ETV Bharat / bharat

'କେନ୍ଦ୍ର କେବଳ ଫମ୍ପା ପ୍ରତିଶ୍ରୁତି ଦିଏ'

author img

By

Published : Nov 8, 2020, 9:47 AM IST

ନିକଟରେ ତେଲେଙ୍ଗାନା ବର୍ଷା ଓ ବନ୍ୟା ପ୍ରଭାବିତଙ୍କ ପୁନଃ ଥଇଥାନ ଲାଗି କେନ୍ଦ୍ର ଟଙ୍କାଟିଏ ବି ସହାୟତା ରାଶି ପ୍ରଦାନ କରିନଥିବା ଅର୍ଥ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି ।

Telangana CM KCR Slams Centre For Making Empty Promises
'କେନ୍ଦ୍ର କେବଳ ଫମ୍ପା ପ୍ରତିଶ୍ରୁତି ଦିଏ'

ହାଇଦ୍ରାବାଦ: ତେଲେଙ୍ଗାନା ପାଇଁ କେନ୍ଦ୍ରର ଅସହିଷ୍ଣୁତା । ନିକଟରେ ତେଲେଙ୍ଗାନା ବର୍ଷା ଓ ବନ୍ୟା ପୀଡିତଙ୍କ ପୁନଃ ଥଇଥାନ ଲାଗି ନିଆଯାଇଥିବା ପଦକ୍ଷେପ ପାଇଁ କେନ୍ଦ୍ରରୁ କୌଣସି ଆର୍ଥିକ ସହାୟତା ଗ୍ରହଣ କରାଯାଇନାହିଁ । ବର୍ଷା ଓ ବନ୍ୟା ପ୍ରସଙ୍ଗରେ ଶନିବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ଅର୍ଥ ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର କେବଳ ଫମ୍ପା ପ୍ରତିଶ୍ରୁତି ଦିଏ, ମାତ୍ର କୌଣସି ପଦକ୍ଷେପ ନିଏ ନାହିଁ ବୋଲି ପୁଣି ଥରେ ପ୍ରମାଣିତ ହୋଇଥିବା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି । ରାଜ୍ୟର ବ୍ୟାପକ କ୍ଷୟକ୍ଷତି ସତ୍ତ୍ବେ କେନ୍ଦ୍ର ଟଙ୍କାଟିଏ ମଧ୍ୟ ସହାୟତା କଲା ନାହିଁ । ଏଥିରୁ କେନ୍ଦ୍ରର ମନୋଭାବ ସ୍ପଷ୍ଟ ବାରି ହୋଇ ପଡୁଛି । ଯାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେସିଆର ।

ନିକଟରେ ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ବିଶେଷକରି ହାଇଦ୍ରାବାଦ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟାପକ ଧନଜୀବନ ଉଜୁଡି ଯାଇଥିଲା । ପ୍ରାଥମିକ ଆକଳନ ଅନୁଯାୟୀ ପାଖାପାଖି 5 ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ । ଏନେଇ ଅକ୍ଟୋବର 15 ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ ଏବଂ ତୁରନ୍ତ ରିଲିଫ ବାବଦରେ 1350 କୋଟିର ସହାୟତା ମାଗିଥିଲେ ।

ଏହି ବର୍ଷା ବିପତ୍ତି ପରିସ୍ଥିତିକୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବର୍ତ୍ତା ହେବା ସହିତ କେନ୍ଦ୍ରିୟ ଦଳ ରାଜ୍ୟ ଗସ୍ତ କରି ପରିସ୍ଥିତିର ମୂଲ୍ୟାଙ୍କନ ମଧ୍ୟ କରିଥଲେ । ଏଣୁ କେନ୍ଦ୍ର ପକ୍ଷରୁ କିଛି ସହାୟତା ଆଶା କରାଯାଉଥିଲା । ହେଲେ ଆଜିସୁଦ୍ଧା କେନ୍ଦ୍ର ଟଙ୍କାଟିଏ ବି ସହାୟତା ପ୍ରଦାନ କରିନାହିଁ ବୋଲି ବୈଠକରେ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.