ETV Bharat / bharat

ତେଲେଙ୍ଗାନା SWAL corporation ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର କୃଷି ସାର ଉତ୍ପାଦୀୟ କମ୍ପାନୀ SWAL corporationରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ କାରଣ ଜଣାପଡିନାହିଁ । ଅଧିକ ପଢନ୍ତୁ...

ତେଲେଙ୍ଗାନା SWAL corporation ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ତେଲେଙ୍ଗାନା SWAL corporation ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
author img

By

Published : Sep 17, 2021, 12:45 PM IST

ହାଇଦ୍ରାବାଦ: ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ଅମ୍ବରପେଟ ଅଞ୍ଚଳରେ ଥିବା SWAL corporation ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଆଗ୍ରୋକେମିକାଲ ଇଣ୍ଡଷ୍ଟ୍ରିରେ କୃଷି ଜାତୀୟ ସାର ଆଦିର ଉତ୍ପାଦନ ହୋଇଥାଏ । ଗୋଦାମରେ ନିଆଁ ଲାଗିବାର କାରଣ ସମ୍ପର୍କରେ ସୂଚନା ମିଳିନଥିବା ବେଳେ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ତେଲେଙ୍ଗାନା SWAL corporation ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ହଠାତ ପୂର୍ବାହ୍ନ ସମୟରେ ଏହି ଗୋଦାମରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଚିତ୍କାର କରି ବାହାରକୁ ବାହାରି ଆସିଥିଲେ । ହଠାତ ଗୋଦାମ ମଧ୍ୟରୁ ଚିତ୍କାର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିବା ମଧ୍ୟ ସୂଚନା ମିଳିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ ଗୋଦାମ ମଧ୍ୟକୁ ପ୍ରବେଶ କରିବା କଷ୍ଟକର ହୋଇପଡ଼ିଛି । ଫଳରେ ଅଧିକାରୀ ଓ ସ୍ଥାନୀୟ ଲୋକମାନେ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ସେପଟେ ନିଆଁ ଲାଗିବା ଫଳରେ କଳା ରଙ୍ଗର ଧୂଆଁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରେ ବ୍ୟାପିଥିବା ନଜରକୁ ଆସିଛି । ଅଗ୍ନିକାଣ୍ଡର କାରଣ ଜଣାପଡନଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ସୂଚନା ମିଳିଛି । ସେପଟେ ଏପର୍ଯ୍ୟନ୍ତ ମୃତାହତ ସମ୍ପର୍କରେ ଖବର ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.