ETV Bharat / bharat

8 ରେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ, ଓ୍ବାରାଙ୍ଗଲରେ କରିବେ ରେଳବଗି କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ

ଚଳିତ ମାସ 8 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ । ଓ୍ବାରଙ୍ଗଲରେ ରେଳବଗି କାରଖାନାର କରିବେ ଭିତ୍ତିପ୍ରସ୍ତର ସ୍ଥାପନ । ସାଧାରଣ ସଭାକୁ କରିବେ ସମ୍ବୋଧନ । ଅଧିକ ପଢନ୍ତୁ

8 ରେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ, ଓ୍ବାରାଙ୍ଗଲରେ ସାଧାରଣ ସଭାକୁ କରିବେ ସମ୍ବୋଧନ

author img

By

Published : Jul 2, 2023, 10:23 PM IST

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତା 8 ତାରିଖରେ ପ୍ରଧାନମନ୍ତ୍ରୀ ଓ୍ବାରଙ୍ଗଲରେ ରେଳବଗି କାରଖାନା ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବେ । ଏହା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବା ନେଇ ପ୍ରଦେଶ ବିଜେପି ପକ୍ଷରୁ ସୂଚନା ମିଳିଛି । ପ୍ରଦେଶ ବିଜେପି ପ୍ରବକ୍ତା ପ୍ରକାଶ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜ୍ୟରେ ତିନୋଟି ଜାତୀୟ ରାଜପଥର ଲୋକାର୍ପଣ କରିବେ । ପରେ ସେ ଓ୍ବାରଙ୍ଗଲରେ ଏକ ରେଳଡବା କାରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହାପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବଜେଟରେ ଓ୍ବାରଙ୍ଗଲରେ ଏହି ରେଳ କାରଖାନା ପ୍ରତିଷ୍ଠା ପାଇଁ ଅର୍ଥ ବରାଦ ହୋଇଥିଲା । ଯାହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପ୍ରତିଷ୍ଠା ହେବାକୁ ଯାଉଥିବା ପ୍ରକାଶ ରେଡ୍ଡୀ କହିଛନ୍ତି ।

ପ୍ରକାଶ ରେଡ୍ଡୀ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରକଳ୍ପରେ ପ୍ରାୟ 3 ହଜାର ଲୋକେ ପ୍ରତ୍ୟକ୍ଷ ନିଯୁକ୍ତି ପାଇବାରେ ସଫଳ ହେବେ । ଓ୍ବାରଙ୍ଗଲରେ ଶିଳ୍ପାୟନ ସୃଷ୍ଟି ପାଇଁ ଏହି ପ୍ରକଳ୍ପ ସୁଯୋଗ ସୃଷ୍ଟି କରିବ । ଏହି ପ୍ରକଳ୍ପ ପ୍ରତିଷ୍ଠା ହେବାରେ ବିଳମ୍ବ ହୋଇଛି । ରାଜ୍ୟ ସରକାର ଜମି ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେବାରେ ବିଳମ୍ବ କରିବାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ବିଳମ୍ବ ହୋଇଥିଲା । ଚଳିତ ବଜେଟରେ ଏହା ପାଇଁ ଅର୍ଥବରାଦ କରାଯିବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଥିବା । ଏହି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ପରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଏକାଧିକ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବା ନେଇ ସେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-250 ବର୍ଷ ବ୍ରିଟିଶ ଶାସନ ଠାରୁ 9 ବର୍ଷରେ ଦେଶକୁ ଅଧିକ ଲୁଟିଛି ମୋଦି ସରକାର: କେଜ୍ରିଓ୍ବାଲ

ତେବେ ଚଳିତ ବର୍ଷ(2023) ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୁଖ୍ଯମନ୍ତ୍ରୀ କେସିଆର ନିଜ ପାର୍ଟିକୁ ବିସ୍ତାର କରିବା ସହ ଜାତୀୟ ରାଜନୀତିରେ ସାମିଲ ହେବା ନେଇ ଅଣ୍ଟା ଭିଡୁଥିବା ବେଳେ ରାଜ୍ୟରେ ବିଜେପି ସରକାର କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ଗତବର୍ଷ ବିଜେପି ତାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ମଧ୍ୟ ହାଇଦ୍ରାବାଦରେ କରିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମ ମଧ୍ୟ ଆସନ୍ତା ନିର୍ବାଚନ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.