ETV Bharat / bharat

Tejasvi Surya IndiGo fiasco: ନା ନେଲେ ନାହିଁ, ଘଟଣାକୁ ସ୍ବୀକାର କଲେ ସିନ୍ଧିଆ - ବିଜେପି ସାଂସଦ ତେଜସ୍ବୀ ସୁର୍ୟା

ବିଜେପି ସାଂସଦ ବିମାନର ଏମୋରଜେନ୍ସି ଡୋର ଖୋଲିବା ଘଟଣାରେ ଚତୁରତାର ସହ ପ୍ରତିକ୍ରିୟା ରଖିଲେ ଉଡାଣ ମନ୍ତ୍ରୀ ସିନ୍ଧିଆ । ଘଟଣାକୁ ସ୍ବୀକାର କଲେ, ଏୟାରଲାଇନ୍ସ କୌଣସି ସାଂସଦଙ୍କ ନାମ ଉଲ୍ଲେଖ କରିନଥିବା କହିଲେ । ଅଧିକ ପଢନ୍ତୁ

ଆସିଲା ସନ୍ଧିଆଙ୍କ ପ୍ରତିକ୍ରିୟା, କହିଲେ ତ୍ରୁଟିବଶତଃ ଏମୋରଜେନ୍ସି ଡୋର ଖୋଲି ଦେଇଥିଲେ ତେଜସ୍ବୀ

author img

By

Published : Jan 18, 2023, 7:29 PM IST

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ସାଂସଦ ତଥା ଦଳର ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ୟା ଚେନ୍ନାଇରୁ ଥିରୁଅନନ୍ତପୁରମ ଯାଉଥିବା ଇଣ୍ଡିଗୋ ବିମାନରେ ଯାତ୍ରା ବେଳେ ବିମାନର ଏମରଜେନ୍ସି ଡୋର ଖୋଲିବା ଘଟଣାରେ ଉଡାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସିଧାସଳଖ ନାମ ନେଇ ଏହି ଘଟଣାକୁ ସ୍ବୀକାର କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସିନ୍ଧିଆ କହିଛନ୍ତି, ଯାତ୍ରା ସମୟରେ ଜଣେ ଯାତ୍ରୀ ଏପରି କରିଥିବା ସୂଚନା ମିଳିଛି । ଘଟଣା ପରେ ସମ୍ପୃକ୍ତ ଯାତ୍ରୀ ତ୍ରୁଟିବଶତଃ ଏପରି କରିଥିବା ସ୍ବୀକାର କରିବା କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ । ପରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ବିମାନ ଉଡାଣ ଭରିଥିଲା ।

ତେବେ ଏପରି କରିଥିବା ଯାତ୍ରୀଜଣଙ୍କ ବିଜେପି ସାଂସଦ ତେଜସ୍ବୀ ସୂର୍ୟା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଘଟଣାକୁ ପ୍ରତ୍ୟେକ୍ଷରେ ମନ୍ତ୍ରୀ ସିନ୍ଧିଆ କିନ୍ତୁ ସ୍ବୀକାର କରିନାହାନ୍ତି । ଜଣେ ଯାତ୍ରୀ ଏପରି କରିଥିବା ବେଳେ ତାଙ୍କ ସମ୍ପର୍କରେ ଏୟାର ଲାଇନ୍ସ ନିର୍ଦ୍ଦିଷ୍ଟ କିଛି ସୂଚନା ଦେଇନଥିବା ସିନ୍ଧିଆ କହିଛନ୍ତି । ଡିସେମ୍ବର 10ରେ ଘଟଣା ଘଟିଥିଲା । DGCAର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏକାଧିକ ଗଣମାଧ୍ୟମରେ ତେଜସ୍ବୀ ଏପରି କରିଥିବା ନେଇ ଖବର ପ୍ରସାରିତ ହୋଇଥିଲା । ଇଣ୍ଡିଗୋ ଏୟାର ଲାଇନ୍ସ DGCAକୁ ଅବଗତ କରିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ କୌଣସି ରାଜନେତା କିମ୍ବା ସାଂସଦ ବୋଲି ଦର୍ଶାଇନଥିଲା ।

ଘଟଣାଟି ଗତବର୍ଷ ଡିସେମ୍ବର 10 ତାରିଖର ବୋଲି କୁହାଯାଉଛି । ଚେନ୍ନାଇରୁ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ (IndiGo 6E flight 6E-7339)ରେ ଏପରି ଘଟଣା ସମ୍ନାକୁ ଆସିଥିଲା । ଏକାଧିକ ମଡିିଆରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଏପରି କରିଥିବା ଏହି ବିଜେପି ସାସଂଦ ଦେଉଛନ୍ତି ତେଜସ୍ବୀ ସୂର୍ଯ୍ୟା । ତାଙ୍କ ସହ ସାଥିରେ ତାମିଲନାଡୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ ମଧ୍ୟ ଥିଲେ । ତେବେ ଉଭୟ ପାଖାପାଖି ସିଟରେ ବସିଥିବା ବେଳେ ତେଜସ୍ବୀ ଏହି ଏମରଜେନ୍ସି ଡୋର ଖୋଲି ଦେଇଥିଲେ । ପରେ ସେ ତ୍ରୁଟିବଶତଃ ଖୋଲି ଦେଇଥିବା ପ୍ରକାଶ କରିଥିଲେ । ଏପରି ଘଟଣା ପରେ ବିମାନର ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାରକୁ ବାହାର କରିଥିଲେ ବିମାନ କର୍ମଚାରୀ । ପୁଣିଥରେ ବିମାନରେ ଏୟାର ପ୍ରେସର ଚେକ କରାଯାଇଥିଲା । ପ୍ରାୟ 2 ଘଣ୍ଟାର ପ୍ରକ୍ରିୟା ପରେ ପୁଣି ଥରେ ବିମାନରେ ଯାତ୍ରୀମାନେ ପ୍ରବେଶ କରିଥିଲେ ଓ ବିମାନ ଉଡାଣ ଭରିଥିଲା ।

ଏକ ଲିଖିତ କ୍ଷମାପ୍ରାର୍ଥନା କରିବା ପରେ ସାଂସଦ ସୂର୍ଯ୍ୟାଙ୍କୁ ଉକ୍ତ ବିମାନରେ ଯାତ୍ରା କରିବାକୁ ଅନୁମତି ମିଳିଥିବା ବେଳେ ତାଙ୍କୁ ଅନ୍ୟ ଏକ ସିଟ୍‌ ଆଲର୍ଟ କରିଥିଲେ ବିମାନ କମ୍ପାନୀ । ଘଟଣା ସମ୍ପର୍କରେ DGCAର ତଦନ୍ତ ଜାରି ରହିଥିବା ବେଳେ ଉଡାଣ ମନ୍ତ୍ରୀ ଘଟଣାକୁ ସ୍ବୀକାର କରିଥିଲେ ସୁଦ୍ଧା ଦଳୀୟ ସାଂସଦଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ଚତୁରତାର ସହ ଏଡାଇ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.