ETV Bharat / bharat

ସରିଲା ରିମାଣ୍ଡ, ନ୍ୟାୟିକ ହେପାଜତକୁ ଗଲେ ତିସ୍ତା ସିତଲଓ୍ବାଦ-ଆର ବି ଶ୍ରୀକୁମାର - ନ୍ୟାୟିକ ହେପାଜତକୁ ଗଲେ ତିସ୍ତା ସିତଲଓ୍ବାଦ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ ଓ ଗୁଜୁରାଟର ପୂର୍ବତନ ଡିଜିପି ଆର.ବି ଶ୍ରୀକୁମାର । ଅଧିକ ପଢନ୍ତୁ

ସରିଲା ରିମାଣ୍ଡ, ନ୍ୟାୟିକ ହେପାଜତକୁ ଗଲେ ତିସ୍ତା ସିତଲଓ୍ବାଦ-ଆର ବି ଶ୍ରୀକୁମାର

author img

By

Published : Jul 2, 2022, 7:35 PM IST

ଗାନ୍ଧୀନଗର: ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ବହୁଚର୍ଚ୍ଚିତ 2002 ଗୋଧ୍ରା ଦଙ୍ଗା ମାମଲାରେ ଗିରଫ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ(activist Teesta Setalvad) ଏବଂ ଗୁଜୁରାଟର ପୂର୍ବତନ ଡିଜିପି ଆର.ବି ଶ୍ରୀକୁମାର( R B Sreekumar) । ଆଜି(ଶନିବାର) ଅହମ୍ମଦାବାଦ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । 2002 ଗୋଧ୍ରା ଦଙ୍ଗା ମାମଲାରେ ଭୁଲ ସୂଚନା ଦେବା ଏବଂ ପୋଲିସ ତଦନ୍ତରେ ଅବହେଳା ପ୍ରଦର୍ଶନ ମାମଲାରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି ।

ଗତ ୨୫ ତାରିଖରେ ଆର.ବି ଶ୍ରୀକୁମାର ଗିରଫ ହୋଇଥିଲେ । ସେହିଦିନ ମୁମ୍ବାଇରୁ ତିସ୍ତାଙ୍କୁ ମଧ୍ୟ ଗିରଫ କରିଥିଲା ଗୁଜୁରାଟ ATS ଟିମ୍ । ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ ପୋଲିସ 7 ଦିନିଆ ରିମାଣ୍ଡରେ ନେଇଥିଲା । ଆଜି ଏହି ରିମାଣ୍ଡ ଅବଧି ସରିବା ପରେ ସେମାନେ ଅହମ୍ମଦବାଦ କୋର୍ଟରେ ହଜାର ହୋଇଥିଲେ । ପୋଲିସ ପୁଣିଥିରେ ରିମାଣ୍ଡରେ ନେବାକୁ ଚାହୁଁ ନଥିବାରୁ କୋର୍ଟ ତିସ୍ତା ଏବଂ ଆର.ବି ଶ୍ରୀକୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.