ହାଇଦ୍ରାବାଦ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲ୍ରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ତ୍ବରିତ ଶୁଣାଣି କରିବା ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ (Supreme Court turns down Satyendar Jain demand)। ତାଙ୍କ ଜାମିନ ଆବେଦନର ଶୀଘ୍ର ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟକୁ ନିର୍ଦ୍ଦେଶ ଦେବା ପାଇଁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ ସତ୍ୟେନ୍ଦ୍ର ଜୈନ । ଯାହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।
-
Supreme Court refuses to entertain jailed Delhi minister Satyendar Jain's plea challenging Delhi HC order seeking directions for an expeditious hearing of his bail plea in connection with a money laundering case in Delhi HC. Jain withdrew his plea from Supreme Court. pic.twitter.com/HLMGQj0qgL
— ANI (@ANI) December 12, 2022 " class="align-text-top noRightClick twitterSection" data="
">Supreme Court refuses to entertain jailed Delhi minister Satyendar Jain's plea challenging Delhi HC order seeking directions for an expeditious hearing of his bail plea in connection with a money laundering case in Delhi HC. Jain withdrew his plea from Supreme Court. pic.twitter.com/HLMGQj0qgL
— ANI (@ANI) December 12, 2022Supreme Court refuses to entertain jailed Delhi minister Satyendar Jain's plea challenging Delhi HC order seeking directions for an expeditious hearing of his bail plea in connection with a money laundering case in Delhi HC. Jain withdrew his plea from Supreme Court. pic.twitter.com/HLMGQj0qgL
— ANI (@ANI) December 12, 2022
ଡିସେମ୍ବର ପହିଲାରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏଥିରେ ଜୈନଙ୍କ ଆବେଦନର ଉତ୍ତର ରଖିବା ପାଇଁ ପ୍ରବର୍ତ୍ତନ ନର୍ଦ୍ଦେଶାଳୟକୁ ନୋଟିସ ଜାରି କରିବା ସହ 3 ସପ୍ତାହ ସମୟ ଦେଇଥିଲେ କୋର୍ଟ । ଯାହାର ପରବର୍ତ୍ତୀ ଶୁଣାଣି ଚଳିତ 20 ତାରିଖରେ ଧାର୍ଯ୍ୟ ହୋଇଥିଲା । ତେବେ ମାମଲାର ଶୁଣାଣି ଶୀଘ୍ର କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଜୈନ (Supreme Court turns down Satyendar Jain demand)।
ମନି ଲଣ୍ଡ୍ରିଂ ମାମଲାରେ ଜୈନଙ୍କୁ ମେ’ 30 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଏକାଧିକ ଥର ବେଲ୍ ଖାରଜ ହେବା ପରେ ସେ ଗତ 184 ଦିନ ତିହାର ତିହାର ଜେଲରେ ବନ୍ଦ ଅଛନ୍ତି । ଜେଲରେ ଧର୍ମୀୟ ବିଶ୍ବାସ ଆଧାରରେ ତାଙ୍କୁ ଖାଦ୍ୟ ଯୋଗାଇବା ନେଇ ମଧ୍ୟ ସେ କୋର୍ଟରେ ଏକ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରି ଦେଇଥିଲେ । ଏବେ ପୁଣି ତ୍ବରିତ ଜାମିନ ଶୁଣାଣି ଆବେଦନ ମଧ୍ୟ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଖାରଜ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