ETV Bharat / bharat

AP Skill Development Scam: ଜେଲ୍ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

author img

By ETV Bharat Odisha Team

Published : Sep 11, 2023, 10:15 AM IST

ଜେଲ୍ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଶନିବାର ସକାଳେ ଗିରଫ କରିଥିଲା ସିଆଇଡି । ଅଧିକ ପଢନ୍ତୁ

ଜେଲ୍ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜେଲ୍ ଯାଇଛନ୍ତି । ଆଜି(ସୋମବାର) ଭୋର୍ ସକାଳେ ଟିଡିପି ମୁଖ୍ୟ ନାଇଡୁଙ୍କୁ ରାଜମୁନ୍ଦ୍ରି ସେଣ୍ଟ୍ରାଲ ଜେଲକୁ ପଠାଯାଇଛି । ଗତକାଲି ଦୁର୍ନୀତି ନିରୋଧ ବ୍ୟୁରୋ(ACB) କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ଏଥିସହ ତାଙ୍କୁ ୧୪ ଦିନିଆ ନ୍ୟାୟିକ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଏହାପରେ ଆଜି ଭୋରରୁ ତାଙ୍କୁ ସେଣ୍ଟ୍ରାଲ ଜେଲ୍ ନିଆଯାଇଥିବାର ସୂଚନା ମିଳିଛି । ନାଇଡୁଙ୍କୁ ଭେଟିବାକୁ ତାଙ୍କର ପୁଅ ନାରା ଲୋକେଶ ଏବଂ ଦଳୀୟ ନେତାମାନେ ମଧ୍ୟ ଜେଲରେ ପହଞ୍ଚିଛନ୍ତି ।

ଆଜି ଯେତେବେଳେ ନାଇଡୁଙ୍କ ଜେଲ୍ ନିଆଗଲା, ତାଙ୍କୁ ଦେଖିବାକୁ ତେଲୁଗୁ ଦେଶମ ପାର୍ଟିର ନେତା ଓ କର୍ମୀମାନେ ବିଜୟୱାଡା ଠାରୁ ରାଜାମହେନ୍ଦ୍ରବରମ ଯାଏ ରାସ୍ତା ଉପରେ ରୁଣ୍ଡ ହୋଇଯାଇଥିଲେ । ଆନ୍ଧ୍ର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଟିଡିପି ସୁପ୍ରିମୋ ନାଇଡୁଙ୍କ ଗିରଫଦାରୀକୁ ବିରୋଧୀ ଦଳ କଡା ନିନ୍ଦା କରିଛନ୍ତି । ଜଗନ ରେଡ୍ଡି ସରକାର ରାଜ୍ୟରେ ବିନାଶକାରୀ ରାଜନୀତି ଚଳାଇଛି ବୋଲି ତାଙ୍କର ପୁଅ ତଥା ପୂର୍ବତନ ମନ୍ତ୍ରୀ ଲୋକେଶ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଯେନତେନ ପ୍ରକାରେ ବିରୋଧୀ ନେତାଙ୍କ ସ୍ବରକୁ ଚାପିବାକୁ ଚେଷ୍ଟା କରୁଛନ୍ତି । ମିଥ୍ୟା ଦୁର୍ନୀତି ମାମଲାରେ ଯେଉଁଭଳି ଭାବେ ବାପାଙ୍କୁ ଟାର୍ଗେଟ କରାଗଲା, ତାହା ତାଙ୍କୁ କ୍ରୋଧାନ୍ବିତ କରିଛି । ତାଙ୍କର ବାପା ଜଣେ ଯୋଦ୍ଧା ଏବଂ ଦମନକାରୀ ଶକ୍ତି ବିରୋଧରେ ନିଜର ସଂଘର୍ଷ ଜାରି ରଖିବେ ।

ଏହାମଧ୍ୟ ପଢନ୍ତୁ: Chandrababu Naidu remand: ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP, ବିଭିନ୍ନ ସ୍ଥାନରେ 144 ଜାରି

ପ୍ରକାଶ ଥାଉକି, ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଶନିବାର ସକାଳେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି । ଦିନକ ପରେ ଅର୍ଥାତ୍ ରବିବାର ସକାଳେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଦୁର୍ନୀତି ନିରୋଧ ବ୍ୟୁରୋ କୋର୍ଟରେ ହାଜର କରାଯାଇଥିଲା । ନାଇଡୁଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ଯୁକ୍ତି କରିଥିଲେ ଯେ, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜନୈତିକ ଫାଇଦା ପାଇଁ ନାଇଡୁଙ୍କୁ ଗିରଫ କରାଯାଇଛି । କିନ୍ତୁ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରି ନ୍ୟାୟିକ ରିମାଣ୍ଡରେ ପଠାଇଥିଲେ । ଅଭିଯୋଗ ଅନୁସାରେ, ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦକ୍ଷତା ବିକାାଶ ନିଗମ ଦୁର୍ନୀତି ହୋଇଥିଲା । ଏହି ମାମଲାରେ ୨୦୨୧ରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Skill Development Case: ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.