ETV Bharat / bharat

ଶ୍ରୀନଗରରେ ଆତଙ୍କୀଙ୍କ ଗୁଳିମାଡ: ଜଣେ ପୋଲିସ କର୍ମୀ ଶହୀଦ

ଶ୍ରୀନଗର ଜିଲ୍ଲାର ଲାଲ୍ ବଜାରରେ ପୋଲିସ କର୍ମୀଙ୍କ ଉପରେ ଆତଙ୍କୀଙ୍କ ଗୁଳିମାଡ । ଆକ୍ରମଣରେ ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 12, 2022, 8:34 PM IST

ଶ୍ରୀନଗରରେ ଆତଙ୍କୀ ଆକ୍ରମଣ, ଜଣେ ପୋଲିସ କର୍ମୀ ମୃତ

ଶ୍ରୀନଗର: ଆଜି (ମଙ୍ଗଳବାର) ଜାମ୍ମୁ-କାଶ୍ମୀର ଶ୍ରୀନଗର ଜିଲ୍ଲାର ଲାଲ୍ ବଜାରରେ ପୋଲିସ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି ଏବଂ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ସବ୍‌ ଇନ୍ସପେକ୍ଟର ମୁସତକ ଅହମ୍ମଦ(sub-inspector Mushtaq Ahmad) । ଆହତଙ୍କ ମଧ୍ୟରେ ଜଣେ ହେଡ୍ କନେଷ୍ଟବଳ ଏବଂ ଏସପିଓ ଅଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ଲାଲ୍ ବଜାର ସ୍ଥିତ ଚେକ୍ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ପୋଲିସ ନାକା ପାର୍ଟି ଉପରେ ଗୁଳିମାଡ କରିଥିଲେ । ଏଥିରେ ୩ ଜଣଙ୍କ ଦେହରେ ଗୁଳି ବାଜିଥିଲା । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ସବ୍‌ ଇନ୍ସପେକ୍ଟର ମୁସତକ ଅହମ୍ମଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.