ETV Bharat / bharat

ଭାରତକୁ ଧମକ ଦେଲା ଅଲକାଏଦା: ଅତିକ୍-ଅସରଫ ହତ୍ୟାର ପ୍ରତିଶୋଧ ନେବୁ

ଅତିକ୍-ଅସରଫ ହତ୍ୟାକାଣ୍ଡକୁ ନେଇ ଖପ୍ପା କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା । ଦୁହିଁଙ୍କ ହତ୍ୟାର ପ୍ରତିଶୋଧ ନେବୁ ବୋଲି ଭାରତକୁ ଧମକ ଦେଲା ଆତଙ୍କୀ ସଂଗଠନ । ଅଧିକ ପଢନ୍ତୁ

ଭାରତକୁ ଧମକ ଦେଲା ଅଲକାଏଦା
ଭାରତକୁ ଧମକ ଦେଲା ଅଲକାଏଦା
author img

By

Published : Apr 23, 2023, 1:32 PM IST

ଜୟପୁର: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ଓ ଅସରଫ ହତ୍ୟାକାଣ୍ଡକୁ ନେଇ ରାଗି ଯାଇଛି ଆତଙ୍କୀ ସଂଗଠନ ଅଲକାଏଦା । ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ଅଲକାଏଦାକୁ ବଡ ଦୁଃଖ ଦେଇଛି । ତେଣୁ ଦୁହିଁଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏବେ ଭାରତକୁ ଧମକାଇଛି ଏହି କୁଖ୍ୟାତ ଆତଙ୍କୀ ସଂଗଠନ । ୭ ପୃଷ୍ଠାର ମାଗାଜିନ ଜାରି କରି ଅଲକାଏଦା ଅତିକ ମୃତ୍ୟୁର ପ୍ରତିଶୋଧ ନେବାକୁ ଧମକ ଦେଇଛି । ଏହି ମାଗାଜିନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଅତିକ ଓ ଅସରଫକୁ ଅଲକାଏଦ ଶହୀଦ ସମ୍ବୋଧନ କରିଥିବା ଦେଖିବାକୁ ମିଳିଛି ।

ଅଲକାଏଦାର ମିଡିଆ ୱିଙ୍ଗ As-Sahab ପକ୍ଷରୁ ଉକ୍ତ ଧମକପୂର୍ଣ୍ଣ ମାଗାଜିନ ଜାରି କରାଯାଇଛି । ୭ ପୃଷ୍ଠାର ମାଗାଜିନରେ ଅତିକ ଓ ଅସରଫ ହତ୍ୟା ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଲେଖାଯାଇଛି ଯେ, ଉତ୍ତର ପ୍ରଦେଶରେ ଲାଇଭ ଟିଭି କ୍ୟାମେରା ସାମ୍ନାରେ ଗୁଳିମାଡ କରି ମୁସଲିମଙ୍କୁ ଶହୀଦ କରାଯାଇଛି । ଏହି ହତ୍ୟାର ପ୍ରତିଶୋଧ ନିଆଯିବ । ଏହାସହିତ ମାଗାଜିନରେ ବିହାର ହିଂସା ସମ୍ପର୍କରେ କୁହାଯିବା ସହ ଭାରତୀୟ ମୁସଲିମଙ୍କୁ ମୁକ୍ତ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି ।

ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ସୁରକ୍ଷା ଏଜେନ୍ସି ଗୁଡିକ ହାଇ ଆଲର୍ଟରେ ରହିଛନ୍ତି । ରାଜସ୍ଥାନ ପୋଲିସ ମୁଖ୍ୟାଳୟ ପକ୍ଷରୁ ପୁରା ଘଟଣା ଉପରେ ନଜର ରଖାଯାଇଛି । ଆଇବି, ଏଟିଏସ୍ ଓ ଏସଓଜିକୁ ସଜାଗ କରାଯାଇଛି । ରାଜସ୍ଥାନ ଡିଜିପି ଉମେଶ ମିଶ୍ରା କହିଛନ୍ତି, ରାଜ୍ୟର ସୁରକ୍ଷା ଏଜେନ୍ସି ଆଲର୍ଟ ମୋଡରେ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳଗୁଡିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ।

ଏହାମଧ୍ୟ ପଢନ୍ତୁ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ମୃତଦେହ ଘୋଷାଡି ନେଲା ପୋଲିସ, କାଳିଆଗଞ୍ଜରେ ବ୍ୟାପକ ହିଂସା

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୫ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅସରଫ ଅହମ୍ମଦକୁ ହତ୍ୟା କରାଯାଇଥିଲା । ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଏହି ଦୁଇ ଭାଇଙ୍କୁ ପୋଲିସ ମେଡିକାଲ ଚେକ୍ ଅପ୍ ପାଇଁ ନେଉଥିବାବେଳେ ହତ୍ୟାକାଣ୍ଡ ଘଟିଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ତିନି ଜଣ ସୁଟର ସାମ୍ବାଦିକ ବେଶରେ ଆସି ଅତିକ ଓ ଅସରଫ ଉପରକୁ ଗୁଳି ଚଳାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଯାକ ଆଖି ବୁଜିଥିଲେ । ଏହାର ଦୁଇ ଦିନ ପୂର୍ବରୁ ପୋଲିସ ଅତିକର ପୁଅକୁ ଝାନ୍ସିରେ ଏନକାଉଣ୍ଟର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.