ETV Bharat / bharat

ସୋନିଆଙ୍କୁ ତେଲେଙ୍ଗାନା କଂଗ୍ରେସର ଅନୁରୋଧ: ଇନ୍ଦିରା ଲଢିଥିଲେ, ଆପଣ ବି ଏଠାରୁ ଲଢନ୍ତୁ

Telangana Congress urges Sonia Gandhi to contest from state: ସୋନିଆ ଗାନ୍ଧୀଙ୍କୁ ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କଲା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 18, 2023, 10:18 PM IST

ସୋନିଆ ଗାନ୍ଧୀଙ୍କୁ ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କଲା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ

ନୂଆଦିଲ୍ଲୀ/ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସ ଚଳିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ସରକାର ଗଠନ କରିଛି । 2024 ସଧାରଣ ନିର୍ବାଚନରେ ଦଳ ଅଧିକ ସଂସଦୀୟ ଆସନ ଜିତିବା ପାଇଁ ଏବେଠାରୁ ଅଣ୍ଟା ଭିଡିଲାଣି । ଏବେ ପ୍ରଦେଶ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଥିବା ଜଣାପଡିଛି ।

ଆଜି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କଙ୍କ ସମେତ ରାଜ୍ୟ କଂଗ୍ରେସର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ । ବୈଠକ ଶେଷ ହେବା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶବ୍ବିର ଅଲ୍ଲୀ ପ୍ରେସମିଟକୁ ସମ୍ବୋଧିତ କରିଥିଲେ । ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଥିବା କେନ୍ଦ୍ରୀୟ ନେତାଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ସଙ୍କଳ୍ପ ପାରିତ କରିଥିବା ସେ ସୂଚନା ଦେଇଛନ୍ତି ।

ଏହା ସହ ଦଳର ଭେଟେରାନ ସୋନିଆ ଗାନ୍ଧୀଙ୍କୁ ତେଲେଙ୍ଗାନାରୁ ଆସନ୍ତା ଲୋକସଭା ନିର୍ବାଚନ ଲଢିବା ପାଇଁ ଦଳ ଅନୁରୋଧ କରିବା ନେଇ ଏକ ସଙ୍କଳ୍ପ ମଧ୍ୟ ପାରିତ କରିଛି । ସମସ୍ତ ସଦସ୍ୟ ଏଥିରେ ସହମତ ହୋଇଛନ୍ତି । ରାଜ୍ୟ ୟୁନିଟ ଏହି ଇଚ୍ଛା ସହ ସୋନିଆ ଗାନ୍ଧୀ ଓ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଅନୁରୋଧ ବ୍ୟକ୍ତ କରିବ । ସେହିପରି ଦଳ ଗାନ୍ଧୀ ପରିବାର ସଦସ୍ୟ ତେଲେଙ୍ଗାନାରୁ ସାଧାରଣ ନିର୍ବାଚନ ଲଢିବାର ଇତିହାସକୁ ମଧ୍ୟ ମନେ ପକାଇଛି । ଦଳର ଅନ୍ୟତମ କିମ୍ବଦନ୍ତୀ ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତେଲେଙ୍ଗାନାର ‘ମେଡକ’ ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ସୋନିଆ ମଧ୍ୟ ସେହି ଧାରାକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ଦଳ ଇଚ୍ଛା ବ୍ୟକ୍ତ କରିଛି ।

ଏହା ମଧ୍ୟ ପଢନ୍ତୁ :- ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ବୈଠକ: ଦିଲ୍ଲୀ ଗଲେ ଲାଲୁ-ତେଜସ୍ବୀ

ଏହା ସହ ଦଳ 2024 ନିର୍ବାଚନକୁ ସଙ୍ଗଠିତ ଭାବେ ଲଢିବାକୁ ଏବେଠାରୁ ଯୋଜନା ପ୍ରସ୍ତୁତି କରିଛି । ରେବନ୍ତ ସରକାରର ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନୀ ପ୍ରଭାରୀ ଭାବେ ଦାୟିତ୍ବ ଗ୍ରହଣ କରିବେ । ବେଶ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଯିବ । ବିଧାନସଭା ନିର୍ବାଚନର ସଫଳତା ଲୋକସଭା ନିର୍ବାଚନରେ ଦୋହରାଇବା ପାଇଁ ଦଳ କୌଣସି ଅବସର ଛାଡିବ ନାହିଁ । ସେହିପରି ଚଳିତ ବିଧାନସଭା ନିର୍ବାଚନରେ ଦଳ ଘୋଷଣା କରିଥିବା 6 ଗ୍ୟାରେଣ୍ଟିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରେବନ୍ତ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବା ମଧ୍ୟ ପାର୍ଟି ଆଜି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.