ETV Bharat / bharat

ଆସାମ ନାଗାଓଁରେ ଉତ୍ତେଜନା, ପୋଲିସ ଷ୍ଟେସନରେ ନିଆଁ ଲଗାଇଲେ ସ୍ଥାନୀୟ ବାସିନ୍ଦା

ଆସାମ ନାଗାଓଁରେ ପୋଲିସ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଆସାମ ନାଗାଓଁରେ ଉତ୍ତେଜନା, ପୋଲିସ ଷ୍ଟେସନରେ ନିଆଁ ଲଗାଇଲେ ସ୍ଥାନୀୟ ବାସିନ୍ଦା
ଆସାମ ନାଗାଓଁରେ ଉତ୍ତେଜନା, ପୋଲିସ ଷ୍ଟେସନରେ ନିଆଁ ଲଗାଇଲେ ସ୍ଥାନୀୟ ବାସିନ୍ଦା
author img

By

Published : May 21, 2022, 7:48 PM IST

ଦିସପୁର: କେନ୍ଦ୍ରୀୟ ଆସାମର ନାଗାଓଁ ଜିଲ୍ଲାର ବାଟଦ୍ରାଭା ଅଞ୍ଚଳରେ ଆଜି(ଶନିବାର) ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବାସିନ୍ଦା ବାଟଭଦ୍ରା ପୋଲିସ ଷ୍ଟେସନରେ ନିଆଁ ଲଗାଇଥିବା ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଅନେକ ଲୋକଙ୍କ ସହିତ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ଷ୍ଟେସନରେ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ହେବା ପରେ ସ୍ଥାନୀୟ ବାସିନ୍ଦା ଏପରି କାଣ୍ଡ ଘଟାଇଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ପୀଡିତ ସାଫିକୁଲ ଇସଲାମକୁ ଗତ ଶୁକ୍ରବାର ବାଟଭଦ୍ରାଠାରେ ପୋଲିସ ଅଟକ ରଖିଥିଲା । ଇସଲାମ ଶିବସାଗରକୁ ବ୍ୟବସାୟ ପାଇଁ ଯାଉଥିବା ବେଳେ ପୋଲିସ ତାକୁ ଅଟକାଇଥିଲା । ଏହାପରେ ପୋଲିସ ପୀଡିତଙ୍କୁ ଛାଡିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲା । ଇସଲାମଙ୍କ ପତ୍ନୀ ଏହି ଅର୍ଥ ଦେବାର ଅକ୍ଷମ ହେବା ପରେ ପୋଲିସ ତାଙ୍କୁ ମାଡ଼ ମାରିଥିଲା ବୋଲି ଇସଲାମଙ୍କ ପରିବାର ଅଭିଯୋଗ କରିଛନ୍ତି ।

ବହୁ କଷ୍ଟରେ ପରିବାର ଅର୍ଥ ଯୋଗାଡ଼ କରି ପୋଲିସକୁ ଦେବା ବେଳେ ଇସଲାମ ହସ୍ପିଟାଲରେ ଭର୍ତ୍ତି ହୋଇଛି ବୋଲି କହିଥିଲା ପୋଲିସ । ହସ୍ପିଟାଲରେ ପୀଡ଼ିତଙ୍କୁ ପରିବାର ଭେଟିବା ବେଳେ ସେ ମୃତ ବୋଲି ଜାଣିବାକୁ ପାଇଥିଲା । ଏହି ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀ ପ୍ରଥମେ ପୋଲିସ ଷ୍ଟେସନ ଘେରାଉ କରିବା ପରେ ନିଆଁ ଲଗାଇଥିଲେ । ଏ ନେଇ ନାଗାଓଁ ଏସପି ଲିନା ଡୋଲେ କହିଛନ୍ତି ଯେ, " ଦୁର୍ବୃତ୍ତମାନେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରି ନିଆଁ ଲଗାଇଛନ୍ତି । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଜାରି ରହିଥିବା ବେଳେ ଏଥିରେ ଜଡ଼ିତ ଦୁର୍ବୃତ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ । "

ଲାଞ୍ଚ ସମ୍ପର୍କରେ ଏସପି କହିଛନ୍ତି ଯେ ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ ଜାରି ରହିଛି । ଯଦି ଏହା ପ୍ରମାଣିତ ହୁଏ, ତେବେ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଥାଉ କି ଗ୍ରାମବାସୀ ନିଆଁ ଲଗାଇବା ପୂର୍ବରୁ ପୋଲିସ ଷ୍ଟେସନ ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.