ETV Bharat / bharat

Srinagar Encounter: ରେନୱାରୀରେ ୨ ଆତଙ୍କୀ ସଫା, ଗଣମାଧ୍ୟମର କରୁଥିଲେ ଅପବ୍ୟବହାର

ଆତଙ୍କୀ ନିପାତ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁକଶ୍ମୀର ପୁରୁଣା ଶ୍ରୀନଗରର ରେନୱାରୀ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଥିଲା । ଅଧିକ ପଢନ୍ତୁ

author img

By

Published : Mar 30, 2022, 7:01 AM IST

Updated : Mar 30, 2022, 8:21 AM IST

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା

ଶ୍ରୀନଗର: ଆତଙ୍କୀ ନିପାତ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁକଶ୍ମୀର ପୁରୁଣା ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଲସ୍କର-ଏ-ତୋଏବାର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛି କଶ୍ମୀର ଜୋନ ପୋଲିସ ।

ସୂଚନାଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହା ପରେ ପୂର୍ଣ୍ଣ ପ୍ରସ୍ତୁତି ସହ କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଅପରେସନ ଆରମ୍ଭ ହୋଇଥିଲା । ସ୍ଥାନକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ଆତଙ୍କୀ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଜବାବରେ ସୁରକ୍ଷାବାହିନୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଫଳରେ ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବିହନୀ ।

ମୃତ ୨ ଆତଙ୍କୀ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ନିହତ ଆତଙ୍କୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଗଣମାଧ୍ୟମର ପରିଚୟ ପତ୍ର ବ୍ୟବହାର କରୁଥିଲା । ଜଣକ ନାମ ହେଲା ରୟିସ ଅହମ୍ମଦ ଭଟ । ଏହା ସ୍ପଷ୍ଟ ଯେ ସେ ଗଣମାଧ୍ୟମର ଅପବ୍ୟବହାରର କରୁଥିବା କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ଆତଙ୍କବାଦୀ ରୟିସ ଅହମ୍ମଦ ଭଟ ପୂର୍ବରୁ ସାମ୍ବାଦିକ ଥିଲା । ଅନନ୍ତନାଗରେ ଭ୍ୟାଲି ନିଉଜ୍ ସର୍ଭିସ ନାଁରେ ଏକ ପୋର୍ଟାଲ ଖୋଲିଥିଲେ । ୨୦୨୧ରେ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲା । ପୂର୍ବରୁ ଅପରାଧ ନେଇ ରୟିସ ଅହମ୍ମଦ ନାମରେ ଦୁଇଟି ମାମଲା ରହିଛି ।

  • #SrinagarEncounterUpdate: Killed terrorist (Rayees Ah Bhat) was earlier a journalist &was running online news portal 'ValleyNews Service' in Anantnag. Joined terrorist ranks in 8/2021 &was categorised 'C' in our list. 02 FIRs are already registered against him for terror crimes. https://t.co/60J86npozf

    — Kashmir Zone Police (@KashmirPolice) March 30, 2022 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, ଶେଷଥର ପାଇଁ ମାର୍ଚ୍ଚ ୧୬ ତାରିଖରେ ଜମ୍ମୁ କଶ୍ମୀର ଶ୍ରୀନଗରର ନାଓଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଏ-ତୋଏବାର ୩ ଆତଙ୍କୀ ନିପାତ ହୋଇଥିଲେ । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପାଖାପାଖି ୧୫ରୁ ଅଧିକ ଥର ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨୦ରୁ ଅଧିକ ଆତଙ୍କୀ ନିପାତ ହେଲେଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 30, 2022, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.