ETV Bharat / bharat

ସରଳତାର ଶ୍ରେଷ୍ଠ ଉଦାହରଣ; ବିଲରେ ଦିନ ମଜୁରିଆ ମା' ବାପା, ମୋଦି କ୍ୟାବିନେଟରେ ପୁଅ ମନ୍ତ୍ରୀ - ମନ୍ତ୍ରୀ ଏଲ ମୁରଗନ

ପର ବିଲରେ ଖଟି ଯାହା ଦି ପଇସା ମିଳେ, ସେଥିରେ ଘର ଚଳେ । ଦିନେ ପୁଅର ପାଠ ପଢା ପାଇଁ ଧାର କରଜ କରିଥିଲେ ବାପା । ସେହି ପୁଅ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ହୋଇ ବାପାର ଛାତିକୁ ଚଉଡା କରିଦେଇଛି । ଜାଣନ୍ତୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଏଲ ମୁରଗନଙ୍କ ପରିବାରର ସଂଘର୍ଷମୟ କାହାଣୀ....

ସରଳତାର ଶ୍ରେଷ୍ଠ ଉଦାହରଣ; ବିଲରେ ଦିନ ମଜୁରିଆ ମା' ବାପା, ମୋଦି କ୍ୟାବିନେଟରେ ପୁଅ ମନ୍ତ୍ରୀ

author img

By

Published : Jul 18, 2021, 5:33 PM IST

ଚେନ୍ନାଇ: ନକ୍ସଲ ପ୍ରବଣ ଉପାନ୍ତ ଇଲାକାରେ ଛୋଟିଆ ଘର । ବଞ୍ଚିବା ପାଇଁ ଦୁଇ ଓଳି ରୁଟି । ସରଳ ମଣିଷ । ସାଧା ସିଧା ଜୀବଯାପନ । ପାଖରେ ନା ଅଛି ଗାଡ଼ି ନା ବଡ଼ କୋଠା । ଖାଣ୍ଟି ନିପଟ ମଫସଲିଆ ଗାଁର ମାଟି ଓ ପାଣି ପବନରେ ବଢି ପୁଅ ଆଜି କେନ୍ଦ୍ରରେ ହୋଇଛି ମନ୍ତ୍ରୀ । ଆଉ ପୁଅର ମନ୍ତ୍ରୀ ହେବା ଖବର ଜାଣି ମା' ବାପାଙ୍କ ଛାତି ଗର୍ବରେ କୁଣ୍ଢେମୋଟ ।

ପର ବିଲରେ ଖଟି ଯାହା ଦିପଇସା ମିଳେ, ସେଥିରେ ଘର ଚଳେ । ଦିନେ ପୁଅର ପାଠ ପଢା ପାଇଁ ଧାର କରଜ କରିଥିଲେ ବାପା । ସେହି ପୁଅ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ହୋଇ ବାପାର ଛାତିକୁ ଚଉଡା କରିଦେଇଛି ।

ଦୁଇ ସପ୍ତାହ ପୂର୍ବରୁ ନିଜ କ୍ୟାବିନେଟର ବିସ୍ତାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ କ୍ୟାବିନେଟରେ ୪୩ ମନ୍ତ୍ରୀ ହୋଇଛନ୍ତି ସାମିଲ । ଆଉ ମୋଦିଙ୍କ ଏହି ନୂଆ ଟିମ୍‌ରେ ତାମିଲନାଡୁ ବିଜେପି ଅଧ୍ୟକ୍ଷ ଏଲ ମୁରଗନଙ୍କୁ ମଧ୍ୟ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ୪୪ ବର୍ଷୀୟ ମୁରଗନ ଅନେକ ସଂଘର୍ଷ ପରେ ପଲ୍ଲୀରୁ ଦିଲ୍ଲୀକୁ କରିଥିଲେ ଯାତ୍ରା । ଆଉ ରାଜନୀତିର ଜାକଜମକଠାରୁ ବହୁ ଦୂରରେ ତାମିଲନାଡୁର ଏକ ଗାଁରେ ଦିନ ମଜୁରିଆର କାମ କରନ୍ତି ତାଙ୍କ ମା' ବାପା ।

