ETV Bharat / bharat

ଘାଟିରେ ବରଯାତ୍ରୀ ଗାଡି ଓଲଟି 10 ମୃତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଅଘଟଣ । ଘାଟିରେ ବରଯାତ୍ରୀ ଗାଡି ଓଲଟି 10 ମୃତ । ଅଧିକ ପଢନ୍ତୁ...

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, 10 ମୃତ, 2 ଆହତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

author img

By

Published : Jun 29, 2021, 10:45 AM IST

ସିମଲା: ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, 10 ମୃତ, 2 ଆହତ । ଏଭଳି ଏକ ଘଟଣା ଘଟିଛି ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ । ବିବାହରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଗାଡିଟି ଏକ ବଡ ଘାଟିରେ ଖସିପଡିଥିଲା । ଏଥିରେ 12 ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ 10 ଜଣଙ୍କ ମୃତ୍ୟ ହୋଇଥିବା ବେଳେ 2 ଜଣ ଆହତ ହୋଇଥିବା ସୂଚନା ମିଳିଛି ।

  • Pained by the loss of lives due to an accident in Sirmaur, HP. Condolences to the bereaved families and prayers with the injured. An ex-gratia of Rs. 2 lakh each from PMNRF would be provided to the next of kin of the deceased. Rs. 50,000 would be given to the injured: PM Modi

    — PMO India (@PMOIndia) June 28, 2021 " class="align-text-top noRightClick twitterSection" data=" ">

ଘଟଣାରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଓ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ PMNRF ରୁ 2 ଲକ୍ଷ ଟଙ୍କା ଓ ଆହତଙ୍କୁ 50 ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.