ETV Bharat / bharat

ଗାଜିପୁର ସୀମାରେ ଅଟଳ ଟିକାୟତ, ସମର୍ଥନରେ ଏକଜୁଟ ଚାଷୀ

author img

By

Published : Jan 29, 2021, 2:25 AM IST

ଗାଜିପୁର ସୀମାରେ ଅନଶନରେ ବସିଥିବା ଚାଷୀନେତା ରାକେଶ ଟିକାୟତ ଧାରଣାରୁ ଓହରିବାକୁ ନାରାଜ । ଏହାରି ମଧ୍ୟରେ ଗାଜିପୁର ସୀମାରେ ମୁତୟନ ପୋଲିସ କର୍ମୀ ଏବେ ସ୍ଥିତି ଉପରେ ନଜର ରଖିଛି । ଅଧିକସ ପଢନ୍ତୁ...

ଗାଜିପୁର ସୀମାରେ ଅଟଳ ଟିକାୟତ, ସମର୍ଥନରେ ଏକଜୁଟ ଚାଷୀ
ଗାଜିପୁର ସୀମାରେ ଅଟଳ ଟିକାୟତ, ସମର୍ଥନରେ ଏକଜୁଟ ଚାଷୀ

ନୂଆଦିଲ୍ଲୀ: ପ୍ରଶାସନର ଚେତାବନୀ ସତ୍ତ୍ବେ ଗାଜିପୁର ସୀମାରେ ଅନଶନରେ ବସିଥିବା ଚାଷୀନେତା ରାକେଶ ଟିକାୟତ ଧାରଣାରୁ ଓହରିବାକୁ ନାରାଜ । ଏହାରି ମଧ୍ୟରେ ଗାଜିପୁର ସୀମାରେ ମୁତୟନ ପୋଲିସ କର୍ମୀ ଏବେ ସ୍ଥିତି ଉପରେ ନଜର ରଖିଛି । ଟିକାୟତଙ୍କ ସମର୍ଥନରେ ଗାଜିୟାବାଦ ସୀମାରେ ଚାଷୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଗୁରୁବାର ଦିନରେ ଏଠାରେ ପ୍ରବଳ ପୋଲିସକର୍ମୀ ମୁତୟନ ହୋଇଥିଲେ ।

ଧାରଣାରେ ବସିଥିବା ଚାଷୀନେତା ରାକେଶ ଟିକାୟତ ପୂନର୍ବାର ଗଣମାଧ୍ୟମ ସାମ୍ନାରେ କାନ୍ଦିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିକାୟତ କହିଛନ୍ତି, ଚାଷୀଙ୍କ ଉପରେ ଲାଠିମାଡ କରିଥିବା ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆମେ ଏଠାରୁ ହଟିବୁ ନାହିଁ । ତେବେ ସ୍ପଷ୍ଟ ହୋଇସାରିଛି ଯେ ରାତିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ।

ଗୋଟିଏ ପକ୍ଷେ ପ୍ରଶାସନ ଗାଜିପୁର ସୀମା ଖାଲି କରାଇବାକୁ ଲାଗିଥିବା ବେଳେ ଅନ୍ୟପକ୍ଷେ ଆନ୍ଦୋଳନରୁ ଓହିବାକୁ ନାରାଜ ଅଛନ୍ତି ଚାଷୀନେତା ରାକେଶ ଟିକାୟତ । ରାକେଶ ଟିକାୟତ ଓ ପ୍ରଶାସନ ସାମ୍ନାସାମ୍ନି ସ୍ଥିରେ ଥିବା ବେଳେ ସଂଘର୍ଷର ଆଶଙ୍କା ବୃଦ୍ଧି ପାଇଛି । ସେପଟେ କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟାର ଚେତବନୀ ଦେଇଛନ୍ତି ଟିକାୟତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.