ETV Bharat / bharat

ସିଦ୍ଧି ଲାଭ ପାଇଁ ଅଢେଇ ବର୍ଷର ଶିିଶୁକୁ ବଳି ଦେଲା ତାନ୍ତ୍ରିକ - ଅଢେଇ ବର୍ଷର ଶିିଶୁକୁ ବଳିଦେଲା ତାନ୍ତ୍ରିକ

ଦେବୀ ମାଁଙ୍କୁ ପ୍ରସନ୍ନ କରିବାକୁ ଯାଇ ଏକ ଅଢେଇ ବର୍ଷର ଶିଶୁ କନ୍ୟାକୁ ବଳି ଚଢାଇଲା ତାନ୍ତ୍ରିକ । ଏଭଳି ଏକ ଜଘନ୍ୟକାଣ୍ଡ ଘଟିଛି ଆଗ୍ରାର ଖେରାଗଡ ତହସିଲର ଜଗନର୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ । ଅଧିକ ପଢନ୍ତୁ

ସିଦ୍ଧି ଲାଭ ପାଇଁ ଅଢେଇ ବର୍ଷର ଶିିଶୁକୁ ବଳିଦେଲା ତାନ୍ତ୍ରିକ

author img

By

Published : Jun 29, 2022, 1:30 PM IST

ଲକ୍ଷ୍ନୌ: ତାନ୍ତ୍ରିକର ଜଘନ୍ୟ କାଣ୍ଡ । ଦେବୀ ମାଙ୍କୁ ପ୍ରସନ୍ନ କରିବାକୁ ଯାଇ ଏକ ଅଢେଇ ବର୍ଷର ଶିଶୁ କନ୍ୟାକୁ ବଳି ଚଢାଇଲା ତାନ୍ତ୍ରିକ । ଏଭଳି ଏକ ଜଘନ୍ୟକାଣ୍ଡ ଘଟିଛି ଆଗ୍ରାର ଖେରାଗଡ ତହସିଲର ଜଗନର୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ । ଅଭିଯୋଗ ଅନୁସାରେ, ତନ୍ତ ମନ୍ତ୍ରକୁ ସଫଳ କରିବା ପାଇଁ ଅଭିଯୁକ୍ତ ହ୍ରିତିକଙ୍କୁ ବଳିଦାନ ଦେଇଛି । ଅଭିଯୁକ୍ତଙ୍କ ନାମ ହୁକମ ସିଂ ବୋଲି ଜଣାପଡିଛି । ଯେତେବେଳେ ଝଡା ଫୁଙ୍କା କରିବା ପାଇଁ ଗ୍ରାହକଙ୍କ ସଂଖ୍ୟା କମ ହେବାରୁ ଦେବୀ ମାକୁ ବଳି ଦେଇଥିଲା ତାନ୍ତ୍ରିକ ।

ଗିରଫ ତାନ୍ତ୍ରିକ ପୋଲିସ ନିକଟରେ କହିଛି ଯେ, "ଜୁନ୍ 15 ତାରିଖରେ ବରିଗୱାନର ବାସିନ୍ଦା ରାମାଭତାରଙ୍କ ଅଢେଇ ବର୍ଷର ପୁଅ କୂଅ ନିକଟରେ ଏକୁଟିଆ ଖେଳୁଥିବା ସମୟରେ ଅପହରଣ କରିଥିଲି । ଏହାପରେ ସେ ଛୁଆର ବେକକୁ କାଟି ଦେବୀ ମାତାଙ୍କ ପାଦତଳେ ସମର୍ପଣ କରିଥିଲି । କିଛି ସମୟ ପରେ ସେ ହ୍ରିତିକଙ୍କୁ ଏକ ଅଖା ଭିତରେ ବୁଦାମୂଳେ ଫିଙ୍ଗି ଦେଇଥିଲି ।"

ସୂଚନାଅନୁସାରେ, ହଠାତ୍ ଶିଶୁଟିର ନିଖୋଜ ଖବର ଗାଁରେ ନିଆଁ ପରି ବ୍ୟାପିଯାଇଥିଲା । ପରିବାରଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଧରିବାରେ ସଫଳ ହୋଇନଥିଲେ । ନମିଳିବାରୁ ହ୍ରିତିକଙ୍କ ବାପା ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଏବଂ ଗ୍ରାମବାସୀ ନିଖୋଜ ଶିଶୁର ମୃତଦେହକୁ ଜୁନ୍ 16 ତାରିଖରେ ଗାଁ ବାହାରେ ଶୁଖିଲା କିବର ନଦୀରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ ଶିଶୁର ମୃତଦେହକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ପୋଷ୍ଟମର୍ଟମ ରିପୋର୍ଟରୁ ଶିଶୁଟିକୁ ହତ୍ୟା କରାଯାଇଥିବା ନେଇ ଜଣାପଡିଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାରି ତାନ୍ତ୍ରିକ ପାଖରେ ପହଞ୍ଚିବା ପାଇଁ ସକ୍ଷମ ହୋଇଥିଲା । ଅଭିଯୁକ୍ତ ତାନ୍ତ୍ରିକ ଗିରଫ ପରେ ପୋଲିସକୁ କହିଛି ଯେ, ଜୁନ୍ 16 ତାରିଖ ସକାଳ ୪ରେ ସେ ଶିଶୁର ମୃତଦେହକୁ ଏକ ଅଖା ଭିତରେ ପକାଇ ଶୁଖିଲା କିବର ନଦୀରେ ଫିଙ୍ଗି ଦେଇଥିଲା, ଯାହାଫଳରେ ବନ୍ୟଜନ୍ତୁମାନେ ଶିଶୁର ମୃତ ଶରୀରକୁ ଖାଇ ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.