ନୂଆଦିଲ୍ଲୀ: ଆସନ୍ତା 14 ତାରିଖରେ ଉଦଘାଟନ ହେବ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ଡକ୍ଟର ବି. ଆର ଆମ୍ବେଦକରଙ୍କ ଜନ୍ମତିଥି ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସଂଗ୍ରହାଳୟର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ତିଆରି ହୋଇଛି ବୃହତ ସଂଗ୍ରହାଳୟ।
-
New Delhi | The Pradhan Mantri Sangrahalaya will be inaugurated on 14th April 2022. Museum will showcase the work of PMs of India & includes the erstwhile building of Nehru Museum Building. pic.twitter.com/RsPsooW3B2
— ANI (@ANI) April 9, 2022 " class="align-text-top noRightClick twitterSection" data="
">New Delhi | The Pradhan Mantri Sangrahalaya will be inaugurated on 14th April 2022. Museum will showcase the work of PMs of India & includes the erstwhile building of Nehru Museum Building. pic.twitter.com/RsPsooW3B2
— ANI (@ANI) April 9, 2022New Delhi | The Pradhan Mantri Sangrahalaya will be inaugurated on 14th April 2022. Museum will showcase the work of PMs of India & includes the erstwhile building of Nehru Museum Building. pic.twitter.com/RsPsooW3B2
— ANI (@ANI) April 9, 2022
ଦିଲ୍ଲୀର ଟିନ ମୂର୍ତ୍ତୀ ଇଷ୍ଟେଟରେ ନିର୍ମିତ ହୋଇଛି ଏହି ବିରାଟକାୟ ସଂଗ୍ରହାଳୟ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସମସ୍ତ 14 ଜଣ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଏବଂ ଅବଦାନକୁ ସଂଗ୍ରହାଳୟ ମାଧ୍ୟମରେ ପ୍ରତିଫଳିତ କରାଯିବ । ଦେଶର ଯୁବପିଢ଼ିଙ୍କୁ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ, ଦୂରଦୃଷ୍ଟି ତଥା ସଫଳତା ବିଷୟରେ ଉତ୍ସାହିତ କରିବା ଏବଂ ପ୍ରେରଣା ଦେବା ପାଇଁ ସଂଗ୍ରହାଳୟଟି ଉଦ୍ଦିଷ୍ଟ। ସଂଗ୍ରହାଳୟରେ ଜବାହରଲାଲ ନେହେରୁ ବିଲ୍ଡିଂ ସ୍ଥାନ ପାଇଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଓ ଅବଦାନକୁ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି।
ଭାରତ ସ୍ବାଧିନତା ସଂଗ୍ରାମ ଠାରୁ ଆରମ୍ଭ କରି ସମ୍ବିଧାନ ପ୍ରସ୍ତୁତ କରିବା ଯାଏଁ ଦେଶର ପ୍ରଧାନମନ୍ତ୍ରୀ କିଭଳି ଭାବେ ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇ ପାର ହୋଇଥିଲେ ସଂଗ୍ରହାଳୟ ତାର କାହାଣୀ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀମାନଙ୍କ ଫଟୋଚିତ୍ର, ବକ୍ତୃତା, ଭିଡିଓ କ୍ଲିପ, ଖବରକାଗଜ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୂଳ ଲେଖା ପ୍ରଦର୍ଶିତ ହେବ | ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମୋଟ ୧୦, 49491 ବର୍ଗ ମିଟର କ୍ଷେତ୍ରରେ ନିର୍ମାଣ କରାଯାଇଛି।
@ANI