ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ ଉପରେ ସ୍ବତନ୍ତ୍ର କଟକଣା ଜାରି କରିଛନ୍ତି । ଠିକ ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କୋରୋନା କଟକଣା ଉଲଙ୍ଘନ କରି ନିଜ ଜନ୍ମଦିନ ପାଳନ କରି ବିବାଦକୁ ଆସିଛନ୍ତି । କୋରୋନାର ସବୁ ପ୍ରୋଟୋକଲ ଉଲଙ୍ଘନ କରି ସିସୋଦିଆ କର୍ମକର୍ତ୍ତାଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିବା ଦେଖିବାକୁ ମିଳିଛି ।
ନିକଟରେ ସିସୋଦିଆଙ୍କ ଜନ୍ମ ଦିନ ଥିବାବେଳେ ତାଙ୍କ ବାସଭବନରେ ଭିଡ ଜମାଇଥିଲେ ଦଳର ଅନେକ ନେତା ଓ କର୍ମୀ । ଜନ୍ମଦିନ ପାଳନ ପାଇଁ କର୍ମକର୍ତ୍ତା ମାନେ ଆୟୋଜନ କରିଥିବା ବେଳେ କରୋନା ଗାଇଡ ଲାଇନ ଓ ସାମାଜିକ ଦୂରତାର ଖୋଲାଖୋଲି ଉଲଙ୍ଘନ କରାଯାଇଥିଲା । ଏଥିରେ ନିଜେ ସିସୋଦିଆ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ଏହି ଘଟଣା ପରେ ସିସୋଦିଆ ଦିଲ୍ଲୀ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି । ସାଧାରଣ ଲୋକଙ୍କ ପାଇଁ ସରକାର ବିଭିନ୍ନ ଆଇନ ଲାଗୁ କରୁଥିବା ବେଳେ ନିଜେ ଉପମୁଖ୍ୟମନ୍ତ୍ରୀ କଟକଣା ଭାଙ୍ଗିବା ସରକାରଙ୍କୁ ଅପଦସ୍ତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