ETV Bharat / bharat

Telangana Girl Kidnap Case: ଅପହରଣ ପରେ ବଧୂ ବେଶରେ ଭିଡ଼ିଓ ଜାରି କଲେ ଯୁବତୀ

ତେଲେଙ୍ଗାନାରେ ରାଜାନ୍ନା ସିରକିଲ୍ଲା ଜିଲ୍ଲାରେ ୧୮ ବର୍ଷର ଯୁବତୀଙ୍କୁ ଆଜି ଅପହରଣ ହୋଇଥିଲା । ମାତ୍ର ଅପରାହ୍ନରେ ଯୁବତୀ ବଧୂବେଶରେ ଭିଡ଼ିଓ ଜାରି କରି ଅପହରଣ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ ନିଜ ଇଚ୍ଛାରେ ଆସିଥିବା କହିଥିବା ବେଳେ ବିବାହ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି (Kidnapped girl says not kidnapped but married already) । ଅଧିକ ପଢନ୍ତୁ

author img

By

Published : Dec 20, 2022, 4:59 PM IST

Telangana Girl Kidnap Case
ଅପହରଣ ପରେ ବଧୂ ବେଶରେ ଭିଡ଼ିଓ ଜାରି କଲେ ଯୁବତୀ

ହାଇଦ୍ରାବାଦ: ତେଲେଙ୍ଗାନା ରାଜାନ୍ନା ସିରକିଲ୍ଲା ଜିଲ୍ଲାରେ ୧୮ ବର୍ଷର ଯୁବତୀଙ୍କ ଅପହରଣ ଘଟଣାରେ ନୂଆ ମୋଡ଼ (Telangana 18-year old girl kidnap caught on CCTV camera) । ଏହା ଅପହରଣ ନୁହେଁ, ବରଂ ନିଜ ଇଚ୍ଛାରେ ସେ ବିବାହ ଲାଗି ପ୍ରେମିକଙ୍କ ସହିତ ଆସିଥିବା କହିଛନ୍ତି । ଆଜି ପୂର୍ବାହ୍ନରେ ଯୁବତୀଙ୍କୁ ଅପହରଣ ହୋଇଥିବା ନେଇ ଏକ ସିସିଟିଭି ଫୁଟେଜ ସାମନାକୁ ଆସିଥିବା ବେଳେ ଅପରାହ୍ନରେ ଯୁବତୀ ଜଣକ କନ୍ୟା ବେଶରେ ଏକ ଭିଡ଼ିଓ ସେୟାର କରି ନିଜ ବିବାହ ନେଇ ସୂଚନା ଦେଇଛନ୍ତି ।

ଜିଲ୍ଲାର ମୁଡେପଲ୍ଲି ଗ୍ରାମରେ ଘଟିଛି ଏହି ଘଟଣା । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା ଯେ ମୁଖା ପିନ୍ଧା ଜଣେ ବ୍ୟକ୍ତି ଧଳା କାରରେ ଯୁବତୀଙ୍କ ଘର ସାମନାରେ ଓହ୍ଲାଇଥିଲା । ଏହାପରେ ଯୁବତୀଙ୍କୁ ଜୋର ଜବରଦସ୍ତ କାରର ପଛ ସିଟରେ ବସାଇ ଅପହରଣ କରିଥିଲା । ଏହାପରେ ଯୁବତୀଙ୍କ ପିତା ଆସିବା ବେଳକୁ କାରଟି ପଳାଇଥିଲା । ଏହାପରେ ଯୁବତୀଙ୍କ ପିତା ବାଇକରେ ପିଛା କରିଥିଲେ ମଧ୍ୟ ଧରିବାରେ ସଫଳ ନ ହେବାରୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ବାଇକର ନମ୍ବର ପ୍ଲେଟ ମଧ୍ୟ ନଥିଲା ।

ଏହା ବି ପଢନ୍ତୁ- ଯୁବତୀଙ୍କୁ ଅପହରଣ, CCTVରେ କଏଦ ହେଲା ଦୃଶ୍ୟ

ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ତେବେ ଏହି ଅପହରଣ ଘଟଣାରେ ଗାଁର ଜଣେ ଯୁବକ ସମ୍ପୃକ୍ତ ଥିବା ନେଇ ପରିବାର ସନ୍ଦେହ କରିଥିଲା । ଗୋଟିଏ ବର୍ଷ ପୂର୍ବେ ଉକ୍ତ ଯୁବକ ଜଣକ ଯୁବତୀଙ୍କ ସହିତ ଫେରାର ହୋଇଯାଇଥିଲା । ସେତେବେଳେ ଯୁବତୀ ଜଣକ ନାବାଳିକା ଥିବାରୁ ପୋଲିସ ପୋକ୍ସୋ ଆକ୍ଟ (POCSO Act)ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହାପରେ ପୋଲିସ ଉକ୍ତ ପ୍ରେମୀ ଯୁଗଳଙ୍କୁ ଠାବ କରିବା ପରେ ଗାଁକୁ ଆଣିଥିଲା । ଏହାପରେ ପ୍ରେମୀ ଯୁଗଳ ପରସ୍ପରକୁ ଭେଟ କରିପାରିନଥିଲେ । ଏହାପରେ ଯୁବତୀଙ୍କ ପରିବାର ଅନ୍ୟ ଏକ ଯୁବକ ସହ ଯୁବତୀଙ୍କ ବିବାହ ଠିକ କରିଥିଲେ ।

ଆଜି ଏହି ଘଟଣା ଘଟିବା ପରେ ଉକ୍ତ ଯୁବକ ଜଣକ ଝିଅକୁ ଅପହରଣ କରିଥିବା ନେଇ ପରିବାର ସନ୍ଦେହ କରିଥିଲା । ମାତ୍ର ଅପହରଣ ହେବାର କିଛି ସମୟ ପରେ ଯୁବତୀ ଜଣକ ବଧୂ ବେଶରେ ଏକ ଭିଡ଼ିଓ ସେୟାର କରିଛନ୍ତି । ତାଙ୍କୁ ଅପହରଣ କରାଯାଇନାହିଁ, ବରଂ ସେ ନିଜ ଇଚ୍ଛାରେ ଆସିଥିବା କହିଛନ୍ତି । ଗତ ବର୍ଷ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମାତ୍ର ସେତେବେଳେ ସେ ନାବାଳିକା ଥିବାରୁ ଏହା ବୈଧ ନଥିଲା । ଯୁବତୀଙ୍କ ପ୍ରେମିକ ଗଣେଶ୍ବର ବିରୁଦ୍ଧର ପରିବାର ଲୋକ ଅଭିଯୋଗ କରିବା ପରେ ସେ ଜେଲରେ ରହିଥିଲେ । ତାଙ୍କ ପରିବାର ଏହି ବିବାହକୁ ମଧ୍ୟ ଗ୍ରହଣ କରିନଥିଲେ, କାରଣ ଯୁବକ ଜଣକ ଦଳିତ ପରିବାରରୁ ଆସିଥିଲେ ବୋଲି ଭିଡ଼ିଓ ଜାରି କରି ଏ ନେଇ ଯୁବତୀ ଜଣକ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.