ETV Bharat / bharat

500 ଅତିଥିଙ୍କ ଗହଣରେ ଗୁରୁବାର ଶପଥ ନେବେ ବିଜୟନ

ଆସନ୍ତା ଗୁରୁବାର କେରଳ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ପିନାରାୟୀ ବିଜୟନ ଶପଥ ଗ୍ରହଣ କରିବେ । ଅଧିକ ପଢନ୍ତୁ...

500 ଅତିଥିଙ୍କ ଗହଣରେ ଗୁରୁବାର ଶପଥ ନେବେ ବିଜୟନ
500 ଅତିଥିଙ୍କ ଗହଣରେ ଗୁରୁବାର ଶପଥ ନେବେ ବିଜୟନ
author img

By

Published : May 18, 2021, 9:26 AM IST

ଥିରୁଅନନ୍ତପୁରମ: ଆସନ୍ତା ଗୁରୁବାର ଅପରାହ୍ନ 3 ଟାରେ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପିନାରାୟୀ ବିଜୟନ । ଏହି ଶପଥ ଗ୍ରହଣ ସମାରୋହ ସେଣ୍ଟ୍ରାଲ ଷ୍ଟାଡିୟମରେ ଅପରାହ୍ନ 3ଟାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସମାରୋହରେ 500 ଅତିଥି ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ବିଜୟନଙ୍କ ଏହି ଶପଥ ଗ୍ରହଣ ସମାରୋହରେ 750 ଅତିଥି ଯୋଗ ଦେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ସମସ୍ତଙ୍କ ପାଇଁ ନିୟମ ସମାନ ରହିବା ଉଚିତ ବୋଲି କହିଥିଲେ । ମହାମାରୀ ସମୟରେ ଏତେ ସଂଖ୍ୟକ ଅତିଥି ସାମିଲ ହେଲେ ସଂକ୍ରମଣ ବ୍ୟାପିବାର ଭୟ ରହିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ବିଜୟନ ଏହାକୁ ଖଣ୍ଡନ କରିଛନ୍ତି । ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ସମାରୋହରେ କେବଳ 500 ଅତିଥି ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି ।

ଏହି ଶପଥ ଗ୍ରହଣ ସମାରୋହରେ କ୍ୟାବିନେଟର 21 ଜଣ ଅଧିକାରୀଙ୍କ ସମେତ 140 ଜଣ ବିଧାୟକ, 29 ଜଣ ସାଂସଦ, ବିଚାରପତି, ଗଣମାଧ୍ୟମ ପ୍ରତିନିଧ ଓ ଅନ୍ୟ ମୁଖ୍ୟ ଅଧିକାରୀ ଏଥିରେ ଯୋଗ ଦେବେ । ସମାରୋହରେ ଯୋଗ ଦେବାର 48 ଘଣ୍ଟା ପୂର୍ବରୁ ସେମାନଙ୍କ ନିକଟରେ କୋଭିଡ ପରୀକ୍ଷଣର ନେଗେଟିଭ ରିପୋର୍ଟ ରହିବା ଆବଶ୍ୟକ କିମ୍ବା ସେମାନେ କୋରୋନାର 2 ଡୋଜ ଟିକା ନେଇସାରିଥିବାର ରିପୋର୍ଟ ରହିଥିବା ଆବଶ୍ୟକ ବୋଲି ବିଜୟନ କହିଛନ୍ତି ।

ସମାରୋହକୁ ପାଳନ କରିବାରୁ ଅନେକ କାରଣ ରହିଛି । କେବଳ ଲୋକମାନଙ୍କ ପାଇଁ ହିଁ ସେ ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିପାରିଛନ୍ତି । କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବଡ ଧରଣର ଉତ୍ସବ ପାଳନ କରିବା ସମ୍ଭବ ନୁହେଁ । ତେବେ 2016 ମସିହାରେ ବିଜୟନ ସରକାର ଜିତିବା ସମୟରେ ଲୋକମାନଙ୍କ ମଧ୍ୟରେ ଦେଖାଦେଇଥିବା ଖୁସିକୁ ସେ ମନେପକାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପୂର୍ବ ନିର୍ବାଚନରେ 40 ହଜାର ସମର୍ଥକ ଯୋଗ ଦେଇଥିବା ବେଳେ ଷ୍ଟାଡିୟମରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ଲୋକମାନଙ୍କର ସେହି ଭଲପାଇବା ତାଙ୍କ ହୃଦୟରେ ରହିଛି ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଦୀର୍ଘ 40 ବର୍ଷ ବ୍ୟବଧାନ ପରେ ଏଲଡିଏଫ ଲଗାତାର ଭାବେ ଶାସନ କ୍ଷମତା ବଜାୟ ରଖିଛି । ବିପୁଳ ପରିମାଣ ଭୋଟରେ ବିପକ୍ଷ ଦଳ ୟୁଡିଏଫକୁ ହରାଇଥିଲା । ରାଜ୍ୟରେ ଏଲଡିଏଫ ଓ ୟୁଡିଏଫ ଆଗପଛ ଭାବେ ଶାସନଭାର ସମ୍ଭାଳି ଆସୁଛନ୍ତି । ଏଲଡିଏଫରେ ସିପିଆଇ, କେରଳ କଂଗ୍ରେସ(ଏମ) ଓ ଅନ୍ୟ ଛୋଟ ଦଳ ସାମିଲ ରହିଥିବା ବେଳେ ୟୁଡିଏଫରେ କଂଗ୍ରେସ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ, କେରଳ କଂଗ୍ରେସ, ବୈପ୍ଳବିକ ସାମୟିକ ଦଳ ଓ ଅନ୍ୟ ଛୋଟ ଦଳ ମଧ୍ୟ ସାମିଲ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.