ETV Bharat / bharat

ଅମିତ ଶାହଙ୍କ କମେଣ୍ଟକୁ କାଉଣ୍ଟର କଲେ ରେହମାନ, କହିଲେ ଯୋଗସୂତ୍ରକାରୀ ଭାଷା ହେଉଛି ତାମିଲ

ହିନ୍ଦୀ ଭାଷା ଇଂରାଜୀର ବିକଳ୍ପ ହେବା ଉଚିତ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଲେ ବିଶିଷ୍ଟ ସଜ୍ଞୀତଜ୍ଞ ଏ.ଆର ରେହମାନ । କହିଲେ ତାମିଲ ହେଉଛି ଯୋଗସୂତ୍ରକାରୀ ଭାଷା । ଅଧିକ ପଢନ୍ତୁ

ଅମିତ ଶାହଙ୍କ କମେଣ୍ଟକୁ କାଉଣ୍ଟର କଲେ ରେହେମାନ, କହିଲେ ଯୋଗସୂତ୍ରକାରୀ ଭାଷା ହେଉଛି ତାମିଲ

author img

By

Published : Apr 11, 2022, 5:19 PM IST

ଚେନ୍ନାଇ: ହିନ୍ଦୀ ଇଂରାଜୀ ଭାଷାର ବିକଳ୍ପ ହେବା ଉଚିତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜି ପ୍ରସିଦ୍ଧ ସଜ୍ଞୀତଜ୍ଞ ଏ.ଆର ରେହମାନ ଶାହଙ୍କ ମନ୍ତବ୍ୟ ଉପରେ ଏକ ଟିପ୍ପଣୀ ରଖିଥିବା ଦେଖିବାକୁ ମିଳିଛି ।

ଶାହଙ୍କ ହିନ୍ଦୀ ଭାଷା ସମ୍ପର୍କିତ ମନ୍ତବ୍ୟ ନେଇ ଗଣମାଧ୍ୟମ କର୍ମଚାରୀଙ୍କ ପ୍ରଶ୍ନରେ ରେହମାନ କହିଛନ୍ତି ତାମିଲ ଭାଷା ହେଉଛି, ଯୋଗସୂତ୍ରକାରୀ ଭାଷା ( Link Language) । ଗତକାଲି (ରବିବାର) ଚେନ୍ନାଇରେ ଆୟୋଜିତ ଦକ୍ଷିଣ- ସାଉଥ ଇଣ୍ଡିଆ ମିଡିଆ ଓ ଏଣ୍ଟରଟେନମେଣ୍ଟ ସମିଟି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ରେହମାନ ଏପରି କହିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ଏ.ଆର ରେହେମାନ ଆଇକନ ଆଓ୍ବାର୍ଡରେ ସମ୍ମାନିତ ହେବା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦେଇଥିବା ହିନ୍ଦୀ ଭାଷା ସମ୍ପର୍କିତ ମନ୍ତବ୍ୟ ଉପରେ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହି ପ୍ରଶ୍ନରେ ଉତ୍ତର ରଖି ରେହମାନ କହିଛନ୍ତି, ତାମିଲ ଭାଷା ହେଉଛି ଯୋଗସୂତ୍ରକାରୀ ଭାଷା । ସେ ପୂର୍ବରୁ ମଧ୍ୟ ତାମିଲ ଭାଷାର ପ୍ରସିଦ୍ଧ କବି ଭାରତୀଦଶନଙ୍କ ଏକ କବିତାର ପଂକ୍ତି 'TAMIZHANANGU' ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।

ଶନିବାର ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ AIADMK ମଧ୍ୟ ଏହି ଘଟଣାରେ ଆଭିମୁଖ୍ୟ ରଖିଛି । ଲୋକେ ନିଜ ଇଚ୍ଛା ଅନୁସାରେ ହିନ୍ଦୀ ଶିକ୍ଷା ଲାଭ କରିପାରିବେ, କିନ୍ତୁ ହିନ୍ଦୀର ବାଧ୍ୟତାମୂଳକ ପ୍ରୟୋଗ ଗ୍ରହଣୀୟ ନୁହେଁ ବୋଲି ଦଳ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.