ETV Bharat / bharat

ତେଲେଙ୍ଗାନାରେ ମୋଦିଙ୍କ ରଣହୁଙ୍କାର: କହିଲେ ଏଥର କେସିଆର ଖେଳ ଖତମ - ବିଆରଏସକୁ ମୋଦିଙ୍କ ଟାର୍ଗେଟ

ବିଧାନସଭା ନିର୍ବାଚନୀମୁହାଁ ତେଲେଙ୍ଗାନାରେ ଗୋଟିଏ ଦିନରେ ରୋଡ ଶୋ ଓ 2ଟି ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi at Telangana
PM Modi Addressing rally in Telangana
author img

By ETV Bharat Odisha Team

Published : Nov 28, 2023, 9:17 AM IST

Updated : Nov 28, 2023, 11:40 AM IST

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଜ୍ୟରେ ଘନ ଘନ ଜନସଭା, ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତର ଅନ୍ତିମ ଦିନ ଥିଲା । ଗୋଟିଏ ଦିନରେ ରାଜ୍ୟର ଦୁଇଟି ସ୍ଥାନରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଡଙ୍ଗା ବୁଡିବାକୁ ବସିଛି । ଡିସେମ୍ବର 3ରେ ତାଙ୍କର ଟିକେଟ କଟିଯିବ । କେସିଆର ଏହା ବୁଝିଥିବାରୁ ବ୍ୟତିବ୍ୟସ୍ତ ବିଚଳିତ ହେଲେଣି । ତେଲେଙ୍ଗାନାର କରିମନଗରରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • #WATCH | Telangana Elections | In Karimnagar, Prime Minister Narendra Modi says, "BJP has promised you that in its government, the first CM will be from the BC (Backward Class) community...The coming five years are very crucial for the development of Telangana. Today the state of… pic.twitter.com/RuamWBKNLe

    — ANI (@ANI) November 27, 2023 " class="align-text-top noRightClick twitterSection" data=" ">

କରିମନଗରରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଷମତାରୁ ହଟାଇବାକୁ ଟ୍ରେଲର ଦେଖାଇ ସାରିଛନ୍ତି କରିମନଗରବାସୀ । ଏଥର ନିର୍ବାଚନରେ ଖେଳ ଖତମ ହେବ । ଆଜି ପୁରା ତେଲେଙ୍ଗାନା ଗୋଟିଏ କଥା କହୁଛି, ଗାଁ ହେଉ କି ସହର ସବୁଠି ଗୋଟିଏ କଥା ଏଥର ବିଜେପି ସରକାର ଆସିବ । ବିଆରଏସ ଡଙ୍ଗା ବୁଡିବାକୁ ବସିଛି । ଏଥର ନିର୍ବାଚନରେ ବିଆରସ ଖେଳ ଶେଷ ହେବ । ଏଥର ନିର୍ବାଚନରେ କେସିଆରକୁ ଲୋକ ଫୁଲ ଫିଲ୍ମ ଦେଖାଇବେ । ଡିସେମ୍ବର 3ରେ ବିଆରଏସର ଟିକେଟ କଟିବ ।

ଆମେ ନିଷ୍ପତ୍ତି ନେଉଛୁ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ ପଠାଇବୁ । ମଦ, ଜମି ଓ ପେପର ଲିକ ଦୁର୍ନୀତିରେ ସାମିଲ ଥିବା ସମସ୍ତେ ଜେଲ ଯିବେ । ବିଜେପି ତୁମକୁ ପ୍ରତିଶ୍ରୁତି ଦେଇଛି ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗର ହେବେ । ଆଗାମୀ 5 ବର୍ଷ ତେଲେଙ୍ଗାନା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ତେଲେଙ୍ଗାନାକୁ ତାର ଭାଗ୍ୟ ହାତରେ ଛଡାଯିବ ନାହିଁ ସ୍ବପ୍ନର ତେଲେଙ୍ଗାନା ବନାଇବାକୁ ହେବ । ବିଜେପି ପାଇଁ ପ୍ରଥମ ପ୍ରାଥମିକତା ହେଉଛି ଦେଶର ବିକାଶ, ରାଜ୍ୟର ବିକାଶ । ମୁଁ ସବୁଠି ପରିବର୍ତ୍ତନ ପବନ ବହୁଥିବା ଦେଖିବାକୁ ପାଉଛି । କଂଗ୍ରେସ ଓ କେସିଆର ତୁମକୁ ଧୋକା ଦେବାର କୌଣସି ସୁଯୋଗ ଛାଡି ନାହାନ୍ତି ।

