ETV Bharat / bharat

ମାଆ କ୍ଷୀର ଦାନ କରି ରେକର୍ଡ କରିଛନ୍ତି କୋଏମ୍ବାଟୁରର ଏହି ମହିଳା - ମାଆ କ୍ଷୀର ଦାନ କରି ମହିଳାଙ୍କ ରେକର୍ଡ

ମହିଳାଙ୍କ ମାଆ କ୍ଷୀର ଦାନ ଅଭିଯାନ । 10 ମାସରେ 55 ଲିଟର ମାଆ କ୍ଷୀର ଦାନ କରି ରେକର୍ଡ କରିଛନ୍ତି ତାମିଲନାଡୁ କୋଏମ୍ବାଟୁରର ସିନ୍ଧୁ ମୋନିକା ନାମକ ଜଣେ ମହିଳା । ଅଧିକ ପଢନ୍ତୁ

ମା' କ୍ଷୀର ଦେଇ ରେକର୍ଡ କରିଛନ୍ତି କୋଏମ୍ବଟୁରର ଏହି ମହିଳା

author img

By

Published : Nov 9, 2022, 9:28 AM IST

ଚେନ୍ନାଇ: ମାଆ କ୍ଷୀର ପ୍ରତି ପିଲା ପାଇଁ ଜରୁରୀ । ନବଜାତକଟିଏ ଜନ୍ମ ହେଲେ ଅତନ୍ତ 6 ମାସ ଯାଏଁ ମାଆ କ୍ଷୀର ଖାଇଥାଏ । ମାଆ କ୍ଷୀରରୁ ବଞ୍ଚିତ ଥିବା ପିଲାଙ୍କ ବିଷୟରେ ସୋସିଆଲ ମିଡିଆରେ ଜାଣିବାକୁ ପାଇବା ପରେ ଜଣେ ମହିଳା ଏମିତି ଏକ ପ୍ରୟାସ ଆରମ୍ଭ କରିଥିଲେ । କୌଣସି ପିଲା ଯେପରି ମାଆ କ୍ଷୀରରୁ ବଞ୍ଚିତ ନହେଉ ସେନେଇ ସେ ମାଆ କ୍ଷୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅଭିଯାନ । 10 ମାସରେ 55 ଲିଟର ମାଆ କ୍ଷୀର ଦାନ କରି ରେକର୍ଡ କରିଛନ୍ତି ତାମିଲନାଡୁ କୋଏମ୍ବାଟୁରର ସିନ୍ଧୁ ମୋନିକା ନାମକ ଜଣେ ମହିଳା ।

ମା' କ୍ଷୀର ଦେଇ ରେକର୍ଡ କରିଛନ୍ତି କୋଏମ୍ବଟୁରର ଏହି ମହିଳା
ମା' କ୍ଷୀର ଦେଇ ରେକର୍ଡ କରିଛନ୍ତି କୋଏମ୍ବଟୁରର ଏହି ମହିଳା

ପ୍ରଫେସର ମହେଶ୍ୱରନ ଏବଂ ତାଙ୍କ ପତ୍ନୀ ସିନ୍ଧୁ ମୋନିକା କରୁମାଥମବାଟିର କନ୍ୟାରୁ ଅଞ୍ଚଳରେ ରୁହନ୍ତି । ସେମାନଙ୍କ ବିବାହକୁ 6 ବର୍ଷ ପୂରଣ ହୋଇଛି । ତାଙ୍କର ଦେଢ ବର୍ଷର ଝିଅ ମଧ୍ୟ ଅଛି । ସୋସିଆଲ ମିଡିଆରେ ମାଆ କ୍ଷୀର ଦାନ ବିଷୟରେ ଜାଣିବାକୁ ପାଇଥିଲେ ସିନ୍ଧୁ ମୋନିକା । ଏହାପରେ ସେ ମଧ୍ୟ ମାଆ କ୍ଷୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସିନ୍ଧୁ ମୋନିକା ଅମ୍ରିତାମ ସଂଗଠନ ସହ ଯୋଗାଯୋଗ କରିଥିଲେ । ସଂଗଠନର ସଂଯୋଜିତା ରୂପା ମାଆ କ୍ଷୀରକୁ କିପରି ସୁରକ୍ଷିତ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଏହାପରେ ସିନ୍ଧୁ ମୋନିକା 10 ମାସରେ 55 ଲିଟର ମାଆ କ୍ଷୀର ସଂଗ୍ରହ କରି କୋଏମ୍ବାଟୁର ସରକାରୀ ହସ୍ପିଟାଲକୁ ଦାନ କରିଥିଲେ । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ମିଳିଛି । ତାଙ୍କର ଏହି ସଫଳତା ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ୱୀକୃତି ସହ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରାଯାଇଛି ।

