ETV Bharat / bharat

ସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ଗଲେ ଛାତ୍ର

କୋରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବା ଅଭିନେତା ସୋନୁ ସୁଦ ବର୍ତ୍ତମାନ ଲୋକଙ୍କ ପାଇଁ ପାଲଟିଛନ୍ତି 'ଭଗବାନ' । ତେବେ ଏଭଳି ସମୟରେ ଲେଙ୍ଗାନାର ବିକାରବାଦ ଜିଲ୍ଲାର ଜଣେ ଛାତ୍ର ସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ଚାଲିଚାଲି ପହଞ୍ଚିଛନ୍ତି ମୁମ୍ବାଇ। ଅଧିକ ପଢନ୍ତୁ...

ସୋନୁ ସୁଦଙ୍କୁ ଭେଟିବାକୁ ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇ ପହଞ୍ଚିଲେ ଛାତ୍ର

author img

By

Published : Jun 9, 2021, 10:33 AM IST

ମୁମ୍ବାଇ: କୋରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବା ଅଭିନେତା ସୋନୁ ସୁଦ ବର୍ତ୍ତମାନ ଲୋକଙ୍କ ପାଇଁ ପାଲଟିଛନ୍ତି 'ଭଗବାନ' । ପ୍ରତିଦିନ ହଜାର ହଜାର ଲୋକ ସୋନୁ ସୁଦଙ୍କଠାରୁ ସାହାଯ୍ୟ ମାଗନ୍ତି ଏବଂ ସେ ମଧ୍ୟ ଆଗ ଧାଡ଼ିରେ ଆସି ଲୋକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାନ୍ତି । ଏହି ଆଶା ସହିତ ତେଲେଙ୍ଗାନାର ବିକାରବାଦ ଜିଲ୍ଲାର ଜଣେ ଛାତ୍ର ସୋନୁ ସୁଦଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ଚାଲିଚାଲି ପହଞ୍ଚିଥିଲେ ମୁମ୍ବାଇ। ଡୋମା ମାଣ୍ଡାଲରେ ଅବସ୍ଥିତ ଡର୍ନାଲପାଲ୍ଲୀ ଗାଁର ବାସିନ୍ଦା ଭେଙ୍କଟେଶ ପ୍ଲସ-2 ଦ୍ବିତୀୟ ବର୍ଷର ଛାତ୍ର । ତାଙ୍କ ମାଙ୍କର ଦେହାନ୍ତ ହୋଇୟାଇଥିବା ବେଳେ ବାପା ଏକ ଅଟୋରିକ୍ସା ଚଳାନ୍ତି ।

ସୋନୁ ସୁଦଙ୍କୁ ଭେଟିବାକୁ ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇ ପହଞ୍ଚିଲେ ଛାତ୍ର

ଭେଙ୍କଟେଶଙ୍କ ପିତା ପାଇନାନ୍ସରେ ଏହି ଅଟୋରିକ୍ସା ନେଇଥିଲେ । କୋରୋନା ମହାମାରୀ ଏବଂ ଲକଡାଉନ୍ ହେତୁ ତାଙ୍କ ଅଟୋ ଅଧିକ ଚାଲୁ ନାହିଁ, ଯେଉଁ କାରଣରୁ ପରିବାର ଉପରେ ଋଣର ଭାର ଯଥେଷ୍ଟ ବଢିଯାଇଥିବା ବେଳେ ଘର ଚଳାଇବା କଷ୍ଟକର ହୋଇପଡୁଛି । EMI ପୈଠ କରିବାରେ ଅସମର୍ଥ ହୋବାରୁ ଶେଷରେ ଫାଇନାନ୍ସ କମ୍ପାନୀ ଅଟୋରିକ୍ସା ମଧ୍ୟ ଛଡ଼ାଇ ନେଇଗଲେ ।

ଭେଙ୍କଟେଶ ସୋନୁ ସୁଦଙ୍କର ଜଣେ ବଡ଼ ପ୍ରଶଂସକ । କୋରୋନା ମହାମାରୀ ସମୟରେ ସୋନୁ ସୁଦ ଗରିବଙ୍କ ମସିହା ହୋଇ ରହିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି। ଭେଙ୍କଟେଶ ସୋନୁ ସୁଦଙ୍କୁ ଦେବତା ପରି ପୂଜା କରନ୍ତି। ଭେଙ୍କଟେଶ ନିଷ୍ପତ୍ତି ନେଇଥିଲେ ଯେ ସେ ହାଇଦ୍ରାବାଦରୁ ମୁମ୍ବାଇ ଯିବେ ଏବଂ ସୋନୁ ସୁଦଙ୍କୁ ଭେଟିବେ। ତାଙ୍କୁ ତାଙ୍କ ସମସ୍ୟା ବିଷୟରେ କହିବେ ଏବଂ ସାହାଯ୍ୟ ପାଇଁ ନିବେଦନ କରିବେ । ଯଦ୍ବାରା ତାଙ୍କ ପରିବାରର ଅବସ୍ଥା ସୁଧୁରି ପାରିବ।

ଭେଙ୍କଟେଶ ଆହୁରି ମଧ୍ୟ କହିଛନ୍ତି ଯେ, ସୋନୁ ସୁଦ ଆମକୁ ସାହାଯ୍ୟ କରନ୍ତୁ କିମ୍ବା ନ କରନ୍ତୁ, କିନ୍ତୁ ଏହିପରି ଅନ୍ୟମାନଙ୍କୁ ସାହାଯ୍ୟ କରୁଥାନ୍ତୁ । ହାଇଦ୍ରାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଦୂରତା ପ୍ରାୟ 700 କିଲୋମିଟର ।ଭେଙ୍କଟେଶ ଗତ କିଛି ଦିନ ଧରି ଚାଲୁଛନ୍ତି। ସେ କୁହନ୍ତି ଯେ ଯେତେବେଳେ ମୁଁ କ୍ଳାନ୍ତ ହୋଇଯାଏ କିମ୍ବା ମୋର ଗୋଡ଼ରେ ଯନ୍ତ୍ରଣା ହୁଏ, ସେତେବେଳେ ମୁଁ ସୋନୁ ସୁଦଙ୍କୁ ସ୍ମରଣ କରି ଉତ୍ସାହିତ ହୁଏ । ଭେଙ୍କଟେଶଙ୍କ ଏଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୋନୁ ସୁଦ ପହଞ୍ଚିଥିଲେ। ସେ ଭେଙ୍କଟେଶଙ୍କ ଭିଡିଓ ଫେସବୁକରେ ପୋଷ୍ଟ କରି କହିଛନ୍ତି, ମୋତେ ବହୁତ ଭଲ ପାଇଥିବାରୁ ଧନ୍ୟବାଦ। କିନ୍ତୁ ତୁମ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ । ମୁଁ ଜାଣେ ଅନେକ ଲୋକ ମୋତେ ଭଲ ପାଆନ୍ତି । ଆଉ ମୁଁ ମଧ୍ୟ ସମସ୍ତଙ୍କୁ ଭଲପାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.