ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଗିରଫ ଆତଙ୍କବାଦୀଙ୍କୁ ନେଇ ହୋଇଛି ବଡ ଖୁଲାସା । ବଡ ଆତଙ୍କବାଦୀ ଷଡଯନ୍ତ୍ରଙ୍କୁ ପଣ୍ଡ କରିଛି ଏଟିଏସ । 15 ଅଗଷ୍ଟ ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟରେ ବିସ୍ଫୋରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ ।
ଲକ୍ଷ୍ନୌର କାକୋରୀରୁ 2 ଆତଙ୍କବାଦୀଙ୍କୁ ଗିରଫ କରିଥିଲା ୟୁପି ଏସଟିଏଫ । ଉଭୟ ଅଲକାୟଦା ସମର୍ଥିତ ଅଂସାର ଗଜୱାତୁଲ ହିନ୍ଦ ସହ ଜଡିତ ବୋଲି ଜଣାପଡିଛି । ଆତଙ୍କବାଦୀ ରହୁଥିବା ଘରୁ ଜବତ ହୋଇଛି ବିସ୍ଫୋଟକ ପଦାର୍ଥ ।
ଗିରଫ ଆତଙ୍କବାଦୀଙ୍କର ରହିଛି ପାକିସ୍ତାନ କନେକ୍ସନ । ଉଭୟ ପାକିସ୍ତାନରୁ ହ୍ୟାଣ୍ଡେଲ ହେଉଥିଲେ । ଆତଙ୍କବାଦୀମାନେ 15 ଅଗଷ୍ଟ ପୂର୍ବରୁ ୟୁପିର ବିଭିନ୍ନ ସହର ଖାସକରି ଲକ୍ଷ୍ନୌର ମହତ୍ବପୂର୍ଣ୍ଣ ସ୍ଥାନ, ସ୍ମାରକ, ଜନ ବହୁଳ ଅଞ୍ଚଳରେ ବିସ୍ଫୋରଣ କରିବାର ଯୋଜନା କରିଥିଲେ ।
ଆତଙ୍କବାଦୀଙ୍କ ଏହି ଗ୍ୟାଙ୍ଗରେ ଲକ୍ଷ୍ନୌ ଏବଂ କାନପୁରର ଅନ୍ୟ ସହଯୋଗୀମାନେ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଏଡିଜି କହିଛନ୍ତି। ସୂଚନା ରହିଥିଲା ଯେ ଏମାନେ ଉତ୍ତରପ୍ରଦେଶରେ ବିଶେଷ କରି ଲକ୍ଷ୍ନୌରେ ଯେକୌଣସି ସମୟରେ ଆତଙ୍କବାଦୀ ଘଟଣା ଘଟାଇ ପାରନ୍ତି । ଇନପୁଟ ସୂଚନା ପରେ ଏଟିଏସ ଟିମ ତଦନ୍ତ ଆରମ୍ଭ କରିଦେଇଥିଲା ।
ଚଢାଉ ସମୟରେ ଅଭିଯୁକ୍ତ ଆତଙ୍କବାଦୀଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ପିସ୍ତଲ ଜବତ କରାଯାଇଛି। ଘରୁ ଜବତ ହୋଇଥିବା ଆଇଡିକୁ ନିଷ୍କ୍ରିୟ କରାଯାଇଥିବା କହିଛି ପୋଲିସ ।