ETV Bharat / bharat

ଫିନଲାଣ୍ଡ ପରେ ସ୍ୱିଡେନ ମାଗିଲା NATO ସଦସ୍ୟତା: ଋଷ କହିଲା ମସ୍ତବଡ ଭୁଲ

author img

By

Published : May 16, 2022, 8:37 PM IST

ଫିନଲାଣ୍ଡ ଧାରାରେ ସ୍ବର ମିଳାଇଛି ସ୍ବିଡେନ । ନାଟୋ ସଦସ୍ୟତା ପାଇଁ ଆଗ୍ରହୀ ଥିବା ସ୍ବୀଡେନ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଘୋଷଣା । ଆଉତ୍ତି ଉଠାଇ ଋଷ କହିଲା ମସ୍ତବଡ ଭୁଲ । ସୃଷ୍ଟି ହୋଇପାରେ ସାମରିକ ଉତ୍ତେଜନା । ଅଧିକ ପଢନ୍ତୁ

ଫିନଲାଣ୍ଡ ପରେ ସ୍ବିଡେନ ମାଗିଲା NATO ସଦସ୍ୟତା: ଋଷ କହିଲା ଗମ୍ଭୀର ଭୁଲ

ସ୍କଟଲାଣ୍ଡ: ଋଷର ୟୁକ୍ରେନ ଆକ୍ରମଣ ପରେ ୟୁରୋପରେ ବଦଳିବାରେ ଲାଗିଛି ରଣନୈତିକ ସମୀକରଣ । ଫିନଲ୍ୟାଣ୍ଡ ଧାରାରେ ସାମିଲ ହୋଇଛି ଆଉ ଏକ ୟୁରୋପୀୟ ଦେଶ ସ୍ବିଡେନ । ଆଜି ସ୍ବିଡେନ ପ୍ରଧାନମନ୍ତ୍ରୀ ନାଟୋ ସଦସ୍ୟତା ଚାହୁଁଥିବା ଘୋଷଣା କରିଛନ୍ତି । ଗତକାଲି (ରବିବାର) ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିସାରିଛି ।

ସ୍ବିଡେନ ପ୍ରଧାନମନ୍ତ୍ରୀ ମଗଦାଲେନା ଆଣ୍ଡରସେନ (Magdalena Andersson)ଙ୍କ ଏପରି ଖୋଲା ଘୋଷଣା ପରେ ଋଷର ଚିନ୍ତା ମଧ୍ୟ ବଢିଛି । ଆମେରିକା ବିରୋଧରେ ବଳ କଷୁଥିବା ଋଷର ଚିନ୍ତା ବଢାଇବାରେ ଲାଗିଛନ୍ତି ବିଭିନ୍ନ ୟୁରୋପୀୟ ଦେଶ । ଋଷ ମଧ୍ୟ ଏହି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଫିନଲ୍ୟାଣ୍ଡ ଓ ସ୍ବିଡେନର ନାଟୋରେ ମିଶିବା ନିଷ୍ପତ୍ତି ଏକ ଗମ୍ଭୀର ଭୁଲ ନିଷ୍ପତ୍ତି ବୋଲି ମସ୍କୋ କହିଛି ।

ସ୍ବିଡେନରେ ମଧ୍ୟ ନାଟୋରେ ସାମିଲ ହେବା ପ୍ରସ୍ତାବରେ ରାଜନୈତିକ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି । ଆଜି (ସୋମବାର) ସ୍ବିଡେନ ସଂସଦରେ ଏକ ବିତର୍କ ସମୟରେ ଏକାଧିକ ରାଜନୈତିକ ଦଳ ନାଟୋରେ ସାମିଲ ହେବା ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ମୋଟ 8 ରାଜନୈତିକ ଦଳ ମଧ୍ୟରୁ 6ଦଳ ସହମତି ପ୍ରକାଶ କରିଥିବା ବେଳେ ମାତ୍ର ଦୁଇଟି ଦଳ ଏପରି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।

ଗତକାଲି (ରବିବାର) ପଡୋଶୀ ଫିନଲ୍ୟାଣ୍ଡ ମଧ୍ୟ 30 ରାଷ୍ଟ୍ର ବିଶିଷ୍ଟ ମିଳିତ ସାମରିକ ମଞ୍ଚ (North Atlantic Treaty Organisation, NATO) NATO ରେ ସାମିଲ ହେବା ନେଇ ଆଗ୍ରହୀ ଥିବା ଘୋଷଣା କରିଥିଲା । ପୂର୍ବରୁ ଦୁଇ ଦେଶ ନାଟୋରେ ସାମିଲ ହେବା ନେଇ ଚାହିଁଥିଲେ ମଧ୍ୟ ଏହାକୁ ରାଜନୈତିକ ଦଳ ଓ ଦେଶବାସୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ତେବେ 24 ଫେବୃଆରୀରେ ଋଷ ୟୁକ୍ରେନରେ ଆକ୍ରମଣ କରିବା ପରେ ୟୁରୋପର ରାଜନୈତିକ ଓ ରଣନୈତିକ ସ୍ଥିତି ବଦଳିଛି । ଏବେ ବର୍ତ୍ତମାନର ସ୍ଥିତିକୁ ଦେଖି ଉଭୟ ରାଷ୍ଟ୍ର ନାଟୋ ମୁହାଁ ହେବାରେ ଲାଗିଛନ୍ତି ।

ତେବେ ଉଭୟ ୟୁରୋପୀୟ ରାଷ୍ଟ୍ରର ଏପରି ଘୋଷଣା ପରେ ପ୍ରତିକ୍ରିୟାଶୀଳ ହୋଇଛି ଋଷ । ମସ୍କୋ ଏହା ଉପରେ ନଜର ରଖିଛି ଓ ସଠିକ ସମୟରେ ଆବଶ୍ୟକୀୟ ପଦକ୍ଷପ ମଧ୍ୟ ନେବ ବୋଲି ଋଷ ପକ୍ଷରୁ କୁହାଯାଇଛି । ଉଭୟ ଦେଶ ଗମ୍ଭୀର ଭୁଲ କରିବାକୁ ଯାଉଛନ୍ତି । ଏପରି ନିଷ୍ପତ୍ତି ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦାୟୀ ହେବ ବୋଲି ଋଷର ଉପ ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.