ETV Bharat / bharat

ସ୍ବତନ୍ତ୍ର ଏନଆଇଏ କୋର୍ଟରେ ହାଜର ହେଲେ ସଚିନ ଓ୍ବାଜେ

author img

By

Published : Apr 3, 2021, 3:57 PM IST

କୋର୍ଟରେ ହାଜର ହେଲେ ସଚିନ ଓ୍ବାଜେ । ଅଧିକ ପଢନ୍ତୁ....

ସ୍ବତନ୍ତ୍ର ଏନଆଇଏ କୋର୍ଟରେ ହାଜର ହେଲେ ସଚିନ ଓ୍ବାଜେ
ସ୍ବତନ୍ତ୍ର ଏନଆଇଏ କୋର୍ଟରେ ହାଜର ହେଲେ ସଚିନ ଓ୍ବାଜେ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ବୋଝେଇ ଗାଡି ରଖିବା ମାମଲାରେ ଗିରଫ ଓ ପରେ ମହାରାଷ୍ଟ୍ର ପୋଲିସ ସେବାରୁ ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ କୋର୍ଟରେ ହାଜର କରିଛି ଏନଆଇଏ । ଏନଆଇଏ ସ୍ବତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରାଯାଇଛି ।

ତେବେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ ପାଇଁ ଆବେଦନ କରିଛନ୍ତି ଓ୍ବାଜେଙ୍କ ଓକିଲ । ସ୍ବାସ୍ଥ୍ୟବସ୍ଥା ସମ୍ପର୍କିତ ମେଡିକାଲ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ଓ୍ବାଜେଙ୍କ ଓକିଲଙ୍କୁ କହିଥିବା ସୂଚନା ରହିଛି । ମାତ୍ର ଓ୍ବାଜେଙ୍କୁ ଜାମିନ ମିଳିଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା କରୁଛି ଏନଆଇଏ ।

ଆଣ୍ଟିଲିଆ ମାମଲାରେ ଗିରଫ ହୋଇ ଏଆଇଏ ହେପାଜତରେ ଅଛନ୍ତି ଓ୍ବାଜେ । ଏହି ମାମଲାରେ ସେ ନିଜେ ସମ୍ପୃକ୍ତ ଥିବା ଅଭିଯୋଗରେ ଏନଆଇଏ ତାଙ୍କୁ ଗିରଫ କରିଥିଲା । ପରେ ଜବତ କାରର ମାଲିକ ମନଶୁଖ ହିରେନଙ୍କ ମୃତଦେହ ସନ୍ଦହଜନକ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହୋଇଥିଲା । ଏହି ହତ୍ୟା ମାମଲାରେ ମଧ୍ୟ ଓ୍ବାଜେଙ୍କ ପ୍ରତ୍ୟକ୍ଷ ହାତଥିବା ସନ୍ଦେହ କରୁଛି ଏନଆଇଏ । ଓ୍ବାଜେଙ୍କ ଗିରଫଦାରୀ ପରେ ପରେ ତାଙ୍କୁ ମହାରାଷ୍ଟ୍ର ପୋଲିସ ସେବାରୁ ମଧ୍ୟ ନିଲମ୍ବିତ କରିଥିଲେ ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.