ETV Bharat / bharat

Awantipora Encounter: ଟଳିଲେ ୨ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ଅବନ୍ତିପୋରାର ରାଜପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ

author img

By

Published : May 31, 2022, 8:33 AM IST

ଟଳିଲେ ୨ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି
ଟଳିଲେ ୨ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ଅବନ୍ତିପୋରାର ରାଜପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀଙ୍କୁ ସୂଚନା ମିଳିଥିଲା । ଏହାପରେ ପୂର୍ଣ୍ଣ ପ୍ରସ୍ତୁତି ସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରସେନ ଆରମ୍ଭ କରିଥିଲା ସେନା । ଫଳରେ ସୁରକ୍ଷାକର୍ମୀ ଗୁଳିରେ ୨ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ଆତଙ୍କୀ ମଧ୍ୟରୁ ଜଣେ ତ୍ରାଲର ସାହିଦ ରାଥର ଏବଂ ସୋଫିଆନର ଉମର ୟୁସୁଫ । ସେମାନଙ୍କ ଅନେକ ଅପରାଧିକ କାର୍ଯ୍ୟରେ ସଂପୃକ୍ତି ଥିବା ସୂଚନା ଦେଇଛି କାଶ୍ମୀର ପୋଲିସ ।

  • Killed #terrorists identified as Shahid Rather of #Tral & Umar Yousuf of #Shopian. Besides other #terror crimes, #terrorist Shahid was involved in killing of a woman Mst Shakeela of Aripal & a govt employee/ peon Javid Ahmed of Lurgam Tral: IGP Kashmir@JmuKmrPolice

    — Kashmir Zone Police (@KashmirPolice) May 31, 2022 " class="align-text-top noRightClick twitterSection" data=" ">

ଜଣେ ମହିଳା ସରକାରୀ ଅଧିକାରୀଙ୍କୁ ସାହିଦ ହତ୍ୟା କରିଥିବା କହିଛନ୍ତି କାଶ୍ମୀର ଆଇଜିପି ବିୟୟ କୁମାର । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ 2ଟି ଏକ 47 ଜବତ ହୋଇଛି । ପ୍ରକାଶ ଥାଉ କି, ଚଳିତ ମାସରେ ସୀମାରେ 10ରୁ ଅଧିକ ଥର ଗୁଳି ବିନିମୟ ହୋଇଛି ଓ 15ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.