ETV Bharat / bharat

ବିରୋଧୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ସିବିଆଇ ଓ ଇଡି ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ

author img

By

Published : Apr 5, 2023, 6:21 PM IST

ସିବିଆଇ ଓ ଇଡି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

supreme court refuses to entertain plea
ସିବିଆଇ ଓ ଇଡି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପରି ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଥିବା ଅଭିଯୋଗ କରି କଂଗ୍ରେସ ସମେତ ୧୪ ରାଜନୈତିକ ଦଳ ଦାଖଲ କରିଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ଏହି ରାୟ ପରେ ବିରୋଧୀ ଦଳ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ନେତାଙ୍କ ପାଇଁ ଅଲଗା ନିର୍ଦ୍ଦେଶାବଳୀ ତିଆରି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଦାଖଲ ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଥିଲା ଯେ, କେନ୍ଦ୍ର ସରକାର ଯାଞ୍ଚ ଏଜେନ୍ସି ଗୁଡ଼ିକର ଦୂରୁପଯୋଗ କରି ବିରୋଧୀ ଦଳର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଜରିଆରେ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏଜେନ୍ସି ଗୁଡ଼ିକର ତଦନ୍ତ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ବିରୋଧୀ ଦଳ ଦାବି କରିଥିଲେ । ତେବେ ବୁଧବାର ବିରୋଧୀ ଦଳଙ୍କ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ୨୦୧୩-୧୪ରୁ ୨୦୧୧-୨୨ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ମାମଲାରେ ୬୦୦ ପ୍ରତିଶତ ବୃଦ୍ଧି ଘଟିଛି । ଇଡି ଦ୍ବାରା ଅନୁସନ୍ଧାନ କରାଯାଇଥିବା ୧୨୧ ନେତାଙ୍କ ମଧ୍ୟରୁ ୯୫ ପ୍ରତିଶତ ବିରୋଧୀ ଦଳର ନେତା ରହିଛନ୍ତି । ସେହିପରି ସିବିଆଇ ଦ୍ବାରା ତଦନ୍ତ ପରିସରଭୁକ୍ତ ହୋଇଥିବା ୧୨୪ ନେତାଙ୍କ ମଧ୍ୟରୁ ୯୫ ପ୍ରତିଶତରୁ ଊର୍ଦ୍ଧ୍ବ ବିରୋଧୀ ଦଳର ନେତା ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସିବିଆଇ ଓ ଇଡି ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିରୋଧି ଦଳ, ଆସନ୍ତା ୫ରେ ଶୁଣାଣି

ଏହି ଆବେଦନର ଶୁଣାଣି ନେଇ ପ୍ରଧାନ ବିଚାରପତି କହିଛନ୍ତି, "ରାଜନୈତିକ ନେତାଙ୍କ ପାଇଁ କୌଣସି ସ୍ବତନ୍ତ୍ର ଆଇନଗତ ସୁରକ୍ଷାର ବ୍ୟବସ୍ଥା ନାହିଁ । କାରଣ ଜଣେ ନେତା ପ୍ରଥମେ ଜଣେ ନାଗରିକ । ଦେଶର ନାଗରିକ ହିସାବରେ ସମସ୍ତେ ଗୋଟିଏ ଆଇନ ଅଧିନରେ ରହିଛନ୍ତି । ଜଣେ ନାଗରିକର ଯେଉଁ ଅଧିକାର ରହିଛି, ନେତାଙ୍କର ମଧ୍ୟ ସେହି ଅଧିକାର ରହିଛି ।" ତେଣୁ ଏହି ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଏହାପରେ ବିରୋଧୀ ଦଳ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ଏହି ବିରୋଧୀ ଦଳ ଗୁଡିକ ମଧ୍ୟରେ ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ଭାରତ ରାଷ୍ଟ୍ର ସମିତି, ଅଲ ଇଣ୍ଡିଆ ତୃଣମୂଳ କଂଗ୍ରସ, ସିପିଆଇ, ସିପିଏମ, ଏନସିପି, ଆମ ଆଦମୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ସମାଜବାଦୀ ପାର୍ଟି ଇତ୍ୟାଦି ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.