ETV Bharat / bharat

ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି: ଚେନ୍ନାଇ ଗସ୍ତ ସମୟରେ ରାସ୍ତାରେ ବନ୍ଦ ହୋଇଗଲା ଷ୍ଟ୍ରିଟ ଲାଇଟ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ତାମିଲନାଡୁ ଗସ୍ତରେ ଆସିଥିବା ବେଳେ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି । ଗୁଇଣ୍ଡି ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ବନ୍ଦ ହୋଇଗଲା ଷ୍ଟ୍ରିଟ ଲାଇଟ । ଅଧିକ ପଢନ୍ତୁ

Amit Shah Security Lapse
Amit Shah Security Lapse
author img

By

Published : Jun 11, 2023, 12:44 PM IST

ଚେନ୍ନାଇ: ତାମିଲନାଡୁ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି । ଚେନ୍ନାଇ ବିମାନବନ୍ଦରରୁ ଓହ୍ଲାଇ ଗୁଇଣ୍ଡି ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ବନ୍ଦ ହୋଇଗଲା ଷ୍ଟ୍ରିଟ ଲାଇଟ । ଅମିତ ଶାହଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବେ ଲାଇଟ ବନ୍ଦ କରାଯାଇଥିବା ଅଭିଯୋଗ ଆଣିଲା ବିଜେପି । ଏ ସମ୍ପର୍କରେ ତାମିଲନାଡୁ ସରକାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି ବିଜେପି କର୍ମୀ ।

  • #WATCH | Tamil Nadu: BJP leaders and workers protest as they allege sudden power off outside Chennai airport as Union HM Amit Shah comes out of the airport pic.twitter.com/9LJtw322Ns

    — ANI (@ANI) June 10, 2023 " class="align-text-top noRightClick twitterSection" data=" ">

ତାମିଲନାଡୁ ବିଜେପି ଉପସଭାପତି କାରୁ ନାଗରାଜନ କହିଛନ୍ତି ଯେ, ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀ ଓହ୍ଲାଇବା ପରେ ଗୁଇଣ୍ଡି ଅଭିମୁଖେ ଯାଉଥିଲେ । ଏହି ସମୟରେ ଏୟାରପୋର୍ଟ ରାସ୍ତାରେ ଜଳୁଥିବା ଷ୍ଟ୍ରିଟ ଲାଇଟ ହଠାତ୍‌ ବନ୍ଦ ହୋଇଯାଇଥିଲା । ଏହାକୁ ସୁରକ୍ଷାରେ ତ୍ରୁଟି ବୋଲି କୁହାଯିବା ଉଚିତ୍‌ । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ଆବଶ୍ୟକ ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଜେପିର ମହା ଜନସମ୍ପର୍କ ଅଭିଯାନ; ଓଡ଼ିଶାରେ ହେବ ୪ ମହାସମାବେଶ, ଆସିବେ ମୋଦି-ଶାହା

ଅମିତ ଶାହଙ୍କ ଗସ୍ତ ସମୟରେ କିପରି ଲାଇଟ ହଠାତ୍‌ ବନ୍ଦ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି । ସୁରକ୍ଷାରେ ତ୍ରୁଟି ରହିଥିବାରୁ ରାଜ୍ୟ ସରକାର ଏହାର ଗମ୍ଭୀରତାର ସହ ଅନୁସନ୍ଧାନ କରିବା ଉଚିତ୍ । ଏନେଇ ବିଜେପିର ଏକ ଟିମ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଜି ନ୍ୟାସନାଲ ଟ୍ରେନିଂ କନକ୍ଲେଭର ଉଦଘାଟନ କରିବେ ମୋଦି

ସୂଚନା ଅନୁଯାୟୀ, ମୋଦି ସରକାରଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ମାସେ ବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରୁଛି ଭାରତୀୟ ଜନତା ପାର୍ଟି । ମେ' ୩୧ରୁ ଜୁନ ୩୦ ପର୍ଯ୍ୟନ୍ତ ମହା ଜନସମ୍ପର୍କ ଯାତ୍ରା ଚାଲିବ । 9ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବାକୁ ବିଜେପି ଜନସମ୍ପର୍କ ଯାତ୍ରା ଆରମ୍ଭ କରିଛି। ଏନେଇ ଅମିତ ଶାହ ବିଭିନ୍ନ ରାଜ୍ୟ ଗସ୍ତ କରି ମୋଦି ସରକାରଙ୍କ ଯୋଜନାର ସଫଳତାକୁ ଜନସଭାରେ ବଖାଣୁଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଗତକାଲି ଚେନ୍ନାଇରେ ଆସି ପହଞ୍ଚିଥିଲେ ଶାହ । ଆଜି ଚେନ୍ନାଇରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଅମିତ ଶାହ। କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନରେ ଭେଲୋର ନିକଟସ୍ଥ ପାଲିକୋଣ୍ଡା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିବେ । ଗତ ଫେବୃଆରୀ ମାସରେ ମହାରାଷ୍ଟ୍ର ପୁଣେ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଶାହଙ୍କ ନିକଟତର ହେବାକୁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.