ETV Bharat / bharat

The Kashmir Files ନିର୍ଦ୍ଦେଶକ ବିବେକଙ୍କ ପ୍ରତି ବିପଦ, Y ବର୍ଗର ସୁରକ୍ଷା ଦେଲେ ସରକାର - ଦ କାଶ୍ମୀର ପାଇଲ୍ସ ଫିଲ୍ମ ଖବର

ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ Y ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ସରକାରୀ ସୁତ୍ରରୁ ଜଣାପଡିଛି । ଅଧିକ ପଢନ୍ତୁ

The Kashmir Files ନିର୍ଦ୍ଦେଶକ ବିବେକଙ୍କୁ Y ବର୍ଗର ସୁରକ୍ଷା

author img

By

Published : Mar 18, 2022, 1:19 PM IST

Updated : Mar 18, 2022, 1:39 PM IST

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିକ ଚଳଚ୍ଚିତ୍ର ଦ କାଶ୍ମୀର ପାଇଲ୍ସ ଫିଲ୍ମ ଏବେ ଧମାଲ ମଚାଇଛି । ଫିଲ୍ମ ରିଲିଜ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ଏନେଇ ତାଙ୍କୁ Y ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ବିବେକଙ୍କୁ ଗୃହ ମନ୍ତ୍ରଣାଳୟ ଏହି ସୁରକ୍ଷା ଯୋଗାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି ।

ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପସନ୍ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛି । ୱାଇ କ୍ୟାଟେଗୋରୀ ସୁରକ୍ଷାରେ ୮ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ଏଥିରେ ଯେଉଁ ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥାଏ, ତାଙ୍କ ଘରେ ମଧ୍ୟ ୫ ଜଣ ସଶସ୍ତ୍ର ଯବାନ ମୁତୟନ ହୋଇଥାନ୍ତି । ଏହାସହ ତିନୋଟି ସିଫ୍ଟରେ ତିନିଜଣ ପିଏସଓ ସୁରକ୍ଷା ପ୍ରଦାନ କରିଥାନ୍ତି । ବିବେକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦର୍ଶକଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତେ ପ୍ରଶଂସା କରିଛନ୍ତି । ବିଜେପି ସଂସଦୀୟ ବୈଠକରେ ଫିଲ୍ମକୁ ପ୍ରଶଂସା କରିଥିଲେ ମୋଦି । ଫିଲ୍ମ ଜରିଆରେ ସତ ସାମ୍ନାକୁ ଆସୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଫିଲ୍ମକୁ ବିରୋଧୀ ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି । ଫିଲ୍ମରେ ଅଧା ସତ ଦେଖାଯାଇଛି ବୋଲି କହିଥିଲେ ବିରୋଧୀ । ସପା ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରି କହିଥିଲେ ଯଦି ଦ କାଶ୍ମୀର ପାଇଲ୍ସ ତିଆରି ହୋଇପାରିଛି ତେବେ ଲଖିମପୁରରେ ଘଟିଥିବା ଘଟଣାକୁ ନେଇ ମଧ୍ୟ ଲଖିମପୁର ଫାଇଲ୍ସ ତିଆରି ହୋଇପାରିବ । ଛତିଶଗଡ ସିଏମ ଭୂପେଶ ବେଘଲ ମଧ୍ୟ କହିଥିଲେ ଫିଲ୍ମରେ ଅଧା ସତ ଦେଖାଯାଇଛି ଖାଲି ହିନ୍ଦୁ ନୁହନ୍ତି ବୁଦ୍ଧିଷ୍ଟ, ଶିଖ ଓ ମୁସଲିମମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ’ ୧୧ ମାର୍ଚ୍ଚରେ ରିଲିଜ ପରେ ଦର୍ଶକ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କୁ ପ୍ରତାରଣା, ହତ୍ୟା ଆଦି ଘଟଣା ଦର୍ଶାଯାଇଛି । କିପରି କାଶ୍ମୀର ପଣ୍ଡିତମାନେ ଭୟରେ ଦେଶର ଅନ୍ୟ ସ୍ଥାନରେ ରହୁଛନ୍ତି ତାହା ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଫିଲ୍ମଟିକୁ ଆସାମ, ଉତ୍ତରାଖଣ୍ଡ, ହରିୟାଣା, ଗୁଜୁରାଟ, ଗୋଆରେ ଟ୍ୟାକ୍ସ ଫ୍ରି କରାଯାଇଛି ।

@ANI

Last Updated : Mar 18, 2022, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.