ETV Bharat / bharat

Hijab ban: ହୋଲି ପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Mar 16, 2022, 2:21 PM IST

କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି ହୋଲି ପରେ କରିବେ ସୁପ୍ରିମକୋର୍ଟ। ବହୁ ଚର୍ଚ୍ଚିତ ହିଜାବ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଏହାର ଶୁଣାଣି ହୋଲି ଛୁଟି ପରେ କରାଯିବ। ଏହାର ତାରିଖ ଧାର୍ଯ୍ୟ କରାଯାଇ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଅଧିକ ପଢ଼ନ୍ତୁ

supreme court to consider listing of appeals on hijab ban after post holi break
Hijab ban: ହୋଲି ପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି ହୋଲି ପରେ କରିବେ ସୁପ୍ରିମକୋର୍ଟ। ବହୁଚର୍ଚ୍ଚିତ ହିଜାବ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଏହାର ଶୁଣାଣି ହୋଲି ଛୁଟି ପରେ ତାରିଖ ଧାର୍ଯ୍ୟ କରାଯାଇ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଏଥିସହ କୋର୍ଟର ବରିଷ୍ଠ ଓକିଲ ସଞ୍ଜୟ ହେଗଡ଼େ ମାମଲାର ଶୀଘ୍ର ଶୁଣାଣି ପାଇଁ କରିଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ହେଗଡ଼େ ଆବେଦନ କରିଥିଲେ ଯେ ଏହି ମାମଲାର ଶୁଣାଣି ସୋମବାର କରାଯାଉ। ହେଲେ ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲା ହୋଲି ଛୁଟି ପରେ ଶୁଣାଣି ହେବ।

ଏହାସହ ଜଡ଼ିତ ଯାଚିକା ଉପରେ ବିଚାର କରାଯିବ। ହିଜାବ ବିବାଦକୁ ନେଇ ହାଇକୋର୍ଟରେ ରାୟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ଏବେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ। ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ ହିଜାବ ପିନ୍ଧିବା ମୁସଲମାନ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ। ଏବଂ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ ।

ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ କର୍ଣ୍ଣାଟକର ଉଦୁପି ଜିଲ୍ଲାର ଦୁଇ ଜଣ ଝିଅ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ସମେତ ଅନେକ ଛାତ୍ରୀମାନେ ମଧ୍ୟ ମଙ୍ଗଳବାର ଦିନ ଏକ ଆବେଦନ କରିଛନ୍ତି। ଏହି ଆବେଦନଗୁଡିକରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ଦାବି କରାଯାଇଛି। ଏଥିରେ କୁହାଯାଇଛି ସମ୍ବିଧାନର ଧାରା 25 ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ଧାର୍ମିକ ସ୍ବତନ୍ତ୍ରତା ଅଧିକାର ଉଲ୍ଲଂଘନ କରୁଛି। ତେଣୁ ମୁସଲମାନ ଝିଅଙ୍କୁ ସ୍କୁଲ କଲେଜରେ ହିଜାବ ପିନ୍ଧିବା ପାଇଁ ମନା ଉତିଚ ନୁହେଁ।

Hijab ban: SC to consider listing of appeals against Karnataka HC order post-Holi break

Read @ANI Story | https://t.co/b9qhiuyMBM#KarnatakaHighCourt #Hijab pic.twitter.com/UelArag7e0

— ANI Digital (@ani_digital) March 16, 2022 " class="align-text-top noRightClick twitterSection" data=" ">

@ANI

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି ହୋଲି ପରେ କରିବେ ସୁପ୍ରିମକୋର୍ଟ। ବହୁଚର୍ଚ୍ଚିତ ହିଜାବ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଏହାର ଶୁଣାଣି ହୋଲି ଛୁଟି ପରେ ତାରିଖ ଧାର୍ଯ୍ୟ କରାଯାଇ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଏଥିସହ କୋର୍ଟର ବରିଷ୍ଠ ଓକିଲ ସଞ୍ଜୟ ହେଗଡ଼େ ମାମଲାର ଶୀଘ୍ର ଶୁଣାଣି ପାଇଁ କରିଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ହେଗଡ଼େ ଆବେଦନ କରିଥିଲେ ଯେ ଏହି ମାମଲାର ଶୁଣାଣି ସୋମବାର କରାଯାଉ। ହେଲେ ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲା ହୋଲି ଛୁଟି ପରେ ଶୁଣାଣି ହେବ।

ଏହାସହ ଜଡ଼ିତ ଯାଚିକା ଉପରେ ବିଚାର କରାଯିବ। ହିଜାବ ବିବାଦକୁ ନେଇ ହାଇକୋର୍ଟରେ ରାୟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ଏବେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ। ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ ହିଜାବ ପିନ୍ଧିବା ମୁସଲମାନ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ। ଏବଂ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ ।

ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ କର୍ଣ୍ଣାଟକର ଉଦୁପି ଜିଲ୍ଲାର ଦୁଇ ଜଣ ଝିଅ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ସମେତ ଅନେକ ଛାତ୍ରୀମାନେ ମଧ୍ୟ ମଙ୍ଗଳବାର ଦିନ ଏକ ଆବେଦନ କରିଛନ୍ତି। ଏହି ଆବେଦନଗୁଡିକରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ଦାବି କରାଯାଇଛି। ଏଥିରେ କୁହାଯାଇଛି ସମ୍ବିଧାନର ଧାରା 25 ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ଧାର୍ମିକ ସ୍ବତନ୍ତ୍ରତା ଅଧିକାର ଉଲ୍ଲଂଘନ କରୁଛି। ତେଣୁ ମୁସଲମାନ ଝିଅଙ୍କୁ ସ୍କୁଲ କଲେଜରେ ହିଜାବ ପିନ୍ଧିବା ପାଇଁ ମନା ଉତିଚ ନୁହେଁ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.