ଏହା ବି ପଢନ୍ତୁ...ମୁଁ ଏଠାକୁ ପ୍ରାୟଶ୍ଚିତ କରିବାକୁ ଆସିଛି: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ତେଲେଙ୍ଗାନାରେ ବିଜେପି ସରକାର ଆସିଲେ ମଦ ଦୁର୍ନୀତର ତଦନ୍ତ ହେବ । ଯେଉଁମାନେ ଜନତାଙ୍କୁ ଲୁଟିଛନ୍ତି ସେମାନଙ୍କୁ ତାହା ଫେରାଇବାକୁ ପଡିବ । ଏହା ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି । କଂଗ୍ରେସକୁ ଭୋଟ ଦେବାର ଅର୍ଥ କେସିଆରଙ୍କ ପାଇଁ କ୍ଷମତା ଦଖଲର ରାସ୍ତା ଖୋଲିବା । କାରଣ କଂଗ୍ରେସ ବିଧାୟକଙ୍କ ଉପରେ କୌଣସି ଗ୍ୟାରେଣ୍ଟି ନାହିଁ । ସେମାନେ କେତେବେଳ ବି ବିଆରଏସରେ ମିଶିଯିବେ । ଯଦି ଏଠାରେ ପୁଣି ବିଆରଏସ ସରକାର ଆସେ ତେବେ ରାଜ୍ୟକୁ ନିଜର ଏଟିଏମ କରିଦେବ । ତେଣୁ ଗୋଟିଏ ରୋଗକୁ ଶେଷ କରିବାକୁ ଆଉ ଗୋଟିଏ ରୋଗ ଆଣନ୍ତୁ ନାହିଁ । ସ୍ବପ୍ନର ତେଲେଙ୍ଗାନା ଗଠନ ପାଇଁ ବିଜେପି ସରକାର ଆସିବା ଜରୁରୀ ।

ମହବୁବାବାଦରେ ମୋଦିଙ୍କ ରୋଡ ଶୋ': କରିମନଗର ପୂର୍ବରୁ ମହବୁବାବାଦରେ ମେଗା ରାଲି ରୋଡ ଶୋ କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଜନସଭାରେ କହିଥିଲେ କଂଗ୍ରେସ ଓ ବିଆରଏସ ତେଲେଙ୍ଗାନାକୁ ବର୍ବାଦ କରିଛନ୍ତି । ଧର୍ମ ନାମରେ ସେମାନେ ତୁଷ୍ଟିକରଣ, ପରିବାରବାଦ ଏବଂ ଦୁର୍ନୀତି କରନ୍ତିି । ରାଜ୍ୟବାସୀ କେସିଆର ସରକାରକୁ ନିର୍ମୂଳ କରିବାକୁ ସଂକଳ୍ପ ନେଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିଜେପି ସହ ବନ୍ଧୁତା କରିବାକୁ ଚାହୁଁଥିଲେ । କେସିଆର ନେତୃତ୍ବାଧୀନ ବିଆରସକୁ ବିଜେପି ନିକଟତର ହେବାକୁ ଦିଆଯିବ ନାହିଁ । ବିଆରଏସକୁ କେବେବି ଏନଡିଏ ନିକଟତର ହେବାକୁ ଦିଆଯିବ ନାହିଁ । ଏଥର ନିର୍ବାଚନରେ କେସିଆର ଶାସନ ଶେଷ ହେବ । ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମ ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗର ହେବେ । ଡବଲ ଇଞ୍ଜିନ ସରକାରରେ ତେଲେଙ୍ଗାନାର ଗାଁ ଓ ସହରର ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରକାଶ ଥାଉ କି, ଆସନ୍ତା ନଭେମ୍ବର 30 ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 119 ଆସନରେ ଭୋଗ ଗ୍ରହଣ ହେବ । ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭାନ କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ. ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Last Updated : Nov 28, 2023, 11:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.