ETV Bharat / bharat

'Telugu People With Ramoji Rao': ଆନ୍ଧ୍ର ସରକାର ଉପରେ ବର୍ଷିଲେ ନାଇଡୁ, କହିଲେ ରାମୋଜି ରାଓଙ୍କ ସହ ଅଛନ୍ତି ତେଲେଗୁବାସୀ

ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ସରକାର ଉପରେ ବର୍ଷିଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । କହିଲେ ରାମୋଜି ରାଓଙ୍କ ସହ ଅଛନ୍ତି ତେଲେଗୁବାସୀ । ଶେଷରେ ସତ୍ୟର ନିଶ୍ଚିତ ଜୟ ହେବ । ଅଧିକ ପଢନ୍ତୁ

author img

By

Published : Aug 21, 2023, 5:34 PM IST

Etv Bharat
Etv Bharat

ଅମରାବତୀ: ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା TDP ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ର ସରକାର ତଥା YSR କଂଗ୍ରେସ ପାର୍ଟି ସଭାପତି ଜଗନ ମୋହନ ରେଡ୍ଡି ଏହି ମାମଲାରେ ଇଟିଭି ନେଟୱର୍କ ପ୍ରତିଷ୍ଠାତା ରାମୋଜି ରାଓଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ୱାଇ.ଏସ ଜଗନ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଧ୍ବଂସ କରିବା ଲାଗି ଅପଚେଷ୍ଟା ଜାରି ରଖିଥିବା ନାଇଡୁ X ସାଇଟରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ।

  • Continuing his tendency to dismantle institutions, YS Jagan is now trying to raze down media - the fourth pillar of democracy. Like a dictator, he favors media that praises him and harasses and intimidates media like Eenadu that exposes YSRCP’s scams and dirty deeds. Driven by… pic.twitter.com/XfPOA2dnr2

    — N Chandrababu Naidu (@ncbn) August 21, 2023 " class="align-text-top noRightClick twitterSection" data=" ">

ଏ ନେଇ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ନିଜ ସୋସିଆଲ ଆକାଉଣ୍ଟରେ କହିଛନ୍ତି, "ଗଣମାଧ୍ୟମ ସଂସ୍ଥା ଇନାଡୁ (Eenadu ) YSRCPର ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା । ଏଥିରେ ବିଚଳିତ ହୋଇପଡ଼ିଛି YSRCP । ଆଉ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ଏପରି ଅପଚେଷ୍ଟା ଜାରି ରଖିଛି । ତେଲୁଗୁ ଭାଷାଭାଷୀଙ୍କୁ ଦୀର୍ଘ ୬୦ ବର୍ଷ ଧରି ସେବା ଯୋଗାଉ ଆସୁଥିବା ଅଗ୍ରଣୀ ଚିଟଫଣ୍ଡ କମ୍ପାନୀକୁ ଟାର୍ଗେଟ କରୁଛି । ସାମ୍ବାଦିକତା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ ହୋଇଥିବା ରାମୋଜି ରାଓଙ୍କ ଉପରେ YSRCP ଦ୍ବାରା କରାଯାଉଥିବା ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି । ଅନେକ ମନ୍ଦ ଉଦ୍ଦେଶ୍ୟ ରଖିଥିବା YS ଜଗନ ମୋହନ ରେଡ୍ଡିଙ୍କ ଉଦ୍ୟମ ଶେଷରେ ବିଫଳ ହେବ । କାରଣ ସଇତାନ ସବୁବେଳେ ହାରିଥାଏ ଓ ଶେଷରେ ସତ୍ୟ ଓ ନ୍ୟାୟର ବିଜୟ ହୁଏ ।"

ଏହା ବି ପଢନ୍ତୁ- ମିଥ୍ୟା ଅଭିଯୋଗରେ ଆମ ଗ୍ରାହକଙ୍କୁ ହଇରାଣ କରୁଛି ଆନ୍ଧ୍ର CID: ମାର୍ଗଦର୍ଶୀ ଚିଟଫଣ୍ଡ

ଏହି ପୋଷ୍ଟ ସହିତ ନାଇଡୁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଇଟିଭି ନେଟୱର୍କ ପ୍ରତିଷ୍ଠାତା ରାମୋଜି ରାଓ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି । ଏହାସହିତ #TeluguPeopleWithRamojiRao ହ୍ୟାସଟ୍ୟାଗ ସହ ଏହି ପୋଷ୍ଟ ସେୟାର କରିଛନ୍ତି । ସୂଚନା ଥାଉ କି ଆନ୍ଧ୍ରପ୍ରଦେଶ CID ଇନାଡୁ ଗ୍ରୁପ ଚେୟାରମ୍ୟାନ ରାମୋଜି ରାଓଙ୍କ ଅଧୀନରେ ଥିବା ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ବିରୋଧରେ ୩ଟି ମାମଲା ରୁଜୁ କରିଛି । ଏହାପରେ ସୋମବାର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆ ଜରିଆରେ ରାମୋଜି ରାଓଙ୍କ ସମର୍ଥନରେ ବାହାରିଛନ୍ତି ।

ସେପଟେ ଅଗ୍ରଣୀ ଚିଟଫଣ୍ଡ କମ୍ପାନୀ ମାର୍ଗଦର୍ଶୀର କହିବା ଅନୁସାରେ ଆନ୍ଧ୍ରପ୍ରଦେଶ କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (AP-CID) ସୁକଳ୍ପିତ, ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣି କମ୍ପାନୀର ଗ୍ରାହକ ଓ ମାଲିକଙ୍କୁ ହଇରାଣ କରୁଛି । କମ୍ପାନୀ କୌଣସି ଆୟକର ନିୟମ ଉଲ୍ଲଙ୍ଘନ କରି ନାହିଁ ଏବଂ ଭାରତର ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ବ୍ୟବସାୟିକ ନିର୍ଦ୍ଦେଶାବଳୀକୁ ସଠିକ ଭାବେ ପାଳନ କରୁଛି । ହେଲେ ଆନ୍ଧ୍ରପ୍ରଦେଶ ସିଆଇଡି ମନ୍ଦ ଉଦ୍ଦେଶ୍ୟ ରଖି ମିଥ୍ୟା ମାମଲା ରୁଜୁ କରୁଛି । ଯାହାଦ୍ବାରା ମାର୍ଗଦର୍ଶୀର ବ୍ୟବସାୟ କ୍ଷତିଗ୍ରସ୍ତ ହେବା ସହ ଏହାର ଗ୍ରାହକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.