ଏ ନେଇ ସିନ୍ଧୁ କହିଛନ୍ତି, "ପ୍ରତି ପିଲା ପାଇଁ ମାଆ କ୍ଷୀର ଆବଶ୍ୟକ । ଅନେକ ଶିଶୁ ସ୍ତନ୍ୟପାନ ଅଭାବରୁ ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡିଆରେ ଏହା ଜାଣିବା ପରେ ମୁଁ ମାଆ କ୍ଷୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲି । ସ୍ତନ୍ୟପାନ ବିଷୟରେ ସଚେତନତା ଆବଶ୍ୟକ । ଏ ଦିଗରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ସ୍ତନ୍ୟପାନ ଆପଣଙ୍କୁ ଅସୁନ୍ଦର କରିବ ବୋଲି ଭାବିବା ଭୁଲ । ସୌନ୍ଦର୍ଯ୍ୟ ଅପେକ୍ଷା ଶିଶୁର ସ୍ବାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ।"

ଅମ୍ରିତାମ ମାଆ କ୍ଷୀର ଦାନ ସଂସ୍ଥାର ସଂଯୋଜ ରୂପା କହିଛନ୍ତି, "ଆମେ ଏକ ମାଆ କ୍ଷୀର ଦାନ କାର୍ଯ୍ୟ ଜାରି ରଖିଛୁ । ମାଆ କ୍ଷୀର କିଣି ମାଆ କ୍ଷୀର ବ୍ୟାଙ୍କକୁ ପଠାଉଛୁ । କମ ଓଜନ ଓ ପୁଷ୍ଟିହୀନ ପିଲାଙ୍କୁ ଏହି କ୍ଷୀର ଦାନ କରାଯାଉଛି ।'' ସିନ୍ଧୁ ମୋନିକାଙ୍କ ସ୍ୱାମୀ ମହେଶ୍ୱରନ କହିଛନ୍ତି, "ସାଧାରଣତଃ ମାଆ କ୍ଷୀର ଦାନ କରିବାକୁ ମହିଳା ଆଗକୁ ଆସିନଥାନ୍ତି । ମୋ ସ୍ତ୍ରୀଙ୍କ ଭଳି ପ୍ରତିଟି ମହିଳା ଏହି ପ୍ରୟାସ କରିବା ଦରକାର । ଏ କ୍ଷେତ୍ରରେ ଜଣେ ପୁରୁଷଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ବହନ କରେ । ଆମେ ଏହି ମାଆ କ୍ଷୀର ଦାନ ପ୍ରୟାସକୁ ଅଧିକରୁ ଅଧିର ପ୍ରୋତ୍ସାହିତ କରିବା ଆବଶ୍ୟକ ।"

ଏହା ବି ପଢନ୍ତୁ...ଲଦାଖରେ ପ୍ରବଳ ତୁଷାରପାତ, ସୀମା ସଡ଼କ ସଂଗଠନ ପକ୍ଷରୁ ରାସ୍ତା ସଫେଇ କାର୍ଯ୍ୟକ୍ରମ

ସରକାରୀ ଡାକ୍ତରଖାନାରେ ଦିନକୁ 200 ଶିଶୁଙ୍କୁ ମାଆ କ୍ଷୀର ଆବଶ୍ୟକ କରନ୍ତି । ଏହି ପୁଷ୍ଟିକର ମାଆ କ୍ଷୀର ପ୍ରତିଦିନ ପିଲାଙ୍କୁ ଦିଆଯିବା ଦରକାର । ତାମିଲନାଡୁରେ ସେମାନଙ୍କ ସଂଗଠନରେ 5000 ଲୋକ ଅଛନ୍ତି । ଏଥିମଧ୍ୟରୁ 200 ଲୋକ ପ୍ରତିମାସରେ ମାଆ କ୍ଷୀର ଦାନ କରୁଛନ୍ତି ବୋଲି କହିଛନ୍ତି ସିନ୍ଧୁ ମୋନିକା । ପୂର୍ବବର୍ଷ 1,143 ଲିଟର ମାଆ କ୍ଷୀର ଦାନ କରାଯାଇଥିଲା। ଏହି ସଂସ୍ଥା ଚଳିତ ବର୍ଷ 1,500 ଲିଟର ମାଆ କ୍ଷୀର ଦାନ କରି ସାରିଛି । ପୂର୍ବ ପୀଢି ଅପେକ୍ଷା ଏ ପୀଢି ଅଧିକ ସତେଚନ ଅଛି । ବର୍ତ୍ତମାନ ଅନେକ ଲୋକ ସଚେତନ ହୋଇ ନାହାନ୍ତି । ମାଆ କ୍ଷୀର ଦାନ କରିବା ନେଇ ପରିବାର ସଦସ୍ୟଙ୍କ ସମର୍ଥିତ ହେବା ଉଚିତ । ନିଜ ସନ୍ତାନକୁ ମାଆ କ୍ଷୀର ଦେବା ପରେ ବଳକା କ୍ଷୀରକୁ ଦାନ କରି ଅନ୍ୟ ପିଲାଙ୍କ ଜୀବନ ବଞ୍ଚାଇବାକୁ ସୁଯୋଗ ମିଳୁଥିବା କହିଛନ୍ତି ମୋନିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.