ETV Bharat / bharat

ସଂସଦରୁ 14 ବିରୋଧୀ ସାଂସଦ ସସପେଣ୍ଡ, କଂଗ୍ରେସରୁ 9 - ଲୋକସଭା

The Lok Sabha suspend 14 opposition MP: ରାଜ୍ୟସଭା ପରେ ଲୋକସଭା । ଅଶୋଭନୀୟ ଆଚଚଣ ପାଇଁ ସଂସଦରୁ 14 ସାଂସଦ ସସପେଣ୍ଡ । ଏଥିରେ ଅଛନ୍ତି ଲୋକସଭାରୁ 13 ଏବଂ ରାଜ୍ୟସଭାରୁ 1 ବିରୋଧୀ ସାଂସଦ । ଅଧିକ ପଢ଼ନ୍ତୁ...

ଲୋକସଭାରୁ 14 ବିରୋଧୀ ସାସଂଦ ସସପେଣ୍ଡ, କଂଗ୍ରେସରୁ 5

author img

By ETV Bharat Odisha Team

Published : Dec 14, 2023, 3:41 PM IST

Updated : Dec 14, 2023, 6:48 PM IST

  • A total of 13 MPs have been suspended from the Lok Sabha today.

    SR Parthiban's suspension was revoked after he was mistakenly suspended. pic.twitter.com/3wCxOI9NJK

    — ANI (@ANI) December 14, 2023 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣା ପରେ, ସଂସଦରେ ହଙ୍ଗାମା ଏବଂ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ସାଂସଦମାନଙ୍କ ବିରୋଧରେ ନିଆଯାଇଥଛି କାର୍ଯ୍ୟାନୁଷ୍ଠାନ। ଲୋକସଭା ବାଚସ୍ପତି 13 ଜଣ ବିରୋଧୀ ଦଳ ସାଂସଦଙ୍କୁ ଶୀତ ଅଧିବେଶନର ଅବଶିଷ୍ଟାଂଶ କାର୍ଯ୍ୟ ଦିବସରୁ ନିଲମ୍ବନ କରିଛନ୍ତି। ଲୋକସଭାରୁ ସସପେଣ୍ଡ ହୋଇଥିବା ବିରୋଧୀ ସାଂସଦମାନଙ୍କ ମଧ୍ଯରେ ଅଛନ୍ତି କଂଗ୍ରେସରୁ 9 ଜଣ, ସିପିଏମରୁ 2 ଜଣ, ଡିଏମକେରୁ 2 ଜଣ ଏବଂ ସିପିଆଇରୁ ଜଣେ । ପୂର୍ବରୁ ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ ଓବ୍ରିଏନଙ୍କୁ ଶୀତ ଅଧିବେଶନରୁ ସସପେଣ୍ଡ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ବର୍ତ୍ତମାନ ସୁଦ୍ଧା ମୋଟ 14 ଜଣ ସାଂସଦଙ୍କ ସସପେଣ୍ଡ ହୋଇଛନ୍ତି।

ବିରୋଧୀ ସାଂସଦମାନଙ୍କ ଅଶୋଭନୀୟ ଆଚରଣ ପ୍ରତିବାଦରେ ଲୋକସଭାରେ ପ୍ରସ୍ତାବ ପାସ୍ ହୋଇଥିଲା। ଲୋକସଭାରୁ ସସପେଣ୍ଡ ହୋଇଥିବା 13 ଜଣ ନିଲମ୍ବିତ ସାଂସଦମାନଙ୍କ ମଧ୍ଯରେ ଅଛନ୍ତି ମାନିକମ ଟାଗୋର (କଂଗ୍ରେସ), କାନିମୋଝି (ଡିଏମକେ), ପିଆର୍ ନଟରାଜନ, ଭିକେ ଶ୍ରୀକାନ୍ତମ, ବେଣୀ ବହନ, କେ. ଶୁବ୍ରମଣ୍ୟମ, ଏସଆର ପ୍ରତିବାନ, ଏସ୍. ଭେଙ୍କଟିସାନ, ମହମ୍ମଦ ଜାଭେଦ, ହିବି ଇଡେନ୍, ଜ୍ୟୋତିମଣି, ରମୈୟା ହରିଦାସ ।

