ETV Bharat / bharat

ପାକ୍‌ରେ ଆଖି ବୁଜିଲା ଆତଙ୍କୀ ହରବିନ୍ଦର ସିଂ ରିଣ୍ଡା, ସିଦ୍ଧୁ ମୁସେୱାଲା ହତ୍ୟାରେ ଥିଲା ଜଡିତ

author img

By

Published : Nov 20, 2022, 8:43 AM IST

ପାକିସ୍ତାନର ଲାହୋରରେ ଆତଙ୍କବାଦୀ ହରବିନ୍ଦରର ମୃତ୍ୟୁ ହୋଇଥିବା ସୂଚନା । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଜଡିତ ଥିବାରୁ ତାକୁ ହତ୍ୟା କରିଥିବା ଦାବି କଲା ବାମ୍ବିହା ଗୋଷ୍ଠୀ । ଅଧିକ ପଢନ୍ତୁ

ପାକିସ୍ତାନରେ ଆତଙ୍କବାଦୀ ହରବିନ୍ଦର ସିଂ ରିଣ୍ଡାର ମୃତ୍ୟୁ

ଚଣ୍ଡିଗଡ: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହରବିନ୍ଦର ସିଂ ରିଣ୍ଡାର ମୃତ୍ୟୁ । ପାକିସ୍ତାନର ଲାହୋରରେ ଆତଙ୍କବାଦୀ ହରବିନ୍ଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି(Terrorist Harwinder Singh Rinda died in Pakistan) । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲା । ଅଧିକ ଡ୍ରଗ୍ସ ସେବନ କରୁଥିବା ହେତୁ ମୃତ୍ୟୁ ଘଟିଥିବା କୁହାଯାଉଛି । କିନ୍ତୁ ହରବିନ୍ଦରକୁ ହତ୍ୟା କରାଯାଇଥିବା ଏକ ଗଣମାଧ୍ୟମ ଦାବି କରିଛି । ହରବିନ୍ଦର ରିଣ୍ଡା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା(Sidhu Moosewala murder case) ସହ ଜଡିତ । ତେଣୁ ଏହି ହତ୍ୟା ଘଟଣାରେ ପ୍ରତିଶୋଧ ନେଇଥିବା ସୋସିଆଲ ମିଡିଆରେ ଦାବି କରିଛି ବାମ୍ବିହା ଗ୍ୟାଙ୍ଗ(Bambiha group) ।

ହରବିନ୍ଦର ରିଣ୍ଡାର ମୃତ୍ୟୁ ନେଇ ବାମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ସୋସିଆଲ ମିଡିଆରେ ଏପରି ଦାବି କରିଛି ଏହି ଗ୍ୟାଙ୍ଗ । ଆତଙ୍କବାଦୀ ହରବିନ୍ଦର ପାକିସ୍ତାନରେ ରହୁଥିବା ବେଳେ ଗ୍ୟାଙ୍ଗ ସଦସ୍ୟଙ୍କ ସହ ମିଶୁଥିଲା । ଏଥିସହ ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାଡ ରିଣ୍ଡା ସହଯୋଗ କରିଥିବା କହିଛି ବାମ୍ବିଆ ଗ୍ୟାଙ୍ଗ । ପଞ୍ଜାବ ଓ କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ରାନ୍ଦାର ମୃତ୍ୟୁକୁ ସୁନିଶ୍ଚିନ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Encounter In Anantnag: ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଆତଙ୍କବାଦୀ ହରବିନ୍ଦର ରିଣ୍ଡା ପଞ୍ଜାବର ତାରନ ତାରାନର ବାସିନ୍ଦା ଥିଲା, କିନ୍ତୁ ପରେ ସେ ମହାରାଷ୍ଟ୍ରର ନନ୍ଦେଡ ସାହିବରେ ରହୁଥିଲା। ଏକ ହତ୍ୟା ମାମଲାରେ ସେପ୍ଟେମ୍ବର 2011ରେ ରିନ୍ଦାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଅନେକ ଅପରାଧିକ ମାମଲାରେ ଆତଙ୍କବାଦୀ ହରବିନ୍ଦର ରିଣ୍ଡାର ନାମ ଆସିବା ପରେ ଜାଲ ପାସପୋର୍ଟ ତିଆରି କରି ପାକିସ୍ତାନକୁ ପଳାଇଥିଲା, ଯେଉଁଠାରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ରହିଥିଲା । ଏହାପରେ SI ରିଣ୍ଡାକୁ ଚାକର ଭାବେ ରଖିଥିଲା । ନିକଟରେ ପଞ୍ଜାବରେ ହୋଇଥିବା ଅନେକ ଘଟଣାରେ ଏହି ଆତଙ୍କବାଦୀ ଜଣଙ୍କ ସାମିଲ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.