ଥିରୁଅନନ୍ତପୁରମ: କାଳ ହେଲା ରେସ୍ତୋରାଁରେ ଚିକେନ ଖାଇବା । ବିଷାକ୍ତ ଚିକେନ ଖାଇ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ହସ୍ପିଟାଲରେ ଭର୍ତ୍ତି । ଏଭଳି ଘଟଣା ଘଟିଛି କେରଳର କାଶରଗଡରେ । ସମସ୍ତ ଅସୁସ୍ଥ ଓ ମୃତ ନାବାଳିକା ଗୋଟିଏ ରେସ୍ତୋରାଁରେ ଶୁକ୍ରବାର , ଶନିବାର ଓ ରବିବାର ଖାଦ୍ୟ ଖାଇଥିଲେ । ଏହାପରେ ସମସ୍ତେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ମୃତ ନାବାଳିକା ଜଣଙ୍କ ହେଉଛନ୍ତି କୁନ୍ନୁର ଜିଲ୍ଲାର । ସେ ଗତ ଶୁକ୍ରବାର ଦିନ କାଶରଗଡର ନୀଲେଶ୍ୱରମରେ ଥିବା ଆଇଡିଆ ଫୁଡ ପଏଣ୍ଟ ରେସ୍ତୋରାଁରୁ ଚିକେନ ସାଓ୍ବାର୍ମା ଖାଇଥିଲେ । ତେବେ ବିନା ଲାଇସେନ୍ସରେ ରେସ୍ତୋରାଁ ଚାଲିଥିବା ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ହୋଟେଲଟିକୁ ସିଲ କରାଯାଇ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତର ସହ ମଧ୍ୟ ନେଇଛନ୍ତି ।