ଏହା ମଧ୍ଯ ପଢ଼ନ୍ତୁ : ଭାରି ପଡ଼ିଲା ରାଜ୍ୟସଭାରେ ହଙ୍ଗାମା: ଟିଏମସି ଏମପି ଡେରେକ ଓବ୍ରିଏନ୍ ଶୀତ ଅଧିବେଶନରୁ ସସପେଣ୍ଡ୍

ପୂର୍ବରୁ 'ଗ୍ରସ୍ କଣ୍ଡକ୍ଟ' ପାଇଁ ସଂସଦରୁ ସସପେଣ୍ଡ ହୋଇଥିଲେ ଟିଏମସି ସାଂସଦ ଡେରେକ ଓବ୍ରିଏନ୍ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼, ଡେରେକଙ୍କ ଅଶୋଭନୀୟ ବ୍ୟବହାର ପାଇଁ ତାଙ୍କୁ ସଂସଦ ଶୀତ ଅଧିବେଶନର ବାକି କାର୍ଯ୍ୟ ଦିବସଗୁଡ଼ିକରୁ ନିଲମ୍ବନ କରିଥିଲେ। ଡେରେକ ତୁରନ୍ତ ରାଜ୍ୟସଭା ଛାଡ଼ି ଚାଲିଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆଜି ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଟିଏମସି ସାଂସଦ ଡେରେକ ଗୃହ ମଧ୍ୟଭାଗକୁ ଚାଲି ଆସିବା ସହ ନାରାବାଜି କରିଥିଲେ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହରେ ଅପମାନଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଡେରେକଙ୍କୁ ଚଳିତ ଶୀତକାଳୀନ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯିବା ନେଇ ଏକ ପ୍ରସ୍ତାବ ପାସ୍ ହୋଇଥିଲା ।

ଏହା ମଧ୍ଯ ପଢ଼ନ୍ତୁ : ସୁରକ୍ଷା ଭଙ୍ଗକୁ ନେଇ ସଂସଦ ଅଚଳ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଗତକାଲି ସଂସଦରେ ସୁରକ୍ଷା ଭଙ୍ଗ ହୋଇଥିଲା । ଦୁଇ ଜଣ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ଲୋକସଭା ଭିତରେ ପଶିବା ସହ, ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁ ଥିଲେ ଏବଂ ଲାଲ ଏବଂ ହଳଦିଆ ରଙ୍ଗର ଧୂଆଁ ଛାଡ଼ିଥିଲେ । ଏହାକୁ ନେଇ ଲୋକସଭାରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ସାଂସଦମାନେ ଅଭିଯୁକ୍ତଙ୍କୁ ଧରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହାକୁ ନେଇ ସଂସଦ ଭିତରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଦିଲ୍ଲୀ ପୋଲିସ ଏହି ଘଟଣାରେ 5 ଜଣଙ୍କୁ ଗିରଫ କରି ସାରିଥିବା ବେଳେ, ଷଷ୍ଠ ଅଭିଯୁକ୍ତକୁ ଧରିବା ପାଇଁ ଅପରେସନ ଜାରି ରଖିଛି। ଅଭିଯୁକ୍ତମାନଙ୍କ ବିରୋଧରେ UAPA ରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି।

ଡିସେମ୍ବର 22ରେ ଶେଷ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନକୁ ଆଉ 8 ଦିନ ବାକି ଥିବା ବେଳେ, ନିଲମ୍ବିତ ସାଂସଦମାନେ ସଂସଦର ଅବଶିଷ୍ଟ ଅଧିବେଶନରେ ଯୋଗ ଦେଇ ପାରିବେ ନାହିଁ । ନିଲମ୍ବିତ ସାଂସଦମାନଙ୍କ ମଧ୍ଯରେ ଅଛନ୍ତି ରାଜ୍ୟସଭାରୁ ଜଣେ ଏବଂ ଲୋକସଭାରୁ 13 ଜଣ । କଂଗ୍ରେସରୁ ସର୍ବାଧିକ 9 ଜଣ ସାଂସଦ ସସପେଣ୍ଡ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2023, 6:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.