ଚେନ୍ନାଇ/ବେଙ୍ଗାଲୁରୁ: ଦେଶରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ତାମିଲନାଡୁରୁ ୩୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ୩୪କୁ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ମଧ୍ୟ ଆଉ 12 ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ସଂଖ୍ୟା ୩୧ରେ ପହଞ୍ଚିଛି । ସେହିପରି କେରଳରେ ମଧ୍ୟ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ତାମିଲନାଡୁରେ ପୂର୍ବରୁ ଜଣେ ମାତ୍ର ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏକକାଳୀନ ୩୩ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଆଜିର ସଂକ୍ରମଣ ନେଇ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଆକ୍ରାନ୍ତ ବିଦେଶାଗତ ମଧ୍ୟ ରହିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠା ଯାଇଥିବା ସୂଚନା ମିଳିଛି ।
-
12 new cases of Omicron have been confirmed in Karnataka today taking the tally to 31:
— Dr Sudhakar K (@mla_sudhakar) December 23, 2021 " class="align-text-top noRightClick twitterSection" data="
1.20 yr female, Bengaluru
2.56 yr male, Bengaluru
3.54 yr female, Bengaluru
4.27 yr male, Mangaluru (returning from from Ghana)
1/3....#Omicron #COVID19 @BSBommai @mansukhmandviya
">12 new cases of Omicron have been confirmed in Karnataka today taking the tally to 31:
— Dr Sudhakar K (@mla_sudhakar) December 23, 2021
1.20 yr female, Bengaluru
2.56 yr male, Bengaluru
3.54 yr female, Bengaluru
4.27 yr male, Mangaluru (returning from from Ghana)
1/3....#Omicron #COVID19 @BSBommai @mansukhmandviya12 new cases of Omicron have been confirmed in Karnataka today taking the tally to 31:
— Dr Sudhakar K (@mla_sudhakar) December 23, 2021
1.20 yr female, Bengaluru
2.56 yr male, Bengaluru
3.54 yr female, Bengaluru
4.27 yr male, Mangaluru (returning from from Ghana)
1/3....#Omicron #COVID19 @BSBommai @mansukhmandviya
ସେହିପରି କର୍ଣ୍ଣାଟକରେ ଆଜି ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ କର୍ଣ୍ଣାଟକରେ ସଂକ୍ରମିତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଗତକାଲି ତେଲେଙ୍ଗାନାରେ ୧୪ ଜଣ ଚିହ୍ନଟ ହେବା ସହ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧୭୧ରେ ପହଞ୍ଚିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