ETV Bharat / bharat

କୃଷକ ଆନ୍ଦୋଳନ ସ୍ଥଗିତ ପାଇଁ ନିବେଦନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଜାତୀୟ ରାଜଧାନୀର ବିଭିନ୍ନ ବର୍ଡରରେ କୃଷକ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ଯୋଗୁଁ ହରିୟାଣାର ଅନେକ କୃଷକ ଆନ୍ଦୋଳନ ସ୍ଥଳରୁ ଗାଁକୁ ଓ ଗାଁରୁ ଆନ୍ଦୋଳନ ସ୍ଥଳକୁ ଅହରହ ଯିବାଆସିବା କରୁଛନ୍ତି । ଫଳରେ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ହରିୟାଣା ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ....

Haryana
Haryana
author img

By

Published : May 14, 2021, 12:09 PM IST

ଚଣ୍ଡିଗଡ: ଏବେ ବି ଦେଶରେ କୃଷି ଆଇନ ବିରୋଧୀ ତାତି ଲାଗି ରହିଛି । ବିଭିନ୍ନ ବର୍ଡରରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଯାହା ହରିୟାଣାରେ କୋରୋନା ତାଣ୍ଡବର କାରଣ ସାଜିଛି । ଯାହାକୁ ଦୃଷ୍ଟିରେ ରଖି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆନ୍ଦୋଳନରତ କୃଷକମାନଙ୍କୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି, କୋରୋନା ପାର୍ଦୁଭାବକୁ ବିଚାରକୁ ନେଇ ମୁଁ ପୁଣି ଥରେ କୃଷକମାନଙ୍କୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ଅନୁରୋଧ କରୁଛି । କୋରୋନା ସଙ୍କଟ ମଧ୍ୟରେ ଆମ ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ଲୋକଙ୍କ ଜୀବନ ରକ୍ଷା । ମଣିଷ ଜୀବନ ଠାରୁ ଆଉ କିଛି ବଡ ନୁହେଁ ବୋଲି ସେ କହିଛନ୍ତି ।

ଗତ ନଭେମ୍ବର 26 ତାରିଖରୁ ଜାତୀୟ ରାଜଧାନୀର ବିଭିନ୍ନ ବର୍ଡରରେ କୃଷକ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ଯୋଗୁଁ ହରିୟାଣାର ଅନେକ କୃଷକ ଆନ୍ଦୋଳନସ୍ଥଳରୁ ଗାଁକୁ ଓ ଗାଁରୁ ଆନ୍ଦୋଳନସ୍ଥଳକୁ ଅହରହ ଯିବାଆସିବା କରୁଛନ୍ତି । ଯାହାଫଳରେ ସଂକ୍ରମଣ ଅହେତୁକ ବୃଦ୍ଧି ପାଉଛି । ହରିୟାଣାର ଅନେକ ଗାଁ ଗୁଡିକୁ କୋରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରାୟ 8 ହଜାର ଟିମ୍ ଗ୍ରାମାଞ୍ଚଳଗୁଡିକରେ ଘରରୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏଥିସହ ଗରୀବ ପରିବାରର 50ରୁ ଊର୍ଦ୍ଧ୍ବ ବୟସ୍କଙ୍କ କୋରୋନା ଜନିତ ମୃତ୍ୟୁ ହେଲେ ହରିୟାଣା ସରକାର ପକ୍ଷରୁ 2 ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ଖଟ୍ଟର ସୂଚନା ଦେଇଛନ୍ତି ।

ଅପରପକ୍ଷେ ହରିୟାଣାରେ ବଢୁଥିବା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ମେ 10 ତାରିଖରୁ 17 ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.