ETV Bharat / bharat

Farm law protest; ମୃତ ଚାଷୀଙ୍କ ପରିବାର ପାଇଁ ୩ ଲକ୍ଷ ଘୋଷଣା କଲେ କେସିଆର

author img

By

Published : Nov 21, 2021, 12:37 PM IST

କୃଷି ଆଇନ ବିରୋଧି ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବ ତେଲେଙ୍ଗାନା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ

Farm law protest; ମୃତ କୃଷକଙ୍କ ପରିବାର ପାଇଁ ୩ ଲକ୍ଷ ଘୋଷଣା କଲେ କେସିଆର

ହାଇଦ୍ରାବାଦ: କେନ୍ଦ୍ର କୃଷି ଆଇନ ବିରୋଧି ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବ ତେଲେଙ୍ଗାନା । ମୃତ କୃଷକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହୟତା ରାଶି ପ୍ରଦାନ କରାଯିବ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । କେନ୍ଦ୍ର ମଧ୍ୟ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ କୃଷକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଉ ବୋଲି ସେ ଦାବି କରିଛନ୍ତି ।

TRS ମୁଖ୍ୟ କେସିଆର କହିଛନ୍ତି, କେନ୍ଦ୍ର ସରକାର ମୃତ କୃଷକଙ୍କ ପରିବାରର ସମସ୍ତ ଦାୟିତ୍ବ ନିଅନ୍ତୁ । ଯେଉଁଭଳି ଭାବେ କେନ୍ଦ୍ର ୩ ବିବାଦୀୟ କୃଷି ଆଇନକୁ ରଦ୍ଦ କରିଛି, ସେହିଭଳି ବିକ୍ଷୋଭକାରୀ କୃଷକଙ୍କ ନାଁରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ । କୃଷି ଆଇନକୁ ବିରୋଧ କରୁଥିବା କୃଷକ ଏବଂ ସେମାନଙ୍କ ସମର୍ଥକଙ୍କ ବିରୁଦ୍ଧରେ ହଜାର ହଜାର ମାମଲା ଦାୟର ହୋଇଛି । ଯେଉଁଥିରେ କିଛି ଦେଶଦ୍ରୋହ ମାମଲା ମଧ୍ୟ ରହିଛି । ପିଏମ ମୋଦିଙ୍କ କ୍ଷମା ପ୍ରାର୍ଥନା କୃଷକଙ୍କୁ ସାହାଯ୍ୟ କରିପାରିବ ନାହି। ତେଣୁ ସେ ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

ଆଗାମୀ ସଂସଦ ଅଧିବେଶନରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଆକ୍ଟ ଅଣାଯାଉ ବୋଲି ମଧ୍ୟ ଦାବି ଉଠିଛି । କୃଷକ ସେମାନଙ୍କ ଶସ୍ୟର ସର୍ବାଧିକ ମୂଲ୍ୟ ନୁହେଁ, ସର୍ବନିମ୍ନ ସହାୟକ ମୂଲ୍ୟ ମୂଲ୍ୟ ଦାବି କରୁଛନ୍ତି । ତେଣୁ ଏ ସମ୍ପର୍କିତ ଆକ୍ଟ ଖୁବଶୀଘ୍ର ପାସ୍ ହେବା ଜରୁରୀ ବୋଲି ଦାବି କରିଛନ୍ତି କେସିଆର ।

ଉଲ୍ଲେଖଯୋଗ୍ୟ, ଏକ ବର୍ଷ ଧରି କେନ୍ଦ୍ର କୃଷି ଆଇନ ପ୍ରତିବାଦରେ ବିକ୍ଷୋଭ କରିଆସୁଥିଲେ କୃଷକ । ଆନ୍ଦୋଳନ ସମୟରେ ବିଭିନ୍ନ କାରଣରୁ ୭୦୦ରୁ ଉର୍ଦ୍ଧ୍ବ କୃଷକଙ୍କ ମୃତ୍ୟୁ ଘଟିଛି । ଅନ୍ନଦାତାଙ୍କ ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ଗତ ଶୁକ୍ରବାର କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.