ହାଇଦ୍ରାବାଦ: ଦୀର୍ଘ ବର୍ଷର ଆଇନଗତ ଲଢେଇ ପରେ Transcoରେ ଲାଇନଓମ୍ୟାନ ପୋଷ୍ଟ ପାଇଁ ମନୋନୀତ ହୋଇଥିବା ମହିଳାଙ୍କୁ ମିଳିଲା ନିଯୁକ୍ତି ପତ୍ର । ଏଣିକି Transcoରେ ତେଲେଙ୍ଗାନାର ଲାଇନମ୍ୟାନ ଭଳି ମହିଳା ମଧ୍ୟ କାର୍ଯ୍ୟ କରିବେ । ତିନି ବର୍ଷର ଆଇନଗତ ଲଢେଇ ପରେ ଶେଷରେ ନ୍ୟାୟ ପାଇଛନ୍ତି ଏହି ମହିଳା ।
ଗତ ୧୩ ତାରିଖରେ ସମ୍ପୃକ୍ତ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏନେଇ Transcoର ଜଣେ ଅଧିକାରୀ କହିଛନ୍ତି, ଆଜି ପର୍ଯ୍ୟନ୍ତ କମ୍ପାନୀରେ କୌଣସି line women ନଥିଲେ । ତେଲେଙ୍ଗାନା ରାଜ୍ୟ ଗଠନ ପରେ ଆମେ ଏହି ପୋଷ୍ଟ ସଂଖ୍ୟା ବୃଦ୍ଧି କରିଥିଲୁ । ୨୦୧୭ ମସିହାରେ ପ୍ରଥମ କରି ମହିଳାଙ୍କ ପାଇଁ ଜୁନିୟର ପୋଷ୍ଟ ଖୋଲା ଯାଇଥିଲା ।
ଏହି ପୋଷ୍ଟ ପାଇଁ ମନୋନୀତ ହୋଇଥିବା ଭାରତୀ ନାମକ ଜଣେ ମହିଳା skyscraping towerରେ ସଫଳ ପୂର୍ବକ ଭାବେ ଚଢି ପୋଲ କ୍ଲାଇମ୍ବିଙ୍ଗ ଟେଷ୍ଟ ପାସ୍ କରିଛନ୍ତି । ଏହି ଟେଷ୍ଟ ପାସ୍ କରିବା ପରେ ବର୍ତ୍ତମାନ ଲୋକେ ଭାରତୀଙ୍କୁ ପ୍ରଶଂସା କରିବା ସହ ପୋଲ ଭାରତୀ ଭାବେ ଆଖ୍ୟା ଦେଇଛନ୍ତି ।
ସେହିପରି ଭୁକ୍ୟା ଜ୍ୟୋତି ନାମକ ଆଉ ଜଣେ ମହିଳା ଯିଏ କି Transcoରେ ଲାଇନଓମ୍ୟାନ ପୋଷ୍ଟ ପାଇଁ ଚୟନ ହୋଇଛନ୍ତି, ସେ କହିଛନ୍ତି ଯେ ଲିଙ୍ଗଗତ ଭିନ୍ନତା ଭିତ୍ତିରେ ମହିଳାଙ୍କୁ ଭେଦଭାବ କରିବା ଅନୁଚିତ୍ । ମହିଳାମାନେ ସବୁକିଛି ହାସଲ କରିବାକୁ ସକ୍ଷମ ଅଟନ୍ତି । ଏଥିସହ ମହିଳାଙ୍କୁ ଏଭଳି ସୁଯୋଗ ଦେବା ଲାଗି ସେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଧନ୍ୟବାଦ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