁ ନେଇ ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପୀୟୁଷ ଗୋୟଲ। ନୂତନ କୃଷି ବିଲ ସଂଶୋଧନକୁ ନେଇ ଚାଷୀ ପ୍ରତିନିଧିଙ୍କ ସହ ପାଞ୍ଚ ପାଞ୍ଚ ଥର ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନଥିଲା। ତିନୋଟି ନୂତନ କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଚାଷୀ।

ନୂତନ କୃଷି ଆଇନ ବିରୋଧରେ ଗତ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ସିଂଘୁ ବର୍ଡରରେ ଚାଷୀମାନେ ଆନ୍ଦୋଳନରତ। ଏଥିପାଇଁ ପାଞ୍ଚଟି ପର୍ଯ୍ୟାୟରେ ଚାଷୀଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରି ସାରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ସୋମ ପ୍ରକାଶ ପ୍ରତିନିଧିତ୍ବ କରୁଛନ୍ତି। ବୁଧବାର ଦିନ ହେବାକୁ ଥିବା ଚାଷୀଙ୍କ ସହ ଆଲୋଚନାବେଳେ ସରକାରଙ୍କ ପକ୍ଷ କଣ ରହିବ ସେନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଦ୍ଧିବଧ ଭାବରେ ସୂଚନା ଦିଆଯାଇନାହିଁ।

ସିଂଘୁ ବର୍ଡରରେ ନୂତନ କୃଷି ଆଇନକୁ ବିରୋଧ କରି ଏକ ହଜାରରୁ ଅଧିକ ଶ୍ରମିକ ଆନ୍ଦୋଳନ କରୁଛନ୍ତି। ବିଶେଷ କରି ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶର ଚାଷୀ ଏହି ଆନ୍ଦୋଳନରେ ସକ୍ରିୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଡିସେମ୍ବର ତାରିଖରେ 40 ଜଣ ଚାଷୀ ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରିବେ। ନିଜ ଦାବିରୁ ଚାଷୀମାନେ ଓହରିବେ ନାହିଁ ବୋଲି ରୋକଠୋକ କହିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛନ୍ତି ଚାଷୀ ।

ଡିସେମ୍ବର 5 ତାରିଖରେ ଚାଷୀଙ୍କ ସହ ଷଷ୍ଠସ୍ତରୀୟ ଆଲୋଚନା ହେବାକୁ ଥିଲା । ତେବେ କୌଣସି କାରଣରୁ ଏହି ବୈଠକକୁ ବାତିଲ କରାଯାଇଥିଲା। ବାରମ୍ବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ସହ ସମାଧାନର ବାଟ ଖୋଜିବାକୁ ପ୍ରୟାସ କରାଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ। ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ରହିବ ତାହାରି ଉପରେ ସଭିଙ୍କ ନଜର।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.