ETV Bharat / bharat

ବିହାରରେ ବିଷାକ୍ତ ମଦ ନେଲା 22 ଜୀବନ !

author img

By

Published : Apr 15, 2023, 12:51 PM IST

Updated : Apr 15, 2023, 9:42 PM IST

ବିହାରରେ ପୁଣି ବିଷାକ୍ତ ମଦ ଯୋଗୁଁ 22 ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ । ଏକାଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

drinking poisonous liquor in Motihari
drinking poisonous liquor in Motihari

ପାଟନା: ବିହାରରେ ପୁଣି ସାମ୍ନାକୁ ଆସିଲା ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ 22 ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିହାରର ମୋତିହାରି ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା କିଛି ଲୋକ କହୁଥିବା ବେଳେ ମୃତକଙ୍କ ସମ୍ପର୍କୀୟ କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି । ସମସ୍ତ ମୃତକ ମୋତିହାରି ଗ୍ରାମର ହୋଇଥିବା ଜଣାପଡିଛି । ତେବେ ଏକାଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଗୁରୁବାର ରାତିରୁ ହର୍ସିଦି ପୋଲିସ ଷ୍ଟେସନ ଅଞ୍ଚଳରେ ପ୍ରଥମେ ବାପା ପୁଅଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏହାପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଏବେ 22ରେ ପହଞ୍ଚିଛି ।

ଡାଇରିଆ ଯୋଗୁଁ ମୃତ୍ୟୁ ହୋଇଥିବା କହୁଛି ପ୍ରଶାସନ: ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ପିତା ନବଲ ଦାସ ଓ ପରେ ତାଙ୍କ ପୁଅ ପରମେନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଥିଲା । ଉଭୟଙ୍କ ମୃତଦେହ ସମ୍ପର୍କୀୟମାନେ ପୋଡି ଦେଇଥିବା ବେଳେ ନବଲଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ମଠ ଲୋହିୟାର ଗ୍ରାମରେ ପହଞ୍ଚିଛନ୍ତି । ଯାଞ୍ଚ ପରେ ଡାକ୍ତର ମୃତର କାରଣ ଡାଇରିଆ ହୋଇଥିବା କହିଥିଲେ । ଗୁରୁତର ଜଣଙ୍କ ଡାଇରିଆରେ ପୀଡିତ ଥିବା ଡାକ୍ତର କହିଥିଲେ ।

ବଢିପାରେ ମୃତ୍ୟୁ ସଂଖ୍ୟା: ମୃତ ନବଲ ଦାସଙ୍କ ପଡୋଶୀ ହରିଲାଲ ସିଂଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଅନ୍ୟ ମୃତକ ହେଉଛନ୍ତି ରାମେଶ୍ବର ରାମ, ଲକ୍ଷ୍ମୀପୁର ଗାଁର ବିନୋଦ ପାସୱାନ ଅଶୋକ ପାସୱାନ ଓ ଧ୍ରୁବ ପାସଓ୍ବାନ । ଧ୍ରୁବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ବିଷାକ୍ତ ମଦ ବୋଲି କୁହାଯାଉଛି ।

କିନ୍ତୁ ମୃତକଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ମଦ୍ୟପାନ କରି ନଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତେବେ ଏକାଧିକ ଗୁରୁତର ଅବସ୍ଥାରେ ହସ୍ପିଚାଲରେ ଚିକିତ୍ସିତ ହେଉଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ଡିସେମ୍ବର ମାସରେ ବିହାରରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଛପରା ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ 76 ଜଣଙ୍କର ମୃତ୍ୟୁ ହୋଇଥିଲା ।

Last Updated : Apr 15, 2023, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.