ମୁରୁଗନଙ୍କ ମା' ବାପାଙ୍କୁ ନିଜ ପୁଅର ସଫଳତା ଉପରେ ଗର୍ବ ତ ଅଛି ହେଲେ ଏମାନେ ସ୍ବତନ୍ତ୍ର ଭାବରେ ନିଜର ସାଧାସିଧା ଜୀବନ ପଥରେ ଚାଲିଛନ୍ତି । ସେହି ଜୀବନ ଯାହା ତାଙ୍କୁ ଆଜିଯାଏଁ ଦିଓଲି କେବଳ ରୁଟି ଦେଇଆସିଛି ।

ସୁଦୂର ଦିଲ୍ଲୀରୁ ପାଖାପାଖି ଅଢେଇ ହଜାର କିଲୋମିଟର ଦୂରର ନମ୍ମାକଲ ଜିଲ୍ଲାର କୋନ୍ନୁର ଗାଁରେ ବସବାସ କରନ୍ତି ମୁରଗନଙ୍କ ବାପା ମା' । ୫୯ ବର୍ଷୀୟା ମା' ଏ ବରୁଦାମ୍ମଲ ଓ ୬୮ ବର୍ଷୀୟ ବାପା ଏଲ ଲୋଗାନଥନ ପର ବିଲରେ ଦିନ ମଜୁରିଆ କାମ କରନ୍ତି ।

ଅରୁଣଥାତିୟାର ସମୁଦାୟର ଦଳିତ ପରିବାରରୁ ଆସନ୍ତି ଏଲ ମୁରଗନ । ନମକ୍କଲ ଜିଲ୍ଲାରେ ରହିଛି ତାଙ୍କର ଛୋଟିଆ ଘର । ବାପା ମା'ଙ୍କୁ ଯେବେ ଯେଉଁ କାମ ମିଳେ ସେମାନେ କରନ୍ତି । କେବେ ପର ବିଲରେ ଦିନମଜୁରୀ ତ ଆଉ କେତେବେଳେ କୁଲି କାମ । ଯେବେ ପଡୋଶୀଙ୍କଠାରୁ ପୁଅର ମନ୍ତ୍ରୀ ହେବା ଖବର ଶୁଣିଲେ ସେବେ ଉଭୟ ବିଲରେ କାମ କରୁଥିଲେ ।

ଏଲ ମୁରଗନ ପାଠପଢାରେ ବେଶ ଉତ୍ତମ ଥିଲେ । ସେ ସରକାରୀ ସ୍କୁଲରେ ପାଠ ପଢିଛନ୍ତି । ପରେ ମୁରଗନ ଚେନ୍ନାଇର ଆମ୍ବେଦକର ଲ' କଲେଜରେ ଆଇନର ଡିଗ୍ରୀ ହାସଲ କରିଥିଲେ । ପୁଅର ପାଠପଢା ପାଇଁ ବାପା ଲୋଗାନଥନଙ୍କୁ ନିଜ ସାଙ୍ଗସାଥୀଙ୍କ ଠାରୁ ଧାର କରଜ କରିବାକୁ ପଡିଥିଲା ।

ତାମିଲନାଡୁ ବିଜେପିର ଅଧ୍ୟକ୍ଷ ହେବା ପରେ ମୁରଗନ ବାପା ମା'ଙ୍କୁ ନିଜ ପାଖକୁ ଚେନ୍ନାଇ ଡକାଇଥିଲେ । ହେଲେ କିଛି ଦିନ ପରେ ତାଙ୍କ ବାପା ମା' ପୁଣି ଗାଁକୁ ଫେରିଆସିଥିଲେ ।

ମନ୍ତ୍ରୀ ହେବା ପରେ ବାପା ମା'ଙ୍କୁ ଫୋନ କରିଥିଲେ ଏଲ ମୁରଗନ । ସେବେ ଯାଇ ପୁଅ ପଡ ପଦରେ ଅଛି ବୋଲି ଜାଣିଥିଲେ ତାଙ୍କ ବାପା ମା' । ପୁଅକୁ ଏତେ ବଡ ବଦବୀରେ ଦେଖି ଏହା ବଡ ଉପଲବ୍ଧୀ ବୋଲି ସ୍ବୀକାର କରିଛନ୍ତି ମୁରଗନଙ୍କ ମା' ବାପା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.